ପାର୍ବଣରେ ପେଟିଏମ୍‌ରୁ ୟୁପିଆଇ ଅଭିଯାନ: ୧୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌ ଅଫର

ନୂଆଦିଲ୍ଲୀ,୨।୧୦: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ଓ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ପେଟିଏମ୍‌ ପକ୍ଷରୁ ‘ପେଟିଏମ୍‌ରୁ ୟୁପିଆଇ’ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣଋତୁର ଶୁଭାରମ୍ଭ ସହ ଏହାର ପ୍ରଥମ ପେମେଣ୍ଟ ଉପରେ ୧୦୦ ଟଙ୍କା ପର୍ଯ୍ୟନ୍ତ ଏଥିରେ କ୍ୟାଶ୍‌ବ୍ୟାକ୍‌ ଅଫର ସୁବିଧା ମଧ୍ୟ ରହିଛି। ଏହି ଅଭିଯାନ ଜରିଆରେ ସଂସ୍ଥା ଓଡ଼ିଶାରେ ଦୁର୍ଗାପୂଜାକୁ ଅଭିନବ ଢଙ୍ଗରେ ପାଳନ କରିବ। ପାର୍ବଣ ସମୟରେ ଲୋକମାନେ କିପରି ପେଟିଏମ୍‌ ସହ ତାଙ୍କ କାରବାରକୁ ସୁରକ୍ଷିତ ଓ ନିରାପଦ ସହକାରେ କରିବେ, ତାହା ସୁନିଶ୍ଚିତ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ବିଶେଷକରି ୱାନ୍‌ ୯୭ କମ୍ୟୁନିକେଶନ ଲିମିଟେଡ୍‌ (ଓସିଏଲ୍‌) ପେଟିଏମ୍‌ ବ୍ରାଣ୍ଡ୍‌ର ପରିଚାଳନାକାରୀ ଭାବେ ଏସବୁର ଦାୟିତ୍ୱ ଗ୍ରହଣ କରିଛି। ପେଟିଏମ୍‌ରୁ ୟୁପିଆଇ ଅଭିଯାନର ପ୍ରମୁଖ ବିଶେଷତ୍ୱ ହେଉଛି ଗୋଷ୍ଠୀ ସହ ଏକତ୍ରିତ ହେବାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେବା, ଯାହା ପେଟିଏମ୍‌ ଆପ୍‌ ବ୍ୟବହାରକରି ତୁରନ୍ତ ୟୁପିଆଇ ଟଙ୍କା ସ୍ଥାନାନ୍ତର ସହିତ ସମସ୍ତଙ୍କ ପାଇଁ ଉତ୍ସବର ମହତ୍ତ୍ୱ ବୃଦ୍ଧି କରିବା। ବ୍ରାଣ୍ଡ୍‌ ଫିଲ୍‌ମରେ ଏହା ମଧ୍ୟ ଚିତ୍ରଣ କରାଯାଇଛି ଯେ ଦୁର୍ଗାପୂଜା ଅବସରରେ ସାଂସ୍କୃତିକ ଉତ୍ସବ ପାଳନ ସମୟରେ କିପରି ପେଟିଏମ୍‌ ୟୁପିଆଇ ବ୍ୟବହାର କରି ନିରାପଦ ଓ ସୁରକ୍ଷିତ କାରବାର ଦ୍ୱାରା ଇକୋ ସିଷ୍ଟମକୁ ମଜଭୁତ କରାଯାଉଛି।

ଚଳିତ ବର୍ଷ ପୂଜା ଅକ୍ଟୋବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ପାଳନ ହେବ। ଏ ସମ୍ପର୍କରେ ପେଟିଏମ୍‌ର ମୁଖପାତ୍ର କହିଛନ୍ତି, ଦୁର୍ଗାପୂଜା ଅବସରରେ ଆମର ଅଭିଯାନ ପେଟିଏମ୍‌ରୁ ୟୁପିଆଇ ପ୍ରତିଦିନର କାରବାରକୁ ସୁଗମ ଓ ସୁରକ୍ଷିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri