ଆଜି ଷ୍ଟାର୍‌ କିରଣରେ ଦେଶାତ୍ମବୋଧ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୪।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନଭିତ୍ତିକ ଟିଭି ଚ୍ୟାନେଲ ‘ଷ୍ଟାର୍‌ କିରଣ’ରେ ରବିବାର ଦିନତମାମ ବିଭିନ୍ନ ପ୍ରକାର ଦେଶାତ୍ମବୋଧ କାର୍ଯ୍ୟକ୍ରମ ପ୍ରସାରଣ ହେବ। ରବିବାର ସକାଳ ୧୦ ଟାରେ ଛୋଟ ପିଲାମାନଙ୍କ ପାଇଁ ଚଳଚ୍ଚିତ୍ର ‘ବୀର ଯୋଦ୍ଧା ପୃଥ୍ବୀରାଜ ଚୌହାନ’ ପ୍ରସାରଣ ହେବ ଏବଂ ଦିନ ୧୨ଟା ୩୦ରେ ‘ଶହୀଦ ରଘୁ ସର୍ଦ୍ଦାର’ର ୱାର୍ଲଡ୍‌ ଟିଭି ପ୍ରିମିୟର ମଧ୍ୟ ହେବ ବୋଲି ଜଣାପଡ଼ିଛି। ଉକ୍ତ ଚଳଚ୍ଚିତ୍ର ସ୍ବାଧୀନତା ସଂଗ୍ରାମୀ ରଘୁନାଥ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି। ସେହିପରି ସା ୬ଟାରେ ‘ଉଡ଼େ ତ୍ରିରଙ୍ଗା’ ନାମରେ ଏକ ଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏଥିରେ ଦେଶର ବୀର ଯବାନ ଓ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ପ୍ରଦାନ କରିବା ଲାଗି ପ୍ରୟାସ କରାଯାଇଛି। ଅପରପକ୍ଷରେ ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ପରିଶେଷରେ ଓଡ଼ିଆ ସିନେ କଳାକାର, ଗାୟକ ଓ ନୃତ୍ୟଶିଳ୍ପୀମାନେ ନିଜର ନିପୁଣ କଳାର ପ୍ରଦର୍ଶନ କରିବେ। ପାଇକନୃତ୍ୟ ଓ ମାଲଖମ୍ବର ପ୍ରଦର୍ଶନ ହେବା ସହ ବାଲୁକାଶିଳ୍ପୀ ସୁଚିତ୍ରା ମହେଶ୍ବତା ନିଜର କଳା ପ୍ରଦର୍ଶନ କରିବେ। ଲିପ୍ସା ମିଶ୍ର, ଆକାଶ ଦାସନାୟକ ଓ କୁନା ତ୍ରିପାଠୀ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଭାର ସମ୍ଭାଳୁ ଥିବାବେଳେ ଭୂମିକା ଦାଶ, ଶିବାନୀ ସଙ୍ଗୀତା, ଜ୍ୟୋତିରଞ୍ଜନ ନାୟକ, ସୂର୍ଯ୍ୟମୟୀ ମହାପାତ୍ର, ଶୈଳେନ୍ଦ୍ର ସାମନ୍ତରାୟ, ସ୍ବରାଜ ବାରିକ, ରାକେଶ ଦେଓ, ଶଶାଙ୍କ ଶେଖର, ସ୍ବୟମ୍‌ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର ଓ କୁଲଦୀପ ପଟ୍ଟନାୟକ ପ୍ରମୁଖ ନାଚ,ଗୀତ ଓ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ଷ୍ଟାର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri