୨ ବର୍ଷ ପରେ ଫେରିଲା ‘ପଥୋତ୍ସବ’

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ):ରାଜଧାନୀକୁ ଫେରିଲା ‘ରାହଗିରି’ ବା ‘ପଥୋତ୍ସବ’। କରୋନା କଟକଣା ହଟିବା ଯୋଗୁ ଦୀର୍ଘ ୨ବର୍ଷ ପରେ ରାଜଧାନୀରେ ପୁଣି ପଥୋତ୍ସବ ଆୟୋଜନ ହୋଇଥିବାରୁ ଲୋକେ ଏହାକୁ ମନଭରି ଉପଭୋଗ କରିଛନ୍ତି। ନାଚ, ଗୀତ ସହ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ମସ୍‌ଗୁଲ୍‌ ରାଜଧାନୀବାସୀ। ରବିବାର ବଡ଼ଦିନରେ ସକାଳୁ ସ୍ମାର୍ଟ ଜନପଥ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଏଭଳି କିଛି ମାହୋଲ୍‌ ଦେଖିବାକୁ ମିଳିଥିଲା। ରଙ୍ଗୋଲି, ସ୍କେଟିଂ, ସାଇକେଲିଂ, ମିନି ମାରାଥନ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏକାଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ଆୟୋଜିତ ପଥୋତ୍ସବ ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିଥିଲା। କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ କହିଥିଲେ, ୨୦୧୮ ପରେ ୨୦୨୩ରେ ପୁଣି ଥରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି। ଏହା ଆମପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ସାରା ବିଶ୍ୱ ଆମ ଭୁବନେଶ୍ୱର ସହ ଓଡ଼ିଶାକୁ ଦେଖିବ। ଆମ ଆତିଥେୟକୁ ମଧ୍ୟ ଦେଖିବ। ଏହି ମାହୋଲକୁ ଆହୁରି ମନୋରଞ୍ଜନ କରିବା ପାଇଁ ପୁଣି ଥରେ ପଥୋତ୍ସବ ଫେରିଛି। ତେଣୁ ସମସ୍ତେ ଏହାକୁ ଉପଭୋଗ କରିବା ଏବଂ ଆମ ସହରକୁ ସ୍ବଚ୍ଛ ରଖିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗଦେଇ ହକି ବିଶ୍ୱକପ୍‌ ପୁନର୍ବାର ଆୟୋଜନ କରିବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ଭିନ୍ନକ୍ଷମ ଓ ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପଥ ଉତ୍ସବର ଶୁଭାରମ୍ଭ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ହକି ବିଶ୍ୱକପ୍‌ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ନାଚ, ଗୀତରେ ଝୁମିଲେ
ପଥୋତ୍ସବରେ ମାଷ୍ଟରକ୍ୟାଣ୍ଟିନ, ରାମମନ୍ଦିର ଏବଂ ମଝିରେ ମୋଟ୍‌ ୩ଟି ଷ୍ଟେଜ୍‌ କରାଯାଇଥିଲା। ଏଥିରେ ନାଚ, ଗୀତ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। ଓଡ଼ିଶୀ, ସମ୍ବଲପୁରୀ ଏବଂ ରକ୍‌ବ୍ୟାଣ୍ଡ ଭଳି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିପରି ପ୍ରଥମ ଥର ପାଇଁ ‘ଭୁବନେଶ୍ୱର ଗଟ୍‌ ଟାଲେଣ୍ଟ’ ମଞ୍ଚରେ ଯୁବପିଢ଼ି ସେମାନଙ୍କ ପ୍ରତିଭା ଦେଖାଇବାର ସୁଯୋଗ ପାଇଥିଲେ।

ପ୍ରତିଯୋଗିତାରେ ଭାଗ ନେଲେ, କଳା କୌଶଳ ଦେଖାଇଲେ
ଏହାବାଦ୍‌ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ଯୋଗ, ବ୍ୟାୟାମ ଭଳି ଭିନ୍ନ ଭିନ୍ନ କଳା କୌଶଳ ପରିବେଷଣ କରାଯାଇଥିଲା। ୨୦୧୯ ଫେବୃୟାରୀ ୧୦ରେ ଶେଷ ଥର ପାଇଁ ପଥୋତ୍ସବ ହୋଇଥିଲା। ଦୀର୍ଘ ୨ବର୍ଷ ପରେ ପୁଣି ପଥୋତ୍ସବ ହୋଇଥିବାରୁ ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ। ଚଳିତଥର ଭୁବନେଶ୍ୱରର ୩ଟି ନିର୍ବାଚନମଣ୍ଡଳୀରେ ପଥୋତ୍ସବ ଅନୁଷ୍ଠିତ ହେବ। ନୂଆବର୍ଷ ପାଇଁ ୧ ତାରିଖ ରବିବାର କାର୍ଯ୍ୟକ୍ରମ ବନ୍ଦ ରହିବ। ଅପରପକ୍ଷେ ଜାନୁୟାରୀ ୮ରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଏବଂ ୧୫ରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ କରାଯିବ।

ଓଲି ସହ ସେଲ୍‌ଫି

ପଥୋତ୍ସବକୁ ଆସିଥିବା ସହରବାସୀ ମାସ୍କଟ ଓଲି ସହ ସେଲ୍‌ଫି ନେଇଥିଲେ। ହକି ଥିମ୍‌ରେ ସଜେଇ ହୋଇଥିବା ଓଲିକୁ ଦେଖି ବିଶେଷକରି ଛୋଟ ପିଲାମାନେ ଉତ୍ସାହିତ ହୋଇଥିଲେ। ଓଲି ମଧ୍ୟ ସେମାନଙ୍କ ସହ ହାତ ମିଳାଇ ଖୁବ୍‌ ମଜା କରିଥିଲା। ଛୋଟଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଓଲି ସହ ସେଲ୍‌ଫି ନେବାକୁ ଆଗ୍ରହ ଦେଖାଇଥିଲେ।

ହକି ଥିମ୍‌ରେ ରଙ୍ଗୋଲି

ବିଶ୍ୱକପ୍‌ ହକି ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଏହାର ଝଲକ ପଥୋତ୍ସବରେ ଦେଖିବାକୁ ମିଳିଥିଲା। ବିଭିନ୍ନ ବର୍ଗର ମହିଳା, ଯୁବକମାନେ ରଙ୍ଗୋଲିରେ ହକି ପାଇଁ ଭୁବନେଶ୍ୱରକୁ ଚିଅର୍‌ଅପ୍‌ କରିଥିଲେ। ସେହିଭଳି ବିଭିନ୍ନ ସାମାଜିକ ବାର୍ତ୍ତାକୁ ରଙ୍ଗୋଲିରେ ସ୍ଥାନ ଦେଇଥିଲେ।

‘ମୋ ସାଇକେଲ’୍‌କୁ ଝୁରିଲେ
ଗତଥର ପଥୋତ୍ସବରେ ସ୍କେଟିଂ ସହିତ ସାଇକେଲ ଚାଳନା ମୁଖ୍ୟ ଆକର୍ଷଣ ଥିଲା। ଅନ୍ୟ ସମୟରେ ସାଇକେଲ ଚଲାଇବା ପାଇଁ ସୁଯୋଗ ବା ସମୟ ପାଉ ନ ଥିବାରୁ ପଥୋତ୍ସବରେ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ସାଇକେଲ ଚଲାଇବାକୁ ପସନ୍ଦ କରୁଥିଲେ। ଏଥିପାଇଁ ସ୍ମାର୍ଟସିଟି ପକ୍ଷରୁ ‘ମୋ ସାଇକେଲ’ର ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏଥର କାର୍ଯ୍ୟକ୍ରମରେ ସେହି ବ୍ୟବସ୍ଥା ନ ଥିଲା। ଯେଉଁ କେତେଜଣ ପିଲା ନିଜ ସାଇକେଲ ନେଇ ଆସିଥିଲେ ସେମାନେ ସାଇକେଲ୍‌ ଚଳାଇଥିଲେ। ଯାହାକୁ ନେଇ ଲୋକେ ଟିକେ ମନଊଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

ଯୁଦ୍ଧ ମଧ୍ୟରେ ଏସବୁ ଦେଶକୁ ସାହାଯ୍ୟର ହାତ ବଢାଇଲେ ମୋଦି, ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ସହିପାରୁନି ପାକିସ୍ତାନ!

ଇସଲାମାବାଦ,୩୧।୩: ଇରାନ ସହିତ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ତୈଳ ସଙ୍କଟ ମଧ୍ୟରେ, ଭାରତ ଖୁବ ପ୍ରଶଂସା ପାଉଛି – ଏକ ବିକାଶ ଯାହା ପାକିସ୍ତାନୀ…

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ରାଶନ ଦୋକାନରେ ପୁଣି ମିଳିବ କିରୋସିନ: ଶକ୍ତି ସଙ୍କଟ ମଧ୍ୟରେ କେଉଁ ରାଜ୍ୟକୁ ମିଳିଲା ଅନୁମୋଦନ ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୩: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୩୨ ତମ ଦିନ। ଏହା ଶକ୍ତି ଯୋଗାଣ ନେଇ ଚିନ୍ତାକୁ ଆହୁରି ଘନୀଭୂତ କରିଛି। ଏହି ଶକ୍ତି ସଙ୍କଟ ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri