Posted inଫୁରସତ

ମାତୃଭାଷାରେ ଶିକ୍ଷାଦାନ ପାଇଁ ମାର୍ଗ ଉନ୍ମୋଚନ

ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ବର୍ଷରେ ଅକ୍ଟୋବର ୧୬ ତାରିଖ ଦିନଟି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ଦିନଟି ଥିଲା ଦେଶର ଶିକ୍ଷା ବ୍ୟବସ୍ଥାର ପୁନର୍ଜାଗରଣର ଦିବସ, ଯେତେବେଳେ କି ମଧ୍ୟପ୍ରଦେଶ ସରକାର ଦେଶରେ ସର୍ବ ପ୍ରଥମ ଭେଷଜ ଶିକ୍ଷା ହିନ୍ଦୀରେ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମାତୃଭାଷାରେ ଶିକ୍ଷାଦାନ ଅଭିଯାନର ପ୍ରଥମ ଅଧ୍ୟାୟ ରଚନା କରିଛନ୍ତି। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର କହିଥିଲେ, ”ଭାରତୀୟ ସଂସ୍କୃତି ଏକ ବିକଶିତ ଶତଦଳ କମଳ ସଦୃଶ, ଯାହାର ପ୍ରତ୍ୟେକଟି ପାଖୁଡ଼ା ଆମର ପ୍ରାଦେଶିକ ଭାଷା। ଯେକୌଣସି ଗୋଟିଏ ପାଖୁଡ଼ା ନଷ୍ଟ ହୋଇଗଲେ ସମ୍ପୂର୍ଣ୍ଣ ରୂପେ କମଳର ଶୋଭା ମଧ୍ୟ ନଷ୍ଟ ହୋଇଯିବ। ମୁଁ ଚାହେଁ ଯେ ପ୍ରାଦେଶିକ ଭାଷାଗୁଡ଼ିକ ରାଣୀ ହୋଇ ବିଭିନ୍ନ ପ୍ରାନ୍ତରେ ବିରାଜମାନ କରନ୍ତୁ ଏବଂ ଏହା ଭିତରେ ହିନ୍ଦୀ ମଧ୍ୟ ମଣି ହୋଇ ବିରାଜିତ ହେଉ।“ ଗୁରୁଦେବଙ୍କ ଦ୍ୱାରା ଉଚ୍ଚାରିତ ଏହି ଉକ୍ତି ଭାରତର ଭାଷା ସଂସ୍କୃତିର ସାରତତ୍ତ୍ବକୁ ସୂଚିତ କରୁଛି। ଏହି କ୍ରମରେ ଯୁଗପୁରୁଷ ଭାରତେନ୍ଦୁ ହରିଶ୍ଚନ୍ଦ୍ର ଯେତେବେଳେ ‘ନିଜ ଭାଷା’ର କଥା କହନ୍ତି ସେତେବେଳେ ସମସ୍ତ ଭାରତୀୟ ଭାଷାଗୁଡ଼ିକ ଏଥିରେ ସମାହିତ ରହିଥାଏ। ଦେଶର ଦକ୍ଷିଣ ଭାଗଠାରୁ ନେଇ ଉତ୍ତର ତଥା ଉତ୍ତର ପୂର୍ବଠାରୁ ଆରମ୍ଭ କରି ପଶ୍ଚିମ ଭାଗ ପର୍ଯ୍ୟନ୍ତ ସମସ୍ତ ଭାଷା ଆମର ନିଜ ଭାଷା। ଭାରତ ଏବଂ ଭାରତୀୟତାର ଆତ୍ମାରେ ଏହି ଭାଷାଗୁଡ଼ିକର ମହାନ୍‌ ପରମ୍ପରା ରହିଛି। ଭାଷା ହିଁ ଜଣେ ବ୍ୟକ୍ତିକୁ ନିଜର ଦେଶ, ସଂସ୍କୃତି ଏବଂ ମୂଳ ଆଧାର ସହିତ ଯୋଡ଼ିଥାଏ।

ଏମିତିରେ ହିନ୍ଦୀକୁ ନେଇ ମଧ୍ୟ ଆମେ କୌଣସି ପ୍ରକାର ପୂର୍ବାଗ୍ରହ ବିନା ଏହା ବୁଝିବାକୁ ପଡ଼ିବ ଯେ ହିନ୍ଦୀର କୌଣସି ସ୍ଥାନୀୟ ଭାଷା ସହିତ କୌଣସି ପ୍ରକାର ମତଭେଦ ନାହିଁ। ହିନ୍ଦୀକୁ ନେଇ ସଦାବେଳେ ଏକପ୍ରକାର ଭ୍ରାନ୍ତି ପ୍ରସାରିତ କରାଯାଇଥାଏ ଯେ ଏହା ସ୍ଥାନୀୟ ଭାରତୀୟ ଭାଷାଗୁଡ଼ିକର ବିରୋଧୀ। ଏଭଳି ଅଭିଯୋଗରେ କୌଣସି ପ୍ରକାର ସତ୍ୟତା ନାହିଁ। ହିନ୍ଦୀ ଭାରତର ରାଜଭାଷା ଏବଂ ଏହାର ସ୍ଥାନୀୟ ଭାଷା ସହିତ କୌଣସି ପ୍ରକାର ମତଭେଦ ନାହିଁ। ହିନ୍ଦୀ ତ ସମସ୍ତ ଭାରତୀୟ ଭାଷାର ସଖୀ। ମୋର ମତ ଯେ ହିନ୍ଦୀ ଏବଂ ସମସ୍ତ ଭାରତୀୟ ଭାଷାକୁ ସାମାନ୍ୟ ନମନୀୟ ହେବାକୁ ପଡ଼ିବ। ଯଦି ଅନ୍ୟ ଭାଷାଗୁଡ଼ିକ ସହ କୌଣସି ପ୍ରକାର ବ୍ୟବଧାନ ଥାଏ ତେବେ ସେଗୁଡ଼ିକୁ ବର୍ଜନ କରିବା ବଦଳରେ ନିଜ ଭାଷାରେ ସମାହିତ କରିବାର ପ୍ରୟାସ କରାଯିବା ଜରୁରୀ। ଏହା କରାଯିବା ଦ୍ୱାରା ସମସ୍ତ ଭାଷାର ବିକାଶ ଅନ୍ତର୍ବିରୋଧ ପରିବର୍ତ୍ତେ ପରସ୍ପର ମଧ୍ୟରେ ସମାହିତ ହୋଇପାରିବ।

କିଛି ଲୋକଙ୍କ ମନରେ ଇଂଲିଶକୁ ନେଇ ଶ୍ରେଷ୍ଠତାବୋଧ ଭାବନା ରହିଛି ଏବଂ ଅଧିକାଂଶ ସମୟରେ ଇଂଲିଶ ଜାଣିଥିବା ବ୍ୟକ୍ତିକୁ ଜ୍ଞାନୀ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ବାସ୍ତବତାଟି ହେଲା ଯେକୌଣସି ଭାଷାର ଜ୍ଞାନ ଅବା ବୌଦ୍ଧିକ କ୍ଷମତା ସହିତ କିଛି ସମ୍ପର୍କ ନ ଥାଏ। ଭାଷା କେବଳ ଅଭିବ୍ୟକ୍ତିର ମାଧ୍ୟମ ମାତ୍ର। ଯଦି ମାତୃଭାଷାରେ ଶିକ୍ଷା ପ୍ରାପ୍ତ ହୁଏ ତେବେ ତାହା ବୌଦ୍ଧିକ କ୍ଷମତା ଉତ୍ତମ ଢଙ୍ଗରେ ପ୍ରକଟିତ ହୋଇଥାଏ ଏବଂ ଏହାର ସମ୍ୟକ୍‌ ବିକାଶ ଘଟିଥାଏ। ସେହି ସ୍ଥାନରେ ଯଦି ଅନ୍ୟ ଭାଷାରେ ଶିକ୍ଷାଦାନ କରାଯାଇଥାଏ ତେବେ ବୌଦ୍ଧିକ କ୍ଷମତାର ସମ୍ପୂର୍ଣ୍ଣ ଲାଭ ବ୍ୟକ୍ତିକୁ ମିଳିପାରି ନ ଥାଏ। କାରଣ ଯେକୌଣସି ଶିଶୁଟିଏ ହେଉନା କାହିଁକି ମାତୃଭାଷାରେ ହିଁ ସେ ସବୁଠାରୁ ଉତ୍ତମ ଭାବେ ଚିନ୍ତା କରିପାରିଥାଏ। ଯେତେବେଳେ ପ୍ରାଥମିକ ଶିକ୍ଷା ମାତୃଭାଷା ବଦଳରେ ଅନ୍ୟ କୌଣସି ଭାଷାରେ ହୋଇଥାଏ ସେତେବେଳେ ଏହା ମୌଳିକ ଚିନ୍ତନର ବିକାଶରେ ବାଧା ଉପତ୍ନ୍ନ କରିଥାଏ। ସେଥିପାଇଁ ମୋର ମତ ଯେ ଅନୁସନ୍ଧାନ ଏବଂ ମାତୃଭାଷାରେ ଶିକ୍ଷା ପଦ୍ଧତି ମଧ୍ୟରେ ବେଶ୍‌ ଗଭୀର ସମ୍ପର୍କ ରହିଛି। ତେଣୁ ଆଜି ଆମେ ଗବେଷଣା, ବିଜ୍ଞାନ, କଳା ଇତ୍ୟାଦି କ୍ଷେତ୍ରରେ ନିଜର କ୍ଷମତାକୁ କେବଳ ପାଞ୍ଚ ପ୍ରତିଶତ ଉପଯୋଗ କରିପାରିଛୁ। ବର୍ତ୍ତମାନର ପ୍ରୟାସ ଦ୍ୱାରା ଯେତେବେଳେ ଶିକ୍ଷା ମାତୃଭାଷା ମାଧ୍ୟମରେ ସମ୍ପାଦନ କରାଯିବ ଏବଂ ଦେଶ ନିଜର ସମ୍ପୂର୍ଣ୍ଣ ବୌଦ୍ଧିକ କ୍ଷମତାକୁ ଉପଯୋଗ କରିପାରିବ ସେତେବେଳେ ମୋର ବିଶ୍ୱାସ ଯେ ଆତ୍ମନିର୍ଭର ନୂତନ ଭାରତର ଯାତ୍ରାକୁ ମହତ୍ତ୍ୱପୂର୍ଣ୍ଣ ଶକ୍ତି ମିଳିପାରିବ। ସେଥିପାଇଁ ବିଶ୍ୱବ୍ୟାପୀ ଶିକ୍ଷାବିତ୍‌ମାନେ ମାତୃଭାଷାରେ ଶିକ୍ଷାକୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରନ୍ତି କାରଣ ଚିନ୍ତନ, ସଂଶୋଧନ, ବିଶ୍ଳେଷଣ, ଅନୁସନ୍ଧାନ ଏବଂ ନିଷ୍କର୍ଷର ପ୍ରକ୍ରିୟାକୁ ଆମ ମନ କେବଳ ମାତୃଭାଷାରେ ହିଁ ସମ୍ପାଦିତ କରିଥାଏ।

ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ବୈଜ୍ଞାନିକ ଏବଂ ପ୍ରଯୁକ୍ତିଗତ ଶିକ୍ଷା ତଥା ବିଶେଷଜ୍ଞମାନଙ୍କୁ ସାଧାରଣ ଜନତା ଏବଂ ଭାରତୀୟ ଭାଷା ସହିତ ଯୋଡ଼ିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ବାପୁ କହିଥିଲେ, ‘ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ପଢ଼ିଥିବା ରସାୟନଶାସ୍ତ୍ରୀ, ଇିଞ୍ଜିନିୟର ଏବଂ ଅନ୍ୟ ବିଶେଷଜ୍ଞ ଦେଶର ପ୍ରକୃତ ସେବକ ହୋଇପାରିବେ। ଏହିସବୁ ବିଶେଷଜ୍ଞ ବିଦେଶୀ ନୁହେଁ ବରଂ ସାଧାରଣ ଜନତାଙ୍କ ଭାଷାରେ କଥାର୍ବାତ୍ତା କରିବେ। ସେମାନେ ଯେଉଁ ଜ୍ଞାନ ଆହରଣ କରିବେ, ତାହା ସାଧାରଣ ଜନତା ବୁଝିପାରିବେ।’ ବାପୁଙ୍କର ଏଭଳି ଚିନ୍ତାଧାରା ଅନୁସାରେ ମୋଦି ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂତନ ଶିକ୍ଷା ନୀତିରେ ପ୍ରାଥମିକଠାରୁ ନେଇ ପ୍ରଯୁକ୍ତି ଏବଂ ମେଡିକାଲ ଶିକ୍ଷା ପର୍ଯ୍ୟନ୍ତ ସବୁଗୁଡ଼ିକୁ ମାତୃଭାଷାରେ ଉପଲବ୍ଧ କରିବା ନିମନ୍ତେ ପ୍ରୟାସ କରାଯାଉଛି। ଏହା ଅଧୀନରେ ପ୍ରଥମ ଥର ପାଇଁ ନିଜର ଭାଷା ହିନ୍ଦୀରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପଢ଼ାଯିବାର ଶୁଭାରମ୍ଭ କରିଥିବା ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି। ନୂତନ ଶିକ୍ଷା ନୀତି ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ହେଲା ସମସ୍ତ ଭାରତୀୟ ଭାଷାରେ ମେଡିକାଲ, ଇଞ୍ଜିନିୟରିଂ ଏବଂ ଆଇନ କ୍ଷେତ୍ରରେ ଉଚ୍ଚ ଶିକ୍ଷାକୁ ଉପଲବ୍ଧ କରାଇବା। ଏହି ଦିଗରେ ମୋଦି ସରକାର ସମ୍ପୂର୍ଣ୍ଣ ନିଷ୍ଠା ଏବଂ ସମର୍ପଣ ଭାବ ସହିତ ପ୍ରୟାସ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ଦେଶ ଆତ୍ମନିର୍ଭରତାର ମାର୍ଗରେ ଆଗକୁ ବଢ଼ିଚାଲିଛି। ଏଭଳି ସ୍ଥିତିରେ, ଆମକୁ ବୁଝିବାକୁ ହେବ ଯେ ଆତ୍ମନିର୍ଭର ଶବ୍ଦ କେବଳ ଉପତ୍ାଦନ, ବାଣିଜି୍ୟକ ସଂସ୍ଥାଗୁଡ଼ିକ ନିମନ୍ତେ ନୁହେଁ ବରଂ ଆତ୍ମନିର୍ଭର ଶବ୍ଦ ଭାଷାଗୁଡ଼ିକ ସମ୍ପର୍କରେ ମଧ୍ୟ ସେତିକି ମହତ୍ତ୍ୱ ବହନ କରେ। ଆତ୍ମନିର୍ଭର ଭାରତର ସ୍ବପ୍ନ ସେତିକିବେଳେ ସାକାର ହୋଇପାରିବ ଯେତେବେଳେ ଆମର ଭାଷାଗୁଡ଼ିକ ମଜଭୁତ ହୋଇପାରିବେ। ଏହି କଥାକୁ ପାଥେୟ କରି ସରକାର ନୂତନ ଶିକ୍ଷା ନୀତିରେ ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଶିକ୍ଷାଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି। ସରକାରଙ୍କ ଏହି ପ୍ରୟାସର ପରିଣାମ ସ୍ବରୂପ ଏବେ ଶିକ୍ଷା କ୍ଷେତ୍ରରେ ଭାରତୀୟ ଭାଷାଗୁଡ଼ିକୁ ବିଶେଷ ଭାବେ ମହତ୍ତ୍ୱ ମିଳିବା ମଧ୍ୟ ଆରମ୍ଭ କରିଛି। ଆଜି ଆଠଟି ଭାଷା- ତାମିଲ, ତେଲୁଗୁ, ମାଲୟାଲମ, ଗୁଜରାଟୀ, ମରାଠୀ, ବଙ୍ଗଳା, ହିନ୍ଦୀ ଏବଂ ଅସମୀୟାରେ ଇିଞ୍ଜିନିୟରିଂ ପାଠ୍ୟକ୍ରମର ଅନୁବାଦ କରାଯାଇ ମାତୃଭାଷାରେ ଶିକ୍ଷାଦାନର ପ୍ରୟାସ ହେଉଛି। ନିଟ୍‌ ଏବଂ ୟୁଜିସି ଦ୍ୱାରା ସମ୍ପାଦିତ ପରୀକ୍ଷାଗୁଡ଼ିକ ମଧ୍ୟ ୧୨ଟି ଭାଷାରେ ଦେବାର ବ୍ୟବସ୍ଥା କରାଯାଇଛି। ଏହିସବୁ ତଥ୍ୟ ଶିକ୍ଷା କ୍ଷେତ୍ରରେ ଭାରତୀୟ ଭାଷାଗୁଡ଼ିକୁ ସଶକ୍ତ କରିବା ପ୍ରତି ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ହିଁ ଦର୍ଶାଉଛି।

ଊନବିଂଶ ଶତାବ୍ଦୀରେ ଦାଦାଭାଇ ନାରୋଜୀ ଇଂରେଜମାନଙ୍କ ଦ୍ୱାରା ଭାରତର ଧନକୁ ବିଦେଶକୁ ନିଆଯାଉଥିବା ଘଟଣାକୁ ‘ଡ୍ରେନ୍‌ ଅଫ୍‌ ୱେଲ୍‌ଥ’ ରୂପେ ପରିଭାଷିତ କରିଥିଲେ। ଆଜି ଏକବିଂଶ ଶତାବ୍ଦୀରେ ସ୍ଥିତି ‘ଡ୍ରେନ୍‌ ଅଫ୍‌ ବ୍ରେନ୍‌’ ପାଲଟି ଯାଇଛି। ଯେଉଁ ବିଦେଶୀ ଶକ୍ତିମାନେ ସେତେବେଳେ ‘ଡ୍ରେନ୍‌ ଅଫ୍‌ ୱେଲ୍‌ଥ’ ମାଧ୍ୟମରେ ଆମର ଧନ ନେଇଯାଉଥିଲେ, ସେଇସବୁ ଶକ୍ତି ଆଜି ‘ବ୍ରେନ୍‌ ଡ୍ରେନ୍‌’ ଦ୍ୱାରା ଆମର ଯୁବଶକ୍ତିଙ୍କ ମନକୁ ବିଦେଶୀ ଭାଷା ଅଧ୍ୟୟନ ମାଧ୍ୟମରେ ନେଇଯିବାରେ ଲାଗିଛନ୍ତି। ଯଦି ଆମର ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷାର ସୁଯୋଗ ମିଳିବ ତେବେ ‘ବ୍ରେନ୍‌ ଡ୍ରେନ୍‌’ର ଏହି ସ୍ଥିତି ‘ବ୍ରେନ୍‌ ଗେନ୍‌’ ରୂପରେ ବଦଳିବାକୁ ଆରମ୍ଭ କରିବ। ଏବେ ଦେଶର ଯୁବତୀଯୁବକମାନଙ୍କ ନିମନ୍ତେ ସେମାନଙ୍କର ମାତୃଭାଷା ସହିତ ଅନ୍ୟ ଭାରତୀୟ ଭାଷାଗୁଡ଼ିକରେ ଶିକ୍ଷାର ବ୍ୟବସ୍ଥା କରାଯିବା ଆରମ୍ଭ ହୋଇଛି, ଯାହା ଫଳରେ ସେମାନଙ୍କର ମସ୍ତିଷ୍କ କୌଣସି ବିଦେଶୀ ଭାଷାର ଗୋଲାମ ହେବା ପରିବର୍ତ୍ତେ ଦେଶୀୟ ଭାଷାରେ ମୁକ୍ତ ଭାବେ ଚିନ୍ତା କରିପାରିବ, ବୁଝିପାରିବ ଏବଂ ନିଜର ଚିନ୍ତନ ଏବଂ ଅନୁସନ୍ଧାନ ଶକ୍ତି ବୃଦ୍ଧିକରି ନିଜର ବିକାଶ କରିପାରିବ।

ଭାରତୀୟ ଜନତା ପାର୍ଟିକୁ ଯେତେବେଳେ ବି ସୁଯୋଗ ମିଳିଛି, ଆମେ ଭାରତୀୟ ଭାଷାଗୁଡ଼ିକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିଛୁ। ଦାସତ୍ୱର କାଳଖଣ୍ଡ ସମାପ୍ତ ହେବା ପରେ ସୁଦ୍ଧା ଭାରତର କ୍ଷମତା ପ୍ରତିଷ୍ଠାନରେ ଦୀର୍ଘ ସମୟ ଧରି ଭାରତୀୟ ଭାଷାଗୁଡ଼ିକୁ ନେଇ ଏକପ୍ରକାର ହୀନମନ୍ୟତା ରହିଆସିଥିଲା। ଦେଶର ନେତା ବିଦେଶୀ ମଞ୍ଚରେ ଇଂଲିଶ ଭାଷାରେ ଭାଷଣ ଦେଉଥିଲେ। କିନ୍ତୁ ଭାଜପାର ଅଟଳ ବିହାରୀ ବାଜପେୟୀଙ୍କୁ ଯେତେବେଳେ ବିଦେଶ ମନ୍ତ୍ରୀ ହେବାର ସୁଯୋଗ ମିଳିଲା, ସେତେବେଳେ ସେ ମିଳିତ ଜାତିସଂଘ ମଞ୍ଚରେ ହିନ୍ଦୀରେ ହିଁ ଭାଷଣ ପ୍ରଦାନ କରି ଭାରତୀୟ ଭାଷାକୁ ଗୌରବ ପ୍ରଦାନ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଟଳଜୀଙ୍କ ଏହି ପରମ୍ପରାକୁ ଆଗକୁ ବଢ଼ାଇ ବୈଶ୍ୱିକ ମଞ୍ଚରେ ହିନ୍ଦୀରେ ହିଁ ଭାଷଣ ଦେଉଛନ୍ତି। ମୋଦିଜୀଙ୍କ ହିନ୍ଦୀରେ ଭାଷଣ ପ୍ରଦାନ ଫଳରେ ବୈଶ୍ୱିକ ସ୍ତରରେ ଭାରତୀୟ ଭାଷାକୁ ପରିଚୟ ତ ମିଳିଛି, ଭାରତୀୟମାନଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଭାଷାଗୁଡ଼ିକ ମାଧ୍ୟମରେ ଉଚ୍ଚଶିକ୍ଷାର ମାର୍ଗ ଉନ୍ମୋଚିତ ହୋଇଚାଲିଛି ଯାହା ଆମ ଭାଷାଗୁଡ଼ିକୁ ମଧ୍ୟ ବିକଶିତ ହେବାରେ ଲାଭପ୍ରଦ ହେବ। ଦେଶର ଛାତ୍ରୀଛାତ୍ର ମହଲରେ ଅନୁସନ୍ଧାନ କ୍ଷମତାର ମଧ୍ୟ ଗୁଣାତ୍ମକ ବୃଦ୍ଧି ଘଟିବ। ମୋର ପୂର୍ଣ୍ଣ ବିଶ୍ୱାସ ଯେ ଯୁଗ ଯୁଗ ଧରି ଭାରତ ନିଜର ଭାଷାଗୁଡ଼ିକୁ ସୁରକ୍ଷିତ ରଖିପାରିବ ଓ ଏଗୁଡ଼ିକୁ ନମନୀୟ ତଥା ଜନୋପଯୋଗୀ କରି ଭାଷାଗତ ବିକାଶକୁ ନୂତନ ଦିଗ୍‌ଦର୍ଶନ ଦେଉଥିବ।

 

ଅମିତ ଶାହ
ସ୍ବରାଷ୍ଟ୍ର ମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?