ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତାଙ୍କୁ ଜିଲା ବିଜେଡି କାର୍ଯ୍ୟକାରୀ କମିଟିରେ ସ୍ଥାନ ମିଳିବା ସହ ଜିଲା ବିଜେଡି ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକ ଦାୟିତ୍ୱ ମିଳିଛି।

ବିଜେଡି ଜିଲା ଉପସଭାପତି ଭାବେ ବରିଷ୍ଠ ଆଇନଜୀବୀ ରାହାସ ବିହାରୀ ପୃଷ୍ଟି, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ଭଞ୍ଜ ଦେଓ, ମହେନ୍ଦ୍ର କୁମାର ସାହୁ, ବସନ୍ତ ମିଶ୍ର, ନିରଞ୍ଜନ ତ୍ରିପାଠୀ, ସମ୍ପାଦକ ଭାବେ ଶତ୍ରୁଘ୍ନ ସିଂଙ୍କୁ ଦାୟିତ୍ୱ ମିଳିଛି। ନୂତନ ଭାବେ ଦାୟିତ୍ୱ ପାଇଥିବା କର୍ମକର୍ତ୍ତାମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ପାଟଣାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ନାଏକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily