ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା ଶେଷ: ୨୮ରେ ପ୍ରକାଶ ପାଇବ ରାୟ

ପାଟଣାଗଡ଼,୧୪ା୫( ସଚ୍ଚିଦାନନ୍ଦ ମହାକୁର): ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବୁଧବାର ଉଭୟ ପକ୍ଷର ଓକିଲଙ୍କ ମଧ୍ୟରେ ପାଟଣାଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବିତର୍କ ପ୍ରକିୟା ଶେଷ ହୋଇଯାଇଛି। ଆସନ୍ତା ୨୮ରେ ଏହି ମାମଲାର ରାୟ ପ୍ରକାଶ ପାଇବ। ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ କ’ଣ ଦଣ୍ଡ ମିଳିବ, ଯଦି ମିଳିବ ତା’ହେଲେ କି ପ୍ରକାର ଦଣ୍ଡ ମିଲିବ ଏବେ ତା’ଉପରେ ସମସ୍ତଙ୍କର ନଜର ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗୀର ଜେଲରୁ ଆଜି ମଧ୍ୟ କଡ଼ାସୁରକ୍ଷା ବଳୟ ଭିତରେ ପାଟଣାଗଡ଼ କୋର୍ଟକୁ ଅଣାଯାଇଥିଲା। କୋର୍ଟରେ ଉଭୟ ପକ୍ଷର ଓକିଲ ଶେଷ ପ୍ରକ୍ରିୟାର ବିତର୍କ କରିଥିଲେ। ଏହି ବିତର୍କକୁ ଶୁଣିବା ପାଇଁ ପୁଞ୍ଜିଲାଲ ପରିବାର ବର୍ଗ, ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।

ପୀଡ଼ିତା ପରିବାରଙ୍କ ଓକିଲ ଚିତ୍ତରଞ୍ଜନ କାନୁନ୍‌ଗୋଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ଯାହାସବୁ ତଥ୍ୟ ମିଳିଥିଲା ତାକୁ ଆମେ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ଆଧାରରେ କୋର୍ଟରେ ପ୍ରମାଣ କରିଛୁ। ଠିକ୍‌ ଭାବରେ ତଦନ୍ତ ପ୍ରକିୟା ହୋଇଛି। ଏପରିକି ଯାହା ଆମେ ଉପସ୍ଥାପନ କରିଛୁ ନ୍ୟାୟ ପାଇବା ନିଶ୍ଚିତ ବୋଲି କାନୁନ୍‌ଗୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ କହିବା ଅନୁସାରେ ବିତର୍କ ପ୍ରକିୟା ସରିଯାଇଛି। ଖୁବ୍‌ଶୀଘ୍ର କୋର୍ଟ ନିଜର ଫଇସଲା ଶୁଣିଇବେ। ପୁଞ୍ଜିଲାଲଙ୍କୁ ଏହି ମାମଲାରେ କ୍ରାଇମବ୍ରାଞ୍ଚ ଚାପଗ୍ରସ୍ତ ହୋଇ ଫସାଇଦେଇଛି। କ୍ରାଇମବ୍ରାଞ୍ଚ ଅନ୍ୟଦିଗ ଉପରେ ତଦନ୍ତ ନ କରି ଆକ୍ରେଶମୂଳକ ଭାବରେ ପୁଞ୍ଜିଲାଲଙ୍କୁ କାଠଗଡ଼ାକୁ ଟାଣିବା ସହ ନିଜ କାମ ସାରିଦେଇଛି। ପୁଞ୍ଜିଲାଲଙ୍କ ବିରୋଧରେ ଯେତିକି ଅଭିଯୋଗ ଆସିଥିଲା ତା’ଠାରୁ ଅନ୍ୟମାନଙ୍କ ଉପରେ ଅଧିକ ଅଭିଯୋଗ ଥିଲା। କିନ୍ତୁ ପୋଲିସ ମଧ୍ୟ ଚାପଗ୍ରସ୍ତ ହୋଇ ସେମାନଙ୍କୁ ତଦନ୍ତ ପରିସରକୁ ଆଣି ମଧ୍ୟ ପରବର୍ତ୍ତୀ ସମୟରେ ଛାଡ଼ିଦେଇଥିଲା। ତେଣୁ ତଦନ୍ତ ଠିକ୍‌ ବାଟରେ ହୋଇ ନ ଥିବା ପୁଞ୍ଜିଲାଲଙ୍କ ଓକିଲ ମିଶ୍ର କହିଥିଲେ। ସେପଟେ ମୃତ ସୌମ୍ୟଶେଖରଙ୍କ ବାପା ରବୀନ୍ଦ୍ର ସାହୁ କ୍ରାଇମ୍‌ବ୍ରାଞ୍ଚ ଠିକ୍‌ ଭାବରେ ଏହି ମାମଲାର ତଦନ୍ତ କରିଛି। ଆଗକୁ ଆମେ ନ୍ୟାୟ ପାଇବୁ ବୋଲି ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ।

ସୂଚନାନୁସାରେ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ସେତେବେଳର କଲେଜ ଅଧ୍ୟକ୍ଷା ସଂଯୁକ୍ତ ସାହୁଙ୍କ ଘରକୁ ଏକ ପାର୍ସଲ ବୋମା ପଠାଇଥିଲେ। ରବୀନ୍ଦ୍ର ଓ ସଂଯୁକ୍ତାଙ୍କ ଏକମାତ୍ର ପୁଅ ସୋମ୍ୟଶେଖରଙ୍କ ବାହାଘର ୨୦୧୮ ଫେବୃଆରୀ ୧୭ରେ ହୋଇଥିଲା। ପୁଞ୍ଜିଲାଲ ବିବାହ ଉପହାର ଭାବେ କୋରିଅର ମାଧ୍ୟମରେ ଏହି ପାର୍ସଲ ଗିଫ୍ଟ ଦେଇଥିଲେ। ୨୩ ତାରିଖରେ ପାର୍ସଲ ଗିଫ୍ଟ ଖୋଲିବା ସମୟରେ ତାହା ବିସ୍ପୋରଣ ଘଟିଥିଲା । ଏଥିରେ ସୋମ୍ୟଶେଖର ଓ ତାଙ୍କ ଜେଜେମା ଜେନାମଣିଙ୍କ ମୃତ୍ୟୁ ଘଟିଥିଲା। ନବବିବାହିତା ସ୍ତ୍ରୀ ରୀମାରାଣି ସାହୁ ଗୁରୁତର ହୋଇ ଦୀର୍ଘଦିନର ଚିକିତ୍ସା ପରେ ସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ପାଟଣାଗଡ଼ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ କ୍ରାଇମବ୍ରାଞ୍ଚ ଏଦିଗରେ ତଦନ୍ତ କରି ପୁଞ୍ଜିଲାଲଙ୍କୁ ମାମଲାର ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା। ସେହିଦିନଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜେଲରେ ବିଚାରାଧୀନ ଭାବରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri