୨ ବର୍ଷ ପରେ ଫେରିଲା ‘ପଥୋତ୍ସବ’

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ):ରାଜଧାନୀକୁ ଫେରିଲା ‘ରାହଗିରି’ ବା ‘ପଥୋତ୍ସବ’। କରୋନା କଟକଣା ହଟିବା ଯୋଗୁ ଦୀର୍ଘ ୨ବର୍ଷ ପରେ ରାଜଧାନୀରେ ପୁଣି ପଥୋତ୍ସବ ଆୟୋଜନ ହୋଇଥିବାରୁ ଲୋକେ ଏହାକୁ ମନଭରି ଉପଭୋଗ କରିଛନ୍ତି। ନାଚ, ଗୀତ ସହ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ମସ୍‌ଗୁଲ୍‌ ରାଜଧାନୀବାସୀ। ରବିବାର ବଡ଼ଦିନରେ ସକାଳୁ ସ୍ମାର୍ଟ ଜନପଥ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଏଭଳି କିଛି ମାହୋଲ୍‌ ଦେଖିବାକୁ ମିଳିଥିଲା। ରଙ୍ଗୋଲି, ସ୍କେଟିଂ, ସାଇକେଲିଂ, ମିନି ମାରାଥନ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏକାଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ଆୟୋଜିତ ପଥୋତ୍ସବ ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିଥିଲା। କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ କହିଥିଲେ, ୨୦୧୮ ପରେ ୨୦୨୩ରେ ପୁଣି ଥରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି। ଏହା ଆମପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ସାରା ବିଶ୍ୱ ଆମ ଭୁବନେଶ୍ୱର ସହ ଓଡ଼ିଶାକୁ ଦେଖିବ। ଆମ ଆତିଥେୟକୁ ମଧ୍ୟ ଦେଖିବ। ଏହି ମାହୋଲକୁ ଆହୁରି ମନୋରଞ୍ଜନ କରିବା ପାଇଁ ପୁଣି ଥରେ ପଥୋତ୍ସବ ଫେରିଛି। ତେଣୁ ସମସ୍ତେ ଏହାକୁ ଉପଭୋଗ କରିବା ଏବଂ ଆମ ସହରକୁ ସ୍ବଚ୍ଛ ରଖିବା ପାଇଁ ମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗଦେଇ ହକି ବିଶ୍ୱକପ୍‌ ପୁନର୍ବାର ଆୟୋଜନ କରିବା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ଭିନ୍ନକ୍ଷମ ଓ ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପଥ ଉତ୍ସବର ଶୁଭାରମ୍ଭ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ହକି ବିଶ୍ୱକପ୍‌ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ନାଚ, ଗୀତରେ ଝୁମିଲେ
ପଥୋତ୍ସବରେ ମାଷ୍ଟରକ୍ୟାଣ୍ଟିନ, ରାମମନ୍ଦିର ଏବଂ ମଝିରେ ମୋଟ୍‌ ୩ଟି ଷ୍ଟେଜ୍‌ କରାଯାଇଥିଲା। ଏଥିରେ ନାଚ, ଗୀତ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। ଓଡ଼ିଶୀ, ସମ୍ବଲପୁରୀ ଏବଂ ରକ୍‌ବ୍ୟାଣ୍ଡ ଭଳି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସେହିପରି ପ୍ରଥମ ଥର ପାଇଁ ‘ଭୁବନେଶ୍ୱର ଗଟ୍‌ ଟାଲେଣ୍ଟ’ ମଞ୍ଚରେ ଯୁବପିଢ଼ି ସେମାନଙ୍କ ପ୍ରତିଭା ଦେଖାଇବାର ସୁଯୋଗ ପାଇଥିଲେ।

