ସ୍ୱାସ୍ଥ୍ୟକର୍ମୀ ଦ୍ୱାରା ଚାଲିଛି ରୋଗୀ ସେବା

କେସିଙ୍ଗା,୨୫।୩(ଡି.ଏନ.ଏ.): ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଅନେକ ମେଡିକାଲରେ ଆବଶ୍ୟକ ଡାକ୍ତର ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବେଳଖଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନରୁ ଡାକ୍ତର ଓ ଫାର୍ମାସିଷ୍ଟ ନ ଥିବାରୁ ରୋଗୀସେବା ପ୍ରାଧପ୍ରାପ୍ତ ହେଉଛି। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଜଣେ ସ୍ବାସ୍ଥ୍ୟ କର୍ମୀ ଦ୍ୱାରା ରୋଗୀ ସେବା ଚାଲିଛି। ଏହି ସମସ୍ୟା ନେଇ ଶୁକ୍ରବାର ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ମାହେନ୍ଦ୍ରୀ ସାହୁ ଓ କେସିଙ୍ଗା ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ରାଜକୁମାରି ସରାଫ, ଟୁକୁ ରାମ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ସିଡିଏମଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ବେଲଖଣ୍ଡି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ଓ ସ୍ଥାୟୀ ଲେବୋରେଟାରୀ ଓ ଟେକ୍ନିସିଆନ ଯୋଗାଇଦେବା ନିମନ୍ତେ ଲିଖିତ ଭାବେ ଜଣାଇଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ନିଯୁକ୍ତ ଦିଆ ନ ଗଲେ ଜନସାଧାରଣଙ୍କୁ ନେଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ବେଲଖଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୮ମାସ ହେଲା ଡାକ୍ତର ପଦବୀ ଖାଲି ପଡ଼ିଛି। ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର କୌଣସି କାରଣବଶତଃ ଚାକିରିରୁ ଅବସର ନେଇଥିଲେ। ଆଉ ଯେଉଁ ଫାର୍ମାସିଷ୍ଟ ଜଣ ମଧ୍ୟ ଥିଲେ ଗତ ମାସରୁ ଅସର ନେଇଛନ୍ତି। ଫଳରେ ଡାକ୍ତର, ଫାର୍ମାସିଷ୍ଟ ନ ଥିବାରୁ ବେଲଖଣ୍ଡି, ସିର୍ଜାପାଲି, ହାତୀଖୋଜ, ତୁଣ୍ଡଲା ପ୍ରମୁଖ ପଞ୍ଚାୟତ ରୋଗୀମାନେ କେସିଙ୍ଗା, ଭବାନୀପାଟଣା, ଟିଟିଲାଗଡ ଦୂରଦୁରାନ୍ତକୁ ଯାଇ ହଇରାଣ ହେବା ସହ ଖର୍ଚ୍ଚନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ୫ଟି ପଞ୍ଚାୟତର ପ୍ରାୟ ୨୦ହାଜର ଲୋକ ନିର୍ଭର କରିଥାନ୍ତି। ହେଲେ ବିଡମ୍ବନାର ବିଷୟ ମେଡିକାଲରେ ଡାକ୍ତର, ଲେବୋରେଟାରି, ଟେକନିସିଆନ, ଫାର୍ମାସିଷ୍ଟ ନାହାନ୍ତି। ଯେଉଁଥି ପାଇଁ ଲୋକେ ସ୍ବାସ୍ଥ୍ୟ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଏହି ଡାକ୍ତରଖାନାରେ ସରକାରୀ ଔଷଧ ମଧ୍ୟ ମିଳେ ନାହିଁ। ଫଳରେ ଡାକ୍ତରଖାନାକୁ ରୋଗୀ ଆସି ଫେରି ଯାଉଛନ୍ତି। ସାମାନ୍ୟ ଜର, କାଶ ଇତ୍ୟାଦି ସାଧାରଣ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ରୋଗୀମାନେ ଯିବାକୁ ପଡୁଛି। ଏ ସଂକ୍ରାନ୍ତରେ ସିଡିଏମଓଙ୍କୁ ପଚାରିବାରୁ ଆସନ୍ତା ସପ୍ତାହ ମଧ୍ୟରେ ଜଣେ ଫାର୍ମାସିଷ୍ଟଙ୍କୁ ପଠାଇବାଇ ଏବଂ ଡାକ୍ତର ପଦବୀ ଜିଲାରେ ଖାଲି ରହିଛି। ରାଜ୍ୟ ସରକାର ନିଯୁକ୍ତି ଦେଲେ ବେଲଖଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri