ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର ପଥ ଉତ୍ସବରେ ଜଲୱା ଦେଖାଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସତ୍ୟଜିତ୍‌। ଜାଗମରା ନୂଆ ରାସ୍ତାର ନୀଳକଣ୍ଠେଶ୍ୱର ମନ୍ଦିରଠାରୁ ପବିତ୍ର ଗେଷ୍ଟ ହାଉସ୍‌ ପର୍ଯ୍ୟନ୍ତ ପ୍ରାୟ ୧ କି.ମି. ବ୍ୟାପୀ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଛି। ଏଥିରେ ସବୁବର୍ଗର, ସବୁ ବୟସର ପୁରୁଷ, ମହିଳା ଓ ଶିଶୁଙ୍କ ମନୋରଞ୍ଜନଠାରୁ ଆରମ୍ଭ କରି ଖେଳକୁଦ ପାଇଁ ବ୍ୟବସ୍ଥା କରାଯାଇଛି। ସଙ୍ଗୀତ ସହିତ ଜୟଦେବା ଡ୍ୟାନ୍ସ ଗ୍ରୁପ୍‌ର ଧମାକାଦାର ନୃତ୍ୟର ତାଳେତାଳେ ମତୁଆଲା ହୋଇଛନ୍ତି ପଥ ଉତ୍ସବରେ ଅଂଶଗ୍ରହଣ କରିଥିବା ଭୁବନେଶ୍ୱରବାସୀ। ଏହା ସହିତ ରଙ୍ଗୋଲି, ଝୋଟି, ଫୋକ୍‌ ଡ୍ୟାନ୍ସ, ଯୋଗ, ସ୍କେଟିଂ, ପେଣ୍ଟିଂ, ଜୁମ୍ବା, ଫ୍ଲାସମବ୍‌ ଇତ୍ୟାଦି କାର୍ଯ୍ୟକ୍ରମ ସହ ଛୋଟ ପିଲାଙ୍କ ଖେଳକୁଦ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଦ୍ୱିତୀୟ ମଞ୍ଚରେ ମଧ୍ୟ କଳାକାରମାନେ ସଙ୍ଗୀତ ଓ ନୃତ୍ୟର ଧୁମ୍‌ ମଚାଇଛନ୍ତି। ଦେଖଣାହାରୀଙ୍କ ପାଇଁ ସମ୍ବଲପୁରୀ ବାଦ୍ୟଯନ୍ତ୍ର ରହିଥିବାବେଳେ ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ‘ଭୁବନେଶ୍ୱର ଗଟ୍‌ ଟ୍ୟାଲେଣ୍ଟ’। ଗତ ପଥ ଉତ୍ସବରେ ଏହାର ଆକର୍ଷଣ ସହ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଥର ଦୁଇଟା ଷ୍ଟେଜ୍‌ କରାଯାଉଛି। ଏଥିରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନଙ୍କୁ ଆଣିବା ପାଇଁ ବିଏମ୍‌ସି ପକ୍ଷରୁ ଏପରି ଉଦ୍ୟମ କରାଯାଉଛି। ଏହି ମଞ୍ଚରେ ପ୍ରତିଭାଧାରୀ ବ୍ୟକ୍ତିମାନେ ସଙ୍ଗୀତ, ନୃତ୍ୟ, ଯୋଗାସନ, ବାଦ୍ୟଯନ୍ତ୍ର, କବିତା, ଗଳ୍ପ ଆଦି କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଲୋକମାନେ ଶୀତୁଆ ସକାଳରେ ବିଭିନ୍ନ ପ୍ରକାର ଖାଦ୍ୟର ମଜା ମଧ୍ୟ ନେଇପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri