କ୍ୱାକ୍‌ଙ୍କ କବଳରେ ରୋଗୀ

ମହାକାଳପଡ଼ା,୧୨ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ପ୍ରଭାବ ବଢ଼ି ଚାଲିଛି। ରାଜ୍ୟ ବାହାରୁ ଆସୁଥିବା ଏପରି କ୍ୱାକ୍‌ ଅସ୍ଥାୟୀ ଭାବେ ଗାଁରେ ରହି ରୋଗୀଙ୍କ ଚିକିତ୍ସା କରିବା ସହିତ ନିମ୍ନମାନର ଔଷଧ ବିକ୍ରି କରୁଛନ୍ତି। ଏପରି କି ସେମାନଙ୍କ ମଧ୍ୟରୁ କେତେଜଣ ରାତିରେ ଅତି ଗୋପନୀୟ ଭାବେ ଗର୍ଭପାତ କରାଉଛନ୍ତି। ଏପରି ସେବା ଯୋଗାଇ ସେହି କ୍ୱାକ୍‌ମାନେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ହେଲେ ଏଥିରେ ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହେଉଥିବା ଅଭିଯୋଗ ହୋଇଛି।
କରି କୋଲକତା, ବାଂଲାଦେଶରୁ ଏହି କ୍ୱାକ୍‌ମାନେ ଆସି ବିଭିନ୍ନ ଗାଁରେ ରୋଗୀଙ୍କ ମଧ୍ୟରେ ଚିକିତ୍ସା ସୁବିଧା ଯୋଗାଇ ଦେବାର ବିଶ୍ୱାସ ସୃଷ୍ଟି କରୁଛନ୍ତି। ପରେ ସେମାନେ ସେହି ଅଞ୍ଚଳର ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରି ଗଁା ଲୋକଙ୍କ ଘରେ ରହୁଛନ୍ତି। ଆଉ କେତେଜଣ ଘର ଭଡ଼ା ନେଇ ରହିବା ସହ ଜଙ୍ଗଲ କିସମ ଜମିରେ ଘର ନିର୍ମାଣ କରି ବସବାସ କରୁଛନ୍ତି। ଏହି ନକଲି ଚିକିତ୍ସକମାନେ ଛୋଟ ବ୍ୟାଗ୍‌ କିମ୍ବା କାଠବାକ୍ସରେ ବିଭିନ୍ନ ଔଷଧ, ଅପରେଶନ ସାମଗ୍ରୀ ଧରି ଅତି ଗୋପନୀୟ ଭାବେ ବେଆଇନ ଗର୍ଭପାତ କରୁଛନ୍ତି। ଗର୍ଭପାତ ପାଇଁ ସେମାନେ ୫ରୁ ୧୦ହଜାର ଟଙ୍କା ଦାବି କରୁଛନ୍ତି। କିଛି ମାସ ତଳେ ଜଣେ ନକଲି ଡାକ୍ତର ବେଆଇନ ଭାବେ ଗର୍ଭପାତ କରୁଥିଲେ। ହେଲେ ସମ୍ପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ରାତି ଅଧରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଡଙ୍ଗାରେ ପାରାଦୀପ ନିଆଯାଇଥିଲା। ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ନକଲି ଡାକ୍ତର ଜୀବନ ବିକଳରେ ଘଟଣାସ୍ଥଳରୁ ଛାଡ଼ି ଫେରାର ହୋଇଯାଇଥିଲେ। ଏବେ କେତେଜଣ ନକଲି ଡାକ୍ତର ସାଇକେଲରେ ଔଷଧ ଧରି ବିଭିନ୍ନ ଗଁା ବୁଲୁଛନ୍ତି। ସେମାନେ ମାଇକ୍‌ରେ ବିଭିନ୍ନ ରୋଗର ଚିକିତ୍ସା କରିବେ ବୋଲି ପ୍ରଚାର କରୁଛନ୍ତି। ୨ ବର୍ଷ ତଳେ ଜମ୍ବୁ ଅଞ୍ଚଳର ଜଣେ ନକଲି ଡାକ୍ତର ଭାଟେଣି ଅଞ୍ଚଳର ଜଣେ ମହିଳାଙ୍କ ଜ୍ୱର ଭଲ ହେବାକୁ ଏକ ଇଞ୍ଜେକଶନ ଦେଇଥିଲେ। ହେଲେ ଏହାର କିଛି ସମୟ ମଧ୍ୟରେ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଉ ଏକ ଘଟଣାରେ ବେଣାକନ୍ଧା ଅଞ୍ଚଳର ଜଣେ ନକଲି ଚିକିତ୍ସକ ପଙ୍କପାଳ ଅଞ୍ଚଳର ଜଣେ ରୋଗୀଙ୍କ ଚିକିତ୍ସା କରିଥିଲେ। ସେହି ରୋଗୀଙ୍କୁ କେବଳ ଜ୍ୱର ହୋଇଥିଲା। ହେଲେ ନକଲି ଡାକ୍ତରଙ୍କ ଔଷଧରେ ସେ ଅଧିକ ଗୁରୁତର ହୋଇପଡିଥିଲେ। ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ ନିଆଯାଉଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ନକଲି ଚିକିତ୍ସକଙ୍କ ଚିକିତ୍ସାରେ ପିତାପାଟ ଅଞ୍ଚଳର ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବ୍ଲକର ଉପାନ୍ତ ଅଞ୍ଚଳର ଜମ୍ବୁ,ବତିଘର, ତନ୍ତିଆପାଳ, ଖରିନାଶି, ସୁନିତି, ବେଣାକନ୍ଧା, ରାମନଗର ଆଦି ଅଞ୍ଚଳରେ ଏପରି କ୍ବାକ ବା ନକଲି ଡାକ୍ତର ବୁଲୁଛନ୍ତି। ହାତ ପାହାନ୍ତାରେ ଚିକିତ୍ସା ସୁବିଧା ମିଳୁ ନ ଥିବାରୁ ରୋଗୀମାନେ ସେମାନଙ୍କ ପାଖରେ ଚିକିତ୍ସିତ ହେବାକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନ୍ୟପକ୍ଷେ ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ଅବସ୍ଥା ଗୁରୁତର ହେଉଥିଲେ ମଧ୍ୟ ଲୋକେ ସଚେତନ ହେଉ ନ ଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ଅନିତା ପଟ୍ଟନାୟକ କହିଛନ୍ତି, ନକଲି ଡାକ୍ତରଙ୍କ ପାଖରେ ଚିକିତ୍ସିତ ନ ହେବାକୁ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ଭିତ୍ତିକରି ଜିଲାପାଳଙ୍କଠାରୁ ଅନୁମତି ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri