ବୁଝାମଣାରେ ହେବ ଆମଦାନୀ ଦେୟ ପୈଠ

ନୂଆଦିଲ୍ଲୀ,୮।୨: ଭାରତ ବର୍ତ୍ତମାନ ସମୟରେ ରୁଷିଆରୁ ଅସ୍ତ୍ରଶସ୍ତ୍ର ସହ ତୈଳ ମଧ୍ୟ ଆମଦାନୀ କରୁଛି। ଏପରିକି ଉଭୟ ତୈଳ ଓ ଅସ୍ତ୍ରଶସ୍ତ୍ର ଭଳି ଆମଦାନୀ ସାମଗ୍ରୀ ପାଇଁ ଭାରତ ଦେୟ ପୈଠ ମଧ୍ୟ ଆରମ୍ଭ କରିଛି। ଭାରତ ସରକାର ବର୍ତ୍ତମାନ ପ୍ରାୟ ୨୮,୦୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ବାବଦକୁ ରୁଷିଆକୁ ଦେବ। ଏହା ପୂର୍ବରୁ ଭାରତ ପକ୍ଷରୁ ରୁଷିଆକୁ କିଛି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏପରିକି ଭାରତ ସରକାର ରୁବଲ ମାଧ୍ୟମରେ ସମସ୍ତ ଦେୟ ପୈଠ କରିବାକୁ ଚାହୁଁଛନ୍ତି। ଅଥବା ୩ଟି ଉପାୟରେ ଦେୟ ପୈଠ କରିବାକୁ ରୁଷିଆକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ପ୍ରଥମ ଉପାୟଟି ହେଉଛି ରୁଷିଆକୁ ତା’ ନିଜ ମୁଦ୍ରା ରୁବଲରେ ପୈଠ କରାଯାଉଥିବା ବେଳେ ବାକି ଚାଇନା ମୁଦ୍ରା ୟୁଆନ ଓ ତୃତୀୟ ୟୁଏଇର ଦିର୍ହାମରେ ଦିଆଯାଉଛି ବୋଲି ଏକ ଜାତୀୟ ଗଣମାଧ୍ୟମରେ ଆଲୋକପାତ କରାଯାଇଛି। ସେହିପରି ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁବାଇରେ ବସିଥିବା ବ୍ୟବସାୟୀଙ୍କ ମାଧ୍ୟମରେ କ୍ରୟ ହୋଇଥିବା ରୁଷୀୟ ତୈଳ ଲାଗି ଭାରତୀୟ ରିଫାଇନେରିମାନେ ଡଲାର ବଦଳରେ ଦିର୍ହାମରେ ବର୍ତ୍ତମାନ ପୈଠ କରୁଛନ୍ତି। ଏପରିକି ତୈଳ ବ୍ୟତୀତ ରୁଷିଆଠାରୁ ପ୍ରାୟ ୨୮ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ମଧ୍ୟ ଭାରତ କ୍ରୟ କରିଛି। ଅପରପକ୍ଷରେ ଭାରତ ରୁବଲ ଅଥବା ଦିର୍ହାମ ଜରିଆରେ ରୁଷିଆରୁ କ୍ରୟ କରାଯାଉଥିବା ଅସ୍ତ୍ରଶସ୍ତ୍ର ଓ ତୈଳ ଲାଗି ଦେୟ ପୈଠ କରିବ ବୋଲି ଜଣାପଡ଼ିଛି। ଏପରିକି ଗତବର୍ଷ ଉଭୟ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବାଣିଜି୍ୟକ ବୈଠକରେ ରୁଷିଆରୁ ଭାରତ ସରକାର ଡଲାର ବଦଳରେ ଅନ୍ୟ ମୁଦ୍ରାରେ ଆମଦାନୀ ସାମଗ୍ରୀ ଦେୟ ପୈଠ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଉଭୟ ଦେଶର ପ୍ରତିରକ୍ଷା ଓ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଜରୁରିକାଳୀନ ବୈଠକରେ ମଧ୍ୟ ଦେୟ ପୈଠ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଭୟ ଦେଶର ଅଧିକାରୀ ଓ ସରକାରଙ୍କ ସହମତିରେ ନିଷ୍ପତ୍ତି ହୋଇଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଙ୍କ ସମ୍ମୁଖରେ ଉକ୍ତ ପ୍ରସଙ୍ଗ ଉଠାଇବାକୁ ବି ନିଷ୍ପତ୍ତି ହୋଇଥିଲା। ସେହିଭଳି ଉକ୍ତ ନିଷ୍ପତ୍ତି ଅନୁସାରେ ରୁଷିଆକୁ କରାଯାଉଥିବା ପୈଠରୁ ଡଲାରକୁ ଦୂରେଇ ରଖିବାକୁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ଲାଗି ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆ ଉପରେ ନାନା କଟକଣା ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?