ମୋଦିଙ୍କ ପାଦ ନଛୁଇଁ ଏହି ଷ୍ଟାରଙ୍କ ପାଦ ଛୁଇଁଲେ ଉପ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୬: ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚନ୍ଦ୍ରବାବୁଙ୍କ ସହ ତାଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇଥିଲେ। ଏହି ଅବସରରେ ଦକ୍ଷିଣୀ ସୁପରଷ୍ଟାର ପୱନ କଲ୍ୟାଣ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ପୱନ କଲ୍ୟାଣ ହେଉଛନ୍ତି ଜନସେନା ପାର୍ଟିର ପ୍ରତିଷ୍ଠାତା। ସେ ପିଥାପୁରମ ବିଧାନସଭା ଆସନରୁ ବିଧାୟକ ଭାବରେ ର୍ନିବାଚିତ ହୋଇଛନ୍ତି। ସେ ନାଇଡୁ କ୍ୟାବିନେଟରେ ଉପ-ମୁଖ୍ୟମନ୍ତ୍ରୀ ହେବେ। ଚନ୍ଦ୍ରବାବୁ ନାଇଡୁଙ୍କ ପରେ ଶପଥ ଗ୍ରହଣ କରିଥିବା ପୱନ କଲ୍ୟାଣ ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଏମିତି କି ସେ ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡ଼ି ନମସ୍କାର କରିଥିଲେ । ତା’ପରେ ସେ ଫେରି ଆସି ଜଣେ ବ୍ୟକ୍ତିଙ୍କ ପାଦ ଛୁଇଁଥିଲେ । ଏହି ବ୍ୟକ୍ତି ତାଙ୍କ ବଡ଼ ଭାଇ ତଥା ମେଗା ଷ୍ଟାର ଚିରଞ୍ଜୀବୀ ।

ପୱନ କଲ୍ୟାଣଙ୍କ ଭାଇ ମେଗାଷ୍ଟାର ଚିରଞ୍ଜୀବୀ ଏବଂ କୋନିଡେଲା ନାଗେନ୍ଦ୍ରବାବୁ ମଧ୍ୟ ଚଳଚ୍ଚିତ୍ର ଅଭିନେତା। ପୱାନ ତାଙ୍କର ଚଳଚ୍ଚିତ୍ର ଯାତ୍ରା ୧୯୯୬ରେ ଆରମ୍ଭ କରିଥିଲେ । ତେଲୁଗୁ ବ୍ୟତୀତ ସେ ଅନ୍ୟାନ୍ୟ ଭାଷାରେ ସୁପର ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି। ପୱାନ ୨୦୦୮ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ଚିରଞ୍ଜୀବୀଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜା ରାଜ୍ୟମ୍‌ ପାର୍ଟିର ଯୁବ ୱିଙ୍ଗର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ପରେ ୨୦୧୪ରେ ସେ ଜନସେନା ପାର୍ଟିର ସ୍ଥାପନ କରିଥିଲେ ।

ଦୁଇଥର ବିଧାନସଭା ନିର୍ବାଟନରେ ଲଢ଼ି ସେ ପରାଜିତ ହୋଇଛନ୍ତି । ତଥାପି ସେ ରାଜନୀତି ଛାଡ଼ିନଥିଲେ। ୧୦ ବର୍ଷ ଧରି ନିରନ୍ତର କାର୍ଯ୍ୟ କରିବା ପରେ ସେ ସଫଳତା ପାଇଛନ୍ତି । ତୃତୟୀଥର ବିଧାନସଭା ନିର୍ବାଚନ ଲଢ଼ି ସେ ବହୁମତରେ ବିଜୟୀ ହୋଇଛନ୍ତି । ଏଥିସହିତ ତାଙ୍କ ଦଳ ମଧ୍ୟ ଶହେ ପ୍ରତିଶତ ନିର୍ବାଚନ ଜିତିଛି । ଭାଜପା ଏବଂ ଟିଡିପି ସହିତ ମେଣ୍ଟ କରି ଦଳ ୨୧ ଆସନରେ ପ୍ରାର୍ଥୀ ଦେଇଥିଲା । ଦଳ ସମସ୍ତ ଆସନରେ ଜିତି ଚର୍ଚ୍ଚାକୁ ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

୨୦୨୬ରେ ଏହି ୫ଟି ଚାକିରିର ବଢିଯିବ ଡିମାଣ୍ଡ, ମିଳିବ ମୋଟା ଅଙ୍କର ଦରମା!

ନୂଆଦିଲ୍ଲୀ,୨୦।୧୨: ଯଦି ଆପଣ ଆଗାମୀ ବର୍ଷରେ ଆପଣଙ୍କ କ୍ୟାରିଅରକୁ ନୂତନ ଶିଖରରେ ପହଞ୍ଚାଇବାକୁ ଚାହାଁନ୍ତି, ତେବେ 2026 ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଦେବ।...

ଆଜି ପୁଣି ରାଜଧାନୀରେ ବାତିଲ ହେଲା ୧୦୦ ବିମାନ, ଏହି କାରଣରୁ…

ନୂଆଦିଲ୍ଲୀ,୨୦ା୧୨: ଶନିବାର ରାଜଧାନୀ ଦିଲ୍ଲୀରେ ପୁଣି ବହୁ ବିମାନ ବାତିଲ କରାଯାଇଛି। ତେବେ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଊଦ୍ଧର୍‌ବ ବିମାନ ବାତିଲ କରାଯାଇଛି।...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

ବାଂଲାଦେଶ ହିଂସାକୁ ନେଇ ବଡ଼ ଚେତାବନୀ ଦେଲେ ଶଶି ଥରୁର! କହିଲେ ଏହା ଭାରତ ପାଇଁ…

ନୂଆଦିଲ୍ଲୀ,୨୦।୧୨: ବରିଷ୍ଠ କଂଗ୍ରେସ ନେତା ଏବଂ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶି ଥରୁର ବାଂଲାଦେଶରେ ବଢୁଥିବା ରାଜନୈତିକ ସଙ୍କଟ ସମ୍ପର୍କରେ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri