Posted inଖେଳ

ଚାମ୍ପିୟନ୍ସ ଟ୍ରଫି-୨୦୨୫: ଭାରତ ଯଦି ପାକିସ୍ତାନ ଖେଳିବାକୁ ନ ଆସେ କ୍ଷତିପୂରଣ ଦାବି କରିବ ପିସିବି

କରାଚୀ,୨୬ା୧୧: ଚାମ୍ପିୟନ୍ସ ଟ୍ରଫି-୨୦୨୫ ଆୟୋଜନ ଅଧିକାର ଚୁକ୍ତିନାମାରେ ସ୍ବାକ୍ଷର କରିବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଗ୍ରହ ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ଭାରତ  ସୁରକ୍ଷାଜନିତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତ କରିବା ଲାଗି ରାଜି ନ ହୁଏ ଏଥିଲାଗି କ୍ଷତିପୂରଣ ଦାବି କରିବ ବୋଲି ପିସିବି ପ୍ରକାଶ କରିଛି।

ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର ପାକିସ୍ତାନକୁ ଦେବା ଲାଗି ଆଇସିସି ଏକ ପ୍ରକାର ସ୍ଥିର କରିଛି। ହେଲେ  ବିଶ୍ୱ ପରିଚାଳନା ପରିଷଦ ଏବଂ ପିସିବି ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ସ୍ବାକ୍ଷର ହୋଇନାହିଁ। ଭାରତରେ ଦିନିକିଆ ବିଶ୍ୱକପ୍‌ ବେଳେ ଅହମଦାବାଦଠାରେ ଆଇସିସି କାର୍ଯ୍ୟନିର୍ବାହୀ ବୋର୍ଡ ସହ ପିସିବି ଚେୟାରମ୍ୟାନ ଜାକା ଅଶ୍ରଫ ଓ ସିଓଓ ସଲମନ ନାସିରଙ୍କ ମଧ୍ୟରେ ପାକିସ୍ତାନରେ ୨୦୨୫ ଫେବୃୟାରୀ-ମାର୍ଚ୍ଚରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ସଂକ୍ରାନ୍ତ ଆଲୋଚନା ହୋଇଥିଲା।

ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତୀୟ ଦଳକୁ ପାକିସ୍ତାନ ପଠାଇ ନ ପାରେ ବୋଲି ଆଲୋଚନା ବେଳେ ପାକିସ୍ତାନ ଅଫିସିଆଲମାନେ ଆଶଙ୍କା ପ୍ରକାଶ କରିଥିଲେ। ପିସିବି ଅଫିସିଆଲ କହିଛନ୍ତି, ଗତ ଦୁଇ ବର୍ଷ ହେଲା ଏକାଧିକ ଟିମ୍‌ ପାକିସ୍ତାନ ଗସ୍ତରେ ଆସିଛନ୍ତି। ସେମାନେ ସୁରକ୍ଷାଜନିତ କୌଣସି ସମସ୍ୟାରେ ପଡ଼ିନାହାନ୍ତି। ଭାରତ ଯଦି ପାକିସ୍ତାନ ଖେଳିବାକୁ ନ ଆସେ, ମ୍ୟାଚଗୁଡ଼ିକ ଅନ୍ୟ ଦେଶରେ ଖେଳିବା ଲାଗି କୁହେ ତେବେ ଆଇସିସିକୁ କ୍ଷତି ଭରଣା କରିବାକୁ ପଡ଼ିବ ବୋଲି ପିସିବି ଅଫିସିଆଲ ଆଇସିସି ବୋର୍ଡକୁ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri