ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମତଦାନ: ହାଇକୋର୍ଟ ନିର୍ଦ୍ଦେଶରେ ଫଳାଫଳ ସଂରକ୍ଷିତ

ପାଟଣା,୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଶନିବାର ଅନାସ୍ଥା ପ୍ରସ୍ତାବ ବ୍ଲକ ସଭାଗୃହରେ ଆଗତ ହୋଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଜ୍ଞାତବାସରେ ଥିବା ୩୧ଜଣ ସମିତିସଭ୍ୟ ଓ ସରପଞ୍ଚ ଏକ ବସ୍‌ରେ ଆସି ପହଞ୍ଚିଥିଲେ। ମତଦାନ ପକ୍ରିୟାରେ ବିଧାୟକଙ୍କୁ ମିଶାଇ ମୋଟ ୩୫ଜଣ ସଦସ୍ୟ ଉପସ୍ଥିତଥିଲେ ୩୪ଜଣ ମତଦାନ କରିଥିବା ବେଳେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ଭୋଟ ଦେଇ ନ ଥିଲେ। ପାଟଣା ବିଧାୟକ ଅଖିଳ ନାଏକ ମତଦାନ ପକ୍ରିୟାରେ ଅଂଶ ଗ୍ରହଣ କରିଥିବା ବେଳେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ମତଦାନ ପକ୍ରିୟାରେ ଅଂଶ ଗ୍ରହଣ କରି ନ ଥିଲେ। ପାଟଣା ବ୍ଲକ ଅଧ୍ୟକ୍ଷା କେବଳ ରେଜିଷ୍ଟରରେ ଦସ୍ତଖତ କରି ଚାଲି ଯାଇଥିଲେ।

ପ୍ରିଜାଡିଙ୍ଗ ଅଫିସର ଭାବେ ସାହାରପପଡ଼ା ବିଡଓ ରଞ୍ଜିତ ମହାନ୍ତ ନିଯୁକ୍ତ ହୋଇଥିଲେ। ଏନେଇ ତାଙ୍କୁ ପଚାରିବାରୁ ୩୫ଜଣ ଙ୍କ ମଧ୍ୟରୁ ୩୪ଜଣ ମତ ଦାନ କରିଛନ୍ତି। କୋର୍ଟର ନିର୍ଦେଶ ଥିବାରୁ ଫଳ ପ୍ରକାଶ ହେବ ନାହିଁ। ୧୭ ଜାନୁୟାରୀରେ କୋର୍ଟ ଅର୍ଡର ଆସିଲେ ଯାହା କିଛି ନିଷ୍ପତ୍ତି ନିଆଯିବ। ଭୋଟ ବାକ୍ସକୁ ବ୍ଲକ ଷ୍ଟ୍ରଙ୍ଗରୁମରେ ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି। ମାଜିଷ୍ଟେଟ ଭାବେ ପାଟଣା ତହସିଲିଦାର ଲୀଳାବତି ନାୟକ ରହିଥିବା ବେଳେ ୨ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ଘଟଗାଁ ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡଆଇନ ଶୃଙ୍ଖଳା ରକ୍ଷା କରିଥିଲେ। ଆଜିର ଘଟଣା କ୍ରମେ ଅନାସ୍ତା ସପକ୍ଷ ବାଦିଙ୍କୁ ନିରୁତ୍ସାହିତ କରିଥିବା ବେଳେ ସାମୟିକ ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତିଙ୍କୁ ଆସ୍ବସ୍ଥି ମିଳିଥିବା ରାଜନୈତିକ ବିସ୍ଲେଶକ କହିଛନ୍ତି। ଗତ ଡସେମ୍ବର ୧୩ ତାରିଖରେ ୧୪ଜଣ ସମିତି ସଭ୍ୟା ଓ ସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ କେନ୍ଦୁଝର ଉପ ଜିଲା ପାଳଙ୍କୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri