ମିଳୁଛି ରୋଗୀସେବା, ବାହାରୁ କିଣିବାକୁ ପଡ଼ୁଛି ଔଷଧ

ତେନ୍ତୁଳିଖୁଣ୍ଟି,୧୩।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାସ୍ଥିତ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ଉପରେ ସଦର ବ୍ଲକର ୪, ନନ୍ଦାହାଣ୍ଡି ବ୍ଲକର ୨, କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକର ୫ ଓ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକର ୨ ପଞ୍ଚାୟତବାସୀ ନିର୍ଭର କରନ୍ତି। ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳୁଛି। କିନ୍ତୁ ଔଷଧ ବାହାରୁ କିଣିବାକୁ ପଡ଼ୁଛି। ନିରାମୟ ଯୋଜନାରେ ରାଜ୍ୟ ସାରା ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ମିଳୁଥିବାବେଳେ ଉକ୍ତ ଡାକ୍ତରଖାନା ଇନ୍ଦ୍ରାବତୀ ଓ କୋଲାବ ବେସିନ ପ୍ରକଳ୍ପ ଦ୍ୱାରା ପରିଚାଳିତ ହେତୁ ଏହି ସୁବିଧା ଏଠାରେ ମିଳୁନାହିଁ। ଉକ୍ତ ଡାକ୍ତରଖାନା କେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଯିବ ସେ ନେଇ କୌଣସି ନିଷ୍ପତ୍ତି ରାଜ୍ୟ ସରକାର ନେଇନାହାନ୍ତି।
ସୂଚନାନୁଯାୟୀ, ସ୍ବାସ୍ଥ୍ୟ ବିଭାଗକୁ ଏହି ପ୍ରକଳ୍ପ ଡାକ୍ତରଖାନା ନ ଯିବା ପର୍ଯ୍ୟନ୍ତ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଔଷଧ ଯୋଗାଇଦେବା ବ୍ୟବସ୍ଥା ତତ୍କାଳୀନ ନବରଙ୍ଗପୁର ଜିଲାପାଳ ଅଜିତ ମିଶ୍ର ବ୍ୟବସ୍ଥା କରିଥିଲେ। ୨ ଡାକ୍ତର, ୨ ଫାର୍ମାସିଷ୍ଟ ଓ ୩ ଜଣ ଏଏନ୍‌ଏମ୍‌ଙ୍କୁ ଏହି ପ୍ରକଳ୍ପ ଡାକ୍ତରଖାନାରେ ନିଯୁକ୍ତି ମିଳିଥିଲା। କିନ୍ତୁ ୨ଡାକ୍ତର, ଜଣେ ଫାର୍ମାସିଷ୍ଟଙ୍କ ବଦଳି କରାଯିବାରୁ ଇନ୍ଦ୍ରାବତୀର ଲୋକେ ଆନ୍ଦୋଳନ ଧମକ ଦେଇଥିଲେ। ଏଥିସହ ଡାକ୍ତରଖାନାର ଦୁରବସ୍ଥା ନେଇ ଖବର ପ୍ରକାଶ ପରେ ବର୍ତ୍ତମାନର ଜିଲାପାଳ କମଳଲୋଚନ ମିଶ୍ର ଏଥିରେ ହସ୍ତକ୍ଷେପ କରିଥିଲେ। ସେ ୨ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ଲାବ୍‌ ଟେକ୍ନିସିଆନଙ୍କୁ ଏଠାକୁ ପଠାଇଥିଲେ। ଏବେ ଜଣେ ଫାର୍ମାସିଷ୍ଟଙ୍କୁ ଏଠାରୁ ବଦଳି କରାଯିବା ପରେ ଏବେ ନିରାମୟ ଯୋଜନା ଔଷଧ ଡାକ୍ତରଖାନାକୁ ଆସୁନାହିଁ। ଏଣୁ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ ପଡୁଛି। ଏଭଳି ଅବସ୍ଥା ଜାରି ରହିଲେ ଡାକ୍ତରଖାନା ଆଗ ଭଳି ହୋଇଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ବିଭିନ୍ନ ସମୟରେ ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ଡାକ୍ତରଖାନା ଓ ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଏଠି କଲେଜର ଅବସ୍ଥା ମଧ୍ୟ ତଦ୍ରୂପ। ବିସ୍ଥାପିତ କଲୋନି ରାସ୍ତା ଓ କୋଠାବାଡ଼ି ମଧ୍ୟ ଦୀର୍ଘ ଦିନ ହେଲା ମରାମତି ହୋଇନାହିଁ। ମୁଖ୍ୟ ଦପ୍ତର ଏଠାରୁ ଉଠି ଜୟପୁର ଚାଲିଯିବା ପରେ ବିସ୍ଥାପିତମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି ବୋଲି ବିସ୍ଥାପିତମାନେ କହିଛନ୍ତି। ଡାକ୍ତରଖାନା ଅବ୍ୟବସ୍ଥା ସମ୍ପର୍କରେ ସିଡିଏମ୍‌ଓ ଡାକ୍ତର କାଳିପ୍ରସାଦ ବେହେରାଙ୍କୁ ପଚାରିବାରୁ, ଡାକ୍ତରଖାନାକୁ ଦିନେ ଦୁଇ ଦିନ ମଧ୍ୟରେ ଜଣେ ଫାର୍ମାସିଷ୍ଟ ଯୋଗାଇ ଦିଆଯିବ। ନିରାମୟ ଯୋଜନାର ଔଷଧ ପାଇଁ କହିଦେବେ। ସେଠାରେ କିଭଳି ୨୪ ଘଣ୍ଟା ରୋଗୀସେବା ମିଳିବ ସେ ବ୍ୟବସ୍ଥା କରିବେ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

ନୂତନ ଇନ୍ସପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଲା ଭାଜପା: ଦାରିଙ୍ଗବାଡିରେ ଆଇନଶୃଙ୍ଖଳା ଉପରେ କଡା ନଜର…

ଦାରିଙ୍ଗବାଡି, ୨୯।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri