Posted inଖେଳ

ଶାମିଙ୍କୁ ନେଇ ଭୟରେ ଅଛନ୍ତି ଅଷ୍ଟ୍ରେଲିୟ ଅଧିନାୟକ, ଫାଇନାଲ ପୂର୍ବରୁ ଖେଳାଳିଙ୍କୁ କରାଇଲେ ସତର୍କ…

ଅହମ୍ମଦାବାଦ,୧୮।୧୧: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଟିମ୍‌ର ଖେଳାଳିମାନେ ଫର୍ମରେ ଥିବାରୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଖବରଦାତା ସମ୍ମିଳନୀରେ ଦଳର ପ୍ରସ୍ତୁତି ଏବଂ ଭାରତୀୟ ଖେଳାଳିଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

କମିନ୍ସ କହିଛନ୍ତି, ଅହମ୍ମଦାବାଦ ପିଚ୍‌ରେ ବଡ଼ ସ୍କୋର ହେବା ଭଳି ଅନୁଭବ ହେଉଛି। ଏଣୁ ଭଲ ବ୍ୟାଟିଂ କରିହେବ। ଫାଇନାଲରେ ଦର୍ଶକ କିନ୍ତୁ ଏକତରଫା ରହିବେ, ଫଳରେ ଯାହା ବି ହେବ ଠିକ୍‌ ହେବ। ଆମେ ଅନୁତାପ କରି ସ୍ବଦେଶ ଫେରିବାକୁ ଚାହୁଁନାହୁଁ। ପ୍ରଥମ କିଛି ଓଭରରେ ବଲ୍‌ ସ୍ବିଂଗ କରିବ ଏଣୁ ସେତିକି ବେଳେ ଆମେ ଅଧିକ ଉଇକେଟ ନେବାକୁ ଚାହିଁବୁ। ଏଯାବତ ଯେତିକି ମ୍ୟାଚ୍‌ ଜିତିଛୁ, ସବୁଥିରେ ଲଢ଼େଇ ଜୋରଦାର ହୋଇଛି। କୌଣସି ବି ବିଜୟ ସହଜ ନ ଥିଲା। ଫଳରେ ଖେଳାଳିମାନଙ୍କ ଆତ୍ମବିଶ୍ୱାସ ଫେରିଛି। ତେବେ ନିଜ ଦେଶ ଲାଗି ଆଉ ଏକ ବିଶ୍ୱକପ୍‌ ଜିତିବା ତାଙ୍କ ଲାଗି ସୌଭାଗ୍ୟର କଥା ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ଅଷ୍ଟ୍ରେଲିଆ ଅଧିନାୟକ ଭାରତୀୟ ବୋଲର ମହମ୍ମଦ ଶାମିଙ୍କ ବୋଲିଂରେ ପ୍ରଭାବିତ ହୋଇଥିବା ନଜର ଆସିଛିି। ବୋଲରଙ୍କ ପ୍ରଶଂସାରେ ସେ କହିଛନ୍ତି ଯେ ଭାରତୀୟ ଟିମ୍‌ ଶକ୍ତିଶାଳୀ ଅଛି। ପ୍ରଥମେ ଶାମିଙ୍କୁ ଦଳରେ ନିଆଯାଇ ନ ଥିଲା। ହେଲେ ସେ ଯେବେଠାରୁ ଖେଳିଲେଣି ନିଜର କ୍ଲାସ ଦେଖାଉଛନ୍ତି ବୋଲି କହି ସତର୍କ ରହିବାକୁ ଖେଳାଳିଙ୍କୁ ପରୋକ୍ଷରେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri