ଅଟୋ ରିଟେଲ ସେଲିଂରେ ଉତ୍ସାହ

ନୂଆଦିଲ୍ଲୀ,୧୦।୧୦ (ଅଭୟ ଦାଶ): ଗତ କିଛି ମାସ ହେଲା ଅଟୋ ରିଟେଲ ସେଲିଂରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟୁଛି। ଏପରିକି ପାର୍ବଣ ପୂର୍ବରୁ ଅଟୋ ରିଟେଲ ସେଲିଂରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ୨୦୨୩ ସେପ୍ଟେମ୍ବର ମାସର ରିଟେଲ ସେଲିଂ ୨୦% (୨୦.୩୬%)ରୁ ଅଧିକ ରହିଥିବା ଦି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍‌ସ (ଏଫ୍‌ଏଡିଏ ବା ଫାଡା) ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ୨୦୨୩ ଅଗଷ୍ଟ ମାସର ବିକ୍ରି ତୁଳନାରେ ୨୦୨୩ ସେପ୍ଟେମ୍ବରରେ ୩.୫% ବିକ୍ରି ଅଭିବୃଦ୍ଧି ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବରରେ ରିଟେଲ ସେଲିଂ ମୋଟାମୋଟି ଭାବେ ୧୮,୮୨,୦୭୧ ୟୁନିଟ୍‌ ଯାନ ବିକ୍ରି କରାଯାଇଥିବାବେଳେ ୨୦୨୨ ସେପ୍ଟେମ୍ବରରେ ଏହି ସଂଖ୍ୟା ୧୫,୬୩, ୭୩୫ ୟୁନିