ସମସ୍ୟାରେ ଉବୁଟୁବୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୭ା୧୧(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନାମରେ ପ୍ରହସନ ଚାଲୁଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ଘୋଟାଲା ହେଉଥିଲେ ମଧ୍ୟ ଏଥିପ୍ରତି ପୌର ପରିଷଦ ଦୃଷ୍ଟି ନ ଦେବା ଏକ ପରିତାପର ବିଷୟ। ଏହି ପୌରାଞ୍ଚଳର ଯେଉଁଆଡ଼େ ଚାହିଁବ ଚାରିଆଡ଼େ ସମସ୍ୟା ପୂରି ରହିଛି। ପୌର ପରିଷଦ ବୈଠକରେ ଅତିଥିଙ୍କ ଭାଷଣବାଜି ଜନସାଧାରଣଙ୍କୁ ଅତିଷ୍ଠ କରିଛି। ଏହି ଘଟଣା ବର୍ତ୍ତମାନ ପୌରାଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ପରିଷଦକୁ ୩୫ ବର୍ଷ ପୂରଣ ହୋଇଥିବା ବେଳେ ଏଠାରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସମାଧାନ ହୋଇପାରୁନାହିଁ। ସହରୀ ସୌନ୍ଦର୍ଯ୍ୟକରଣ ନାମରେ ଯୋଜନା ପ୍ରସ୍ତୁତ ହୋଇ ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଯୋଜନା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନାହିଁ। ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୨୦୨୦ ମାର୍ଚ୍ଚଠାରୁ ମୁକ୍ତା ଯୋଜନା ମାଧ୍ୟମରେ ୨୦ଟି ୱାର୍ଡରେ ପାଖାପଖି ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପଗୁଡ଼ିକର ଚିହ୍ନବର୍ଣ୍ଣ ନାହିଁ। ୨୦୧୯ରେ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ, ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନ୍‌, ୧ କୋଟି ଟଙ୍କା ବ୍ୟୟରେ ବାଲିପଡ଼ାଠାରେ ସ୍ମାର୍ଟ ଶ୍ମଶାନ ଗୃହ, ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଜ ମାର୍କେଟ କମ୍ପ୍ଲେକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସେସବୁ କାର୍ଯ୍ୟକାରୀ ହୋଇନାହଁି। ଯୁବନେତା ସତ୍ୟପ୍ରିୟ ସାମଲ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରର ପ୍ରବେଶ ଦ୍ୱାର ବିଜୁ ପଟ୍ଟନାୟକ ଛକଠାରୁ କଲେଜ ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ପାଲଟିଛି ବ୍ୟବସାୟୀଙ୍କ ହାଟଚାଳି। ପଟ୍ଟାମୁଣ୍ଡାଇ-ରାଜନଗର ବ୍ୟସ୍ତବହୁଳ କଲେଜ ରୋଡ୍‌ରେ ୫ରୁ ୬ଟି ଘରୋଇ ବ୍ୟାଙ୍କ ଚାଲୁଥିବା ବେଳେ ପାର୍କିଂ ସ୍ଥାନ ନ ଥିବାରୁ ରାସ୍ତା ଉପରେ ବ୍ୟାଙ୍କର ଉପଭୋକ୍ତାମାନେ ଗାଡ଼ି ରଖି ବ୍ୟାଙ୍କକୁ ଯିବା ଦ୍ୱାରା ରାସ୍ତା ସଂକୁଚିତ ହୋଇ ଦୁର୍ଘଟଣା ଘଟୁଛି। ବଜାର ମଧ୍ୟରେ ହୋଲ୍‌ସେଲ୍‌ ବ୍ୟବସାୟୀମାନେ ରାସ୍ତା ଉପରେ ଚାରିଚକିଆ ଗାଡ଼ି ରଖି ମାଲ୍‌ ଲୋଡ୍‌ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ରହୁଛି। ମଝିରାସ୍ତାରେ ଅମାନିଆ ବାଇକ୍‌ ଓ କାର ଚାଳକଠାରୁ ଆରମ୍ଭକରି ପ୍ରତ୍ୟେକ ବଡ଼ଗାଡ଼ି ଥୁଆହେଉଛି। ପୋଲିସ ଓ ପୌର ପରିଷଦର ଆନ୍ତରିକତା ଅଭାବ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢ଼ି ଦୁର୍ଘଟଣା ଘଟୁଛି। ସାମାଜିକ କର୍ମୀ ଉପେନ୍ଦ୍ର ନାୟକ କହିଛନ୍ତି, ପ୍ରତ୍ୟେକ ସମୟରେ ବଜାର ମଧ୍ୟକୁ ଭାରିଯାନ ପ୍ରବେଶ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ ରହୁଛି। ଗାଈଗୁଡ଼ିକ ରାସ୍ତାରେ ମେଳିବାନ୍ଧି ଛିଡାହୋଇ ରହୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଡ୍ରେନେଜ୍‌ ସମସ୍ୟା ଲାଗିରହିଥିବା ବେଳେ ପ୍ରତିବର୍ଷ ନିର୍ମାଣ ନାମରେ ବ୍ୟାପକ ଅର୍ଥ ବାଟମାରଣା ହେଉଛି। ସେହିପରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ିରହିଛି। କେତେଜଣ ବ୍ୟବସାୟୀ ରାସ୍ତାକୁ ମଡ଼ାଇ ଦୋକାନ ଗୃହ କରିଥିବାରୁ ରାସ୍ତା ସଂକୁଚିତ ହୋଇ ପ୍ରତ୍ୟେକ ଦିନ ଏଠାରେ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି। ପ୍ରତି ନିର୍ବାଚନ ସମୟରେ ସମସ୍ୟା ଦୂର କରିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥା’ନ୍ତି। କିନ୍ତୁ ନିର୍ବାଚନ ସରିଯିବା ପରେ ମନେପଡ଼େନି ସହରୀ ବିକାଶ କଥା, ଯାହାକୁ ନେଇ ପୌରବାସୀ ସମେତ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଥିଲା, ସେଗୁଡିକର କାମ ଖୁବ୍‌ଶୀଘ୍ର ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri