୫୫୦ ଦୁର୍ଲଭ ଚେରମୂଳିର ସନ୍ଧାନ କରିଛି ପତଞ୍ଜଳି

ନୂଆଦିଲ୍ଲୀ,୨୯।୯: ଭାରତୀୟ ପର୍ବତାରୋହଣ ସଂସ୍ଥା ନୂଆଦିଲ୍ଲୀ ସହଯୋଗରେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ରକ୍ତବର୍ଣ୍ଣ ଗ୍ଲେସିୟର କ୍ଷେତ୍ରରୁ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ନେତ୍ୱତୃରେ ପତଞ୍ଜଳିର ଏକ ଅନୁସନ୍ଧାନକାରୀ ପର୍ବତାରୋହଣ ଦଳ ଅଭିଯାନ ଆରମ୍ଭ କରିଥିଲେ। ଉକ୍ତ ଅଭିଯାନର ଲକ୍ଷ୍ୟପଥ ତଥା ହିମାଳୟ ପାଦଦେଶର ଗୋମୁଖ ଉପରଭାଗରେ ଥିବା ଶିଖର ଅଞ୍ଚଳରେ ପହଞ୍ଚତ୍ ଅନୁସନ୍ଧାନକାରୀ ଦଳ ୫୫୦ ଦୁର୍ଲଭ ଚେରମୂଳିର ସନ୍ଧାନ କରିଛନ୍ତି। ଉକ୍ତ ଚେରମୂଳିଗୁଡ଼ିକ ଉପରେ ବଡ଼ ଧରଣର ଅନୁସନ୍ଧାନ କାର୍ଯ୍ୟ କରିବାକୁ ପତଞ୍ଜଳି ଯୋଜନା କରିଥିବା ଜଣାପଡ଼ିଛି। ପତଞ୍ଜଳିର ଏକ ସ୍ବତନ୍ତ୍ର ଟିମ୍‌ ହିମାଳୟର ୩ଶିଖରରେ ପହଞ୍ଚତ୍ ଏଭଳି ଏକ ସୌଭାଗ୍ୟ ଲାଭ ବା କୀର୍ତ୍ତିମାନ ସ୍ଥାପନ କରିଛି।

ସେଠାରୁ ଫେରିବା ପରେ ସେମାନଙ୍କୁ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ(ଏନ୍‌ଆଇଏମ୍‌)ର ଅଧ୍ୟକ୍ଷ କର୍ନେଲ ଅମିତ ବିଷ୍ଟ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଏଥିପାଇଁ ଆୟୋଜନ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ବାବା ରାମଦେବ ଉପସ୍ଥିତ ରହି ପର୍ବତାରୋହଣକାରୀ ଦଳକୁ ସମ୍ବର୍ଦ୍ଧନା ଜଣାଇବା ସହ ଏହା ଏକ ଅତ୍ୟନ୍ତ ଦୁଃସାହସିକ କାର୍ଯ୍ୟ ବୋଲି ରାମଦେବ ମତବ୍ୟକ୍ତ କରିଛନ୍ତି। ହିମାଳୟ ଶିଖରରେ ପହଞ୍ଚିଥିବା ପତଞ୍ଜଳିର ଉକ୍ତ ଟିମ୍‌ର ପ୍ରୟାସ ପାଇଁ ଉକ୍ତ ୩ ଶିଖରକୁ ଅନାମିତ, ଅନାରୋହିତ ଓ ଅଭିଜିତ ଭାବେ ନାମକରଣ କରାଯାଇଛି। ଏପରିକି ଗତ ସେପ୍ଟେମ୍ବର ୧୦ ତାରିଖରେ ପତଞ୍ଜଳିର ପର୍ବତାରୋହଣ ଅଭିଯାନକାରୀ ଦଳକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ ବାବା ରାମଦେବ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିବା ସହ ଶୁଭକାମନା ଜଣାଇଥିଲେ। ଉକ୍ତ ଯାତ୍ରା ୨୫ ସେପ୍ଟେମ୍ବରରେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?