Posted inଫୁରସତ

ଯାଆନ୍ତୁ ବୁଲି: ପତୋରା ଡ୍ୟାମ୍‌

ଅପୂର୍ବ ଏ ଓଡ଼ିଶା ରାଜ୍ୟ। ଏହାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଅନୁପମ ପ୍ରାକୃତିକ ସୌନ୍ଦର୍ଯ୍ୟ। ଏହି ରାଜ୍ୟକୁ ଆହୁରି ମହାନ୍‌ କରିଛି ଏଠାରେ ଥିବା ଶୈବପୀଠ, ଶାକ୍ତ, ବୈଷ୍ଣବ, ଗାଣପତ୍ୟ ଧର୍ମର ଅସଂଖ୍ୟ ମନ୍ଦିରମାନ। ସେମିତି ଏକ ନୈସର୍ଗିକ ଶୋଭାର ଭଣ୍ଡାର ରହିଛି ନୂଆପଡ଼ା ଜିଲାରେ। ଓଡ଼ିଶାର ଉପାନ୍ତ ଏବଂ ଛତିଶଗଡ଼ ନିକଟବର୍ତ୍ତୀ ଏହି ଜିଲାରେ ଥିବା ପତୋରା ଜଳଭଣ୍ଡାର ଏବଂ ତତ୍‌ସଂଲଗ୍ନ ଯୋଗେଶ୍ୱର ଶିବ ମନ୍ଦିର ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଘନ ଜଙ୍ଗଲ ଆଉ ପାହାଡ଼ ଘେରା ଏହି ଜିଲାର ସଦର ମହକୁମାଠାରୁ ମାତ୍ର ଅଠର କି.ମି. ଦୂରରେ ଜୋଙ୍କ ନଦୀ ଉପରେ ନିର୍ମିତ ଏହି ଜଳଭଣ୍ଡାରଟି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ଏଠାରେ ସରକାରୀ ସ୍ତରରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ପାହାଡ଼ ଉପରେ ଥିବା ଯୋଗେଶ୍ୱର ମହାଦେବଙ୍କ ମନ୍ଦିରର ଉନ୍ନତୀକରଣ ହୋଇ ସେଠାରେ ଏକ ସୁନ୍ଦର ଉଦ୍ୟାନ ତିଆରି ହୋଇଛି; ଯାହାର ନାମ ରହିଛି ସୁନାବେଡ଼ା ପ୍ରାକୃତିକ ଉଦ୍ୟାନ। ଏଠାରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ସହିତ ଶାଳ, ପିଆଶାଳ, ପାଇନ୍‌ ଇତ୍ୟାଦି ଗଛ ରୋପଣ କରାଯାଇ ଅଳ୍ପ କିଛି ହରିଣ, ଠେକୁଆ ଇତ୍ୟାଦି ଜୀବଜନ୍ତୁଙ୍କୁ ରଖାଯାଇଛି। ସେଇ ଲନ୍‌ର ଧାରେ ଧାରେ ଗଲେ ସିଧା ପହଞ୍ଚତ୍ ହେବ ପତୋରା ଡ୍ୟାମ୍‌ ନିକଟରେ। ଠିଆ ହୋଇ ଜଳଭଣ୍ଡାରର ଶୋଭା ଦର୍ଶନ କରିବା ପାଇଁ ସେଠାରେ ଝୁଲା ସେତୁବନ୍ଧଟିଏ ତିଆରି ହୋଇଛି। ବର୍ଷାଦିନେ ପାହାଡ଼ ଉପରୁ ନିଗିଡ଼ି ପଡୁଥିବା ପାଣି ପଶି ଜୋଙ୍କ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ। ସେହି ସମୟରେ ଏହି ଡ୍ୟାମ୍‌ର ସ୍ଲୁଇସ୍‌ ଗେଟ୍‌ ଦ୍ୱାରା ବନ୍ୟା ଜଳକୁ ନିଷ୍କାସିତ କରି ଦିଆଯାଏ। ଡ୍ୟାମ୍‌ର ଗେଟ୍‌ ଖୋଲା ହେଲେ ସେହି ବାଟ ଦେଇ ଜଳଧାରା ପ୍ରବଳ ବେଗରେ ପତିତ ହେଉଥାଏ ତଳକୁ ଏବଂ ଧୂଆଁ ଭଳି ବହି ଯାଉଥାଏ ଆହୁରି ତଳକୁ ତଳକୁ। ବିଲମାଳ ବୁଡ଼ି ଯାଉଥାଏ, ତଟବର୍ତ୍ତୀ ଅଞ୍ଚଳ ପଟୁମାଟି ପଡି ଉର୍ବର ହେଉଥାଏ। ଖୁବ୍‌ ସୁନ୍ଦର ସେ ଦୃଶ୍ୟ। ପାହାଡ଼ର ଶୀର୍ଷ ଦେଶରେ ରହିଛି ଯୋଗେଶ୍ୱର ମହାଦେବଙ୍କର ଖୁବ୍‌ ସୁନ୍ଦର ମନ୍ଦିରଟିଏ। ମନ୍ଦିର ଚୂଡ଼ାରେ ଶୋଭା ପାଉଛନ୍ତି ପାଞ୍ଚୋଟି ବିରାଟ ଶିବଲିଙ୍ଗ ଏବଂ ଶୀର୍ଷରେ ସପ୍ତଫେଣୀ ନାଗ। ଗର୍ଭଗୃହରେ କଳା ମୁଗୁନୀ ପଥରର ବିରାଟ ଶିବଲିଙ୍ଗ ସହିତ ପିତ୍ତଳର ବିରାଟକାୟ ସର୍ପ ମୂର୍ତ୍ତି। ମନ୍ଦିର ଗୃହର ସମ୍ମୁଖ କାନ୍ଥରେ ନବଗ୍ରହଙ୍କର ପଥରର ମୂର୍ତ୍ତି ରହିଛି। ପାର୍ଶ୍ୱ ଦେବତା ଭାବରେ ରହିଛନ୍ତି ଦୁର୍ଗା, ଗଣେଶ, କାର୍ତ୍ତିକ। ମନ୍ଦିରର ଭିତର ପଟଟି ପୂରା ମାର୍ବଲ୍‌ ଛାଉଣି। ବେଢ଼ା ଭିତର ଖୁବ୍‌ ପରିଷ୍କାର ପରିଚ୍ଛନ୍ନ। ତଳକୁ ପରିକ୍ରମା ପଥରେ ମଧ୍ୟ ମାର୍ବଲ ବିଛାଇ ହୋଇଛି। ଏବେ ନୂତନ ଭାବରେ ମନ୍ଦିରର ସମ୍ମୁଖ ଭାଗରେ ନିର୍ମିତ ହୋଇଛି ବିରାଟ ନନ୍ଦୀ ମୂର୍ତ୍ତିଟିଏ। ମନ୍ଦିର ପଛକୁ ନୂତନ ମଣ୍ଡପଟିଏ ତିଆରି ହୋଇ ସେଥିରେ ଗଢ଼ା ହୋଇଛନ୍ତି ବିଷ୍ଣୁଙ୍କର ଦଶ ଅବତାରର ମୂର୍ତ୍ତି। ଭକ୍ତମାନଙ୍କ ପାଇଁ ବିବାହ, ବ୍ରତ ଇତ୍ୟାଦିରେ ଭୋଜିଭାତ କରିବା ନିମନ୍ତେ ମଣ୍ଡପଟିଏ ମଧ୍ୟ ରହିଛି ସେଠାରେ। ମନ୍ଦିରର ବାମପଟକୁ ଭୋଗ ଆଉ ଫୁଲ ଦୋକାନ। ତା’ କଡ଼େ କଡ଼େ ଲମ୍ବି ଯାଇଛି ପାହାଡ ତଳକୁ ନୂଆ ହୋଇ ଗଢ଼ା ଯାଇଥିବା ଶ୍ରୀରାମ ମନ୍ଦିର ଆଡ଼କୁ ରାସ୍ତା। ପଥୁରିଆ ରାସ୍ତାରେ ଆଗକୁ ସେଇଠି ରହିଛି ଗୋଟିଏ ସୁଉଚ୍ଚ ହନୁମାନ ମୂର୍ତ୍ତି। ମୂର୍ତ୍ତିର ଦୁଇ ପାଦ ମଧ୍ୟ ଦେଇ ଲମ୍ବିଛି ସଂକୀର୍ଣ୍ଣ ପାହାଚ ପାହାଡ଼ର ପାଦଦେଶର ତଳକୁ ତଳକୁ। ସେଠାରେ ପୁଣି ରହିଛି ମହାକାଳର ମୁହଁ। ମୁହଁ ଭିତରେ ପଶି ତଳକୁ ଓହ୍ଲାଇଲେ ଗୋଟିଏ ବଡ଼ ଦଲାଣ। ସେହି ଦଲାଣରେ ରହିଛି ଶ୍ରୀରାମ ମନ୍ଦିର। ସେଠାରେ ରାମ, ଲକ୍ଷ୍ମଣ,ସୀତାଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ଆଉ ଗୋଟିଏ ଛୋଟ ମନ୍ଦିରରେ ବନଦୁର୍ଗା ପୂଜା ପାଉଛନ୍ତି। ସବୁ ମନ୍ଦିରଗୁଡ଼ିକ ବେଶ୍‌ ସଫାସୁତୁରା। ଦେଖିଲେ ଭାରି ଭଲ ଲାଗେ। ସବୁ ଋତୁରେ ଏଠି ଭକ୍ତମାନଙ୍କ ଭିଡ଼। ବିଶେଷକରି ଶ୍ରାବଣ ମାସରେ ଠାକୁରଙ୍କୁ ଜଳଲାଗି କରିବାକୁ କାଉଡ଼ିଆ ଭକ୍ତମାନେ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଏଠାକୁ। ବିମାନ ଯୋଗେ ଏହି ସ୍ଥାନକୁ ଯିବା ପାଇଁ ଓଡ଼ିଶା ପଟରୁ ଝାରସୁଗୁଡ଼ା ବିମାନବନ୍ଦର ଏବଂ ଛତିଶଗଡ଼ର ରାୟପୁର ବିମାନବନ୍ଦର ହେଉଛି ନିକଟତମ। ରେଳ ଯୋଗେ ନୂଆପଡ଼ା କିମ୍ବା ଖରିଆର ରୋଡ୍‌ ଷ୍ଟେଶନ୍‌ରେ ଓହ୍ଲାଇ ଟ୍ୟାକ୍ସି କିମ୍ବା ଅଟୋରିକ୍ସା ଧରି ମଧ୍ୟ ଯାଇପାରିବେ। ସଡ଼କ ପଥରେ ଓଡ଼ିଶାର ସବୁ ସ୍ଥାନରୁ ବସ୍‌ରେ ଯାତାୟାତର ସୁବିଧା ମଧ୍ୟ ରହିଛି। ସେଥିପାଇଁ ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିଥାଏ।
-ସୁଷମା ପରିଜା
ଶାରଳା ଭବନ, ପୋତାପୋଖରୀ, କଟକ
ମୋ: ୯୩୩୭୨୭୨୬୪୭


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri