କଂଗ୍ରେସ ଛାଡ଼ିଲେ ରାଜନାରାୟଣ

ଚଣ୍ଡିଖୋଲ,୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ବଡ଼ଚଣା କଂଗ୍ରେସର ବରିଷ୍ଠ ନେତା ତଥା ପିସିସି ସମ୍ପାଦକ କ୍ୟାପ୍‌ଟେନ ରାଜନାରାୟଣ ମହାପାତ୍ର ବୁଧବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବାବେଳେ ତାହା ଗ୍ରହଣ କରାଯାଇ ନ ଥିବା କହିଛନ୍ତି। ପୂର୍ବରୁ ସେ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିଲା। ଫେବୃୟାରୀ ୨୯ରେ ବଡ଼ଚଣା ମହୋତ୍ସବ ପଡ଼ିଆରେ ସେ ବଡ଼ଚଣା ପ୍ରଗତି ମଞ୍ଚ ବ୍ୟାନରରେ ଏକ ସଭା କରିଥିଲେ। ଏହି କାର୍ଯ୍ୟକ୍ରମରେ କୌଣସି ଦଳୀୟ କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାର ସପ୍ତାହ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ମିଶିବା ନେଇ ଆଲୋଚନା ହେଉଛି।

Share
Tags: CONGRESS