ପ୍ରତିଯୋଗିତାରେ ଭାଗ ନେଲେ, କଳା କୌଶଳ ଦେଖାଇଲେ
ଏହାବାଦ୍‌ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ଯୋଗ, ବ୍ୟାୟାମ ଭଳି ଭିନ୍ନ ଭିନ୍ନ କଳା କୌଶଳ ପରିବେଷଣ କରାଯାଇଥିଲା। ୨୦୧୯ ଫେବୃୟାରୀ ୧୦ରେ ଶେଷ ଥର ପାଇଁ ପଥୋତ୍ସବ ହୋଇଥିଲା। ଦୀର୍ଘ ୨ବର୍ଷ ପରେ ପୁଣି ପଥୋତ୍ସବ ହୋଇଥିବାରୁ ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ। ଚଳିତଥର ଭୁବନେଶ୍ୱରର ୩ଟି ନିର୍ବାଚନମଣ୍ଡଳୀରେ ପଥୋତ୍ସବ ଅନୁଷ୍ଠିତ ହେବ। ନୂଆବର୍ଷ ପାଇଁ ୧ ତାରିଖ ରବିବାର କାର୍ଯ୍ୟକ୍ରମ ବନ୍ଦ ରହିବ। ଅପରପକ୍ଷେ ଜାନୁୟାରୀ ୮ରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଏବଂ ୧୫ରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ କରାଯିବ।

ଓଲି ସହ ସେଲ୍‌ଫି

ପଥୋତ୍ସବକୁ ଆସିଥିବା ସହରବାସୀ ମାସ୍କଟ ଓଲି ସହ ସେଲ୍‌ଫି ନେଇଥିଲେ। ହକି ଥିମ୍‌ରେ ସଜେଇ ହୋଇଥିବା ଓଲିକୁ ଦେଖି ବିଶେଷକରି ଛୋଟ ପିଲାମାନେ ଉତ୍ସାହିତ ହୋଇଥିଲେ। ଓଲି ମଧ୍ୟ ସେମାନଙ୍କ ସହ ହାତ ମିଳାଇ ଖୁବ୍‌ ମଜା କରିଥିଲା। ଛୋଟଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଓଲି ସହ ସେଲ୍‌ଫି ନେବାକୁ ଆଗ୍ରହ ଦେଖାଇଥିଲେ।

ହକି ଥିମ୍‌ରେ ରଙ୍ଗୋଲି

ବିଶ୍ୱକପ୍‌ ହକି ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଏହାର ଝଲକ ପଥୋତ୍ସବରେ ଦେଖିବାକୁ ମିଳିଥିଲା। ବିଭିନ୍ନ ବର୍ଗର ମହିଳା, ଯୁବକମାନେ ରଙ୍ଗୋଲିରେ ହକି ପାଇଁ ଭୁବନେଶ୍ୱରକୁ ଚିଅର୍‌ଅପ୍‌ କରିଥିଲେ। ସେହିଭଳି ବିଭିନ୍ନ ସାମାଜିକ ବାର୍ତ୍ତାକୁ ରଙ୍ଗୋଲିରେ ସ୍ଥାନ ଦେଇଥିଲେ।

‘ମୋ ସାଇକେଲ’୍‌କୁ ଝୁରିଲେ
ଗତଥର ପଥୋତ୍ସବରେ ସ୍କେଟିଂ ସହିତ ସାଇକେଲ ଚାଳନା ମୁଖ୍ୟ ଆକର୍ଷଣ ଥିଲା। ଅନ୍ୟ ସମୟରେ ସାଇକେଲ ଚଲାଇବା ପାଇଁ ସୁଯୋଗ ବା ସମୟ ପାଉ ନ ଥିବାରୁ ପଥୋତ୍ସବରେ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ସାଇକେଲ ଚଲାଇବାକୁ ପସନ୍ଦ କରୁଥିଲେ। ଏଥିପାଇଁ ସ୍ମାର୍ଟସିଟି ପକ୍ଷରୁ ‘ମୋ ସାଇକେଲ’ର ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏଥର କାର୍ଯ୍ୟକ୍ରମରେ ସେହି ବ୍ୟବସ୍ଥା ନ ଥିଲା। ଯେଉଁ କେତେଜଣ ପିଲା ନିଜ ସାଇକେଲ ନେଇ ଆସିଥିଲେ ସେମାନେ ସାଇକେଲ୍‌ ଚଳାଇଥିଲେ। ଯାହାକୁ ନେଇ ଲୋକେ ଟିକେ ମନଊଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri