ମିଳୁଛି ରୋଗୀସେବା, ବାହାରୁ କିଣିବାକୁ ପଡ଼ୁଛି ଔଷଧ

ତେନ୍ତୁଳିଖୁଣ୍ଟି,୧୩।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ଉପରେ ସଦର ବ୍ଲକର ୪, ନନ୍ଦାହାଣ୍ଡି ବ୍ଲକର ୨, କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକର ୫ ଓ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ୨ ପଞ୍ଚାୟତବାସୀ ନିର୍ଭର କରନ୍ତି। ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି। କିନ୍ତୁ ଔଷଧ ବାହାରୁ କିଣିବାକୁ ପଡ଼ୁଛି। ନିରାମୟ ଯୋଜନାରେ ରାଜ୍ୟ ସାରା ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ମିଳୁଥିବାବେଳେ ଉକ୍ତ ଡାକ୍ତରଖାନା ଇନ୍ଦ୍ରାବତୀ ଓ କୋଲାବ ବେସିନ ପ୍ରକଳ୍ପ ଦ୍ୱାରା ପରିଚାଳିତ ହେତୁ ଏହି ସୁବିଧା ଏଠାରେ ମିଳୁନାହିଁ। ଉକ୍ତ ଡାକ୍ତରଖାନା କେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଯିବ ସେ ନେଇ କୌଣସି ନିଷ୍ପତ୍ତି ରାଜ୍ୟ ସରକାର ନେଇନାହାନ୍ତି।
ସୂଚନାନୁଯାୟୀ, ସ୍ବାସ୍ଥ୍ୟ ବିଭାଗକୁ ଏହି ପ୍ରକଳ୍ପ ଡାକ୍ତରଖାନା ନ ଯିବା ପର୍ଯ୍ୟନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଔଷଧ ଯୋଗାଇଦେବା ବ୍ୟବସ୍ଥା ତତ୍କାଳୀନ ନବରଙ୍ଗପୁର ଜିଲାପାଳ ଅଜିତ ମିଶ୍ର ବ୍ୟବସ୍ଥା କରିଥିଲେ। ୨ ଡାକ୍ତର, ୨ ଫାର୍ମାସିଷ୍ଟ ଓ ୩ ଜଣ ଏଏନ୍‌ଏମ୍‌ଙ୍କୁ ଏହି ପ୍ରକଳ୍ପ ଡାକ୍ତରଖାନାରେ ନିଯୁକ୍ତି ମିଳିଥିଲା। କିନ୍ତୁ ୨ଡାକ୍ତର, ଜଣେ ଫାର୍ମାସିଷ୍ଟଙ୍କ ବଦଳି କରାଯିବାରୁ ଇନ୍ଦ୍ରାବତୀର ଲୋକେ ଆନ୍ଦୋଳନ ଧମକ ଦେଇଥିଲେ। ଏଥିସହ ଡାକ୍ତରଖାନାର ଦୁରବସ୍ଥା ନେଇ ଖବର ପ୍ରକାଶ ପରେ ବର୍ତ୍ତମାନର ଜିଲାପାଳ କମଳଲୋଚନ ମିଶ୍ର ଏଥିରେ ହସ୍ତକ୍ଷେପ କରିଥିଲେ। ସେ ୨ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ଲାବ୍‌ ଟେକ୍ନିସିଆନଙ୍କୁ ଏଠାକୁ ପଠାଇଥିଲେ। ଏବେ ଜଣେ ଫାର୍ମାସିଷ୍ଟଙ୍କୁ ଏଠାରୁ ବଦଳି କରାଯିବା ପରେ ଏବେ ନିରାମୟ ଯୋଜନା ଔଷଧ ଡାକ୍ତରଖାନାକୁ ଆସୁନାହିଁ। ଏଣୁ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ ପଡୁଛି। ଏଭଳି ଅବସ୍ଥା ଜାରି ରହିଲେ ଡାକ୍ତରଖାନା ଆଗ ଭଳି ହୋଇଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ବିଭିନ୍ନ ସମୟରେ ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ଡାକ୍ତରଖାନା ଓ ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଏଠି କଲେଜର ଅବସ୍ଥା ମଧ୍ୟ ତଦ୍ରୂପ। ବିସ୍ଥାପିତ କଲୋନି ରାସ୍ତା ଓ କୋଠାବାଡ଼ି ମଧ୍ୟ ଦୀର୍ଘ ଦିନ ହେଲା ମରାମତି ହୋଇନାହିଁ। ମୁଖ୍ୟ ଦପ୍ତର ଏଠାରୁ ଉଠି ଜୟପୁର ଚାଲିଯିବା ପରେ ବିସ୍ଥାପିତମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ବୋଲି ବିସ୍ଥାପିତମାନେ କହିଛନ୍ତି। ଡାକ୍ତରଖାନା ଅବ୍ୟବସ୍ଥା ସମ୍ପର୍କରେ ସିଡିଏମ୍‌ଓ ଡାକ୍ତର କାଳିପ୍ରସାଦ ବେହେରାଙ୍କୁ ପଚାରିବାରୁ, ଡାକ୍ତରଖାନାକୁ ଦିନେ ଦୁଇ ଦିନ ମଧ୍ୟରେ ଜଣେ ଫାର୍ମାସିଷ୍ଟ ଯୋଗାଇ ଦିଆଯିବ। ନିରାମୟ ଯୋଜନାର ଔଷଧ ପାଇଁ କହିଦେବେ। ସେଠାରେ କିଭଳି ୨୪ ଘଣ୍ଟା ରୋଗୀସେବା ମିଳିବ ସେ ବ୍ୟବସ୍ଥା କରିବେ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri