ଛେରାପହଁରା କରନ୍ତି ଗାଁର ଗୌନ୍ତିଆ

ଶ୍ରୀମନ୍ଦିର ଉପରେ ଅଠର ଥର ଆକ୍ରମଣ ହୋଇଥିବା ଇତିହାସରୁ ଜଣାଯାଏ। ସେଥିମଧ୍ୟରୁ ରକ୍ତବାହୁଙ୍କ ଆକ୍ରମଣ ଥିଲା ପ୍ରଥମ। ରକ୍ତବାହୁଙ୍କ ଶ୍ରୀକ୍ଷେତ୍ର ଆକ୍ରମଣ ସମୟରେ ମହାପ୍ରଭୁ ଜଳଯାତ୍ରାରେ ଯାଇ ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ଛଳିଆ ପାହାଡ଼ ଗୁମ୍ଫାରେ ପାତାଳି ହୋଇଥିଲେ। ମହାପ୍ରଭୁ ଏହିଠାରେ ୧୪୪ ବର୍ଷ ଧରି ଗୋପନ ପାତାଳି ଲୀଳା କରିଥିଲେ, ଯାହାକି ପ୍ରାମାଣିକ ତଥ୍ୟ ଭାବେ ମାଦଳା ପାଞ୍ଜି ସମେତ ବହୁ ଐତିହାସିକ ସ୍ବୀକୃତି ରହିଛି। ଏଠାରେ ୨୦୧୧ରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ଚତୁର୍ଦ୍ଧା ମୂର୍ତ୍ତି ଏକ ଅସ୍ଥାୟୀ ଘରେ ପୂଜା ପାଉଛନ୍ତି। ଗତ ୧୨ବର୍ଷ ଧରି ପୁରୀ ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଏଠାରେ ରଥଯାତ୍ରା ପାଳନ ହୋଇଆସୁଛି। ଛଳିଆ ପାହାଡ଼ ତଳେ ରଥଯାତ୍ରା ଅନୁଷ୍ଠିତ ହୁଏ। ଏଠାକାର ବିଶେଷତ୍ୱ ହେଲା ରଥ ଉପରେ ଓ ପହଣ୍ଡିରେ ଛେରାପହଁରା ଗାଁର ଗୌନ୍ତିଆ ହିଁ କରନ୍ତି। କୋଟସମଲାଇ ଗାଁର ଗୌନ୍ତିଆ ଚମରା ଅମାତ ରଥରେ ଛେରାପହଁରା କରୁଥିବା ବେଳେ କ୍ଷେମାଲୋଏର ଗୌନ୍ତିଆ ମିତ୍ରଭାନୁ ମହାକୁର ଓ ରେଡମର ଗୌନ୍ତିଆ ନରସିଂହ ପଧାନ ପହଣ୍ଡିରେ ଛେରାପହଁରା କରନ୍ତି। ଏଠାକାର ପ୍ରାକୃତିକ ପରିବେଶରେ ପହଣ୍ଡି ଦୃଶ୍ୟ ବେଶ ମନଲୋଭା। ୧୦୦ ମିଟର ପାହାଡ଼ ଉପରୁ ଠାକୁର ପହଣ୍ଡି ହୋଇ ତଳକୁ ଆସନ୍ତି। ଏହି ସମୟରେ ସେବାୟତ ଓ ପଣ୍ଡିତମାନେ ପହଣ୍ଡି ଗୀତ ବୋଲନ୍ତି। ଛତି, ଛତ୍ରୀ, ଆଲଟ, ଚାମର, ଘଣ୍ଟ, ଘଣ୍ଟା ଓ ଶଙ୍ଖ ଧ୍ୱନିରେ କମ୍ପିଥାଏ। ରଥଟଣା ପୁରୀ ଭଳି ସକାଳେ ହୋଇଥାଏ। ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। କୋଭିଡ୍‌ ମହାମାରୀ ପାଇଁ ୨ବର୍ଷ ରଥ ଗଡ଼ି ନ ଥିଲା। ବିନାଭକ୍ତରେ ନୀତିକାନ୍ତିରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଳିତ ଥର ପାତାଳି ଶ୍ରୀକ୍ଷେତ୍ରରେ ରଥ ଗଡ଼ିବ, ତେଣୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସୁକତା ପ୍ରକାଶ ପାଇଛି ।
– ମୃତ୍ୟୁଞ୍ଜୟ ଶତପଥୀ, ସୋନପୁର


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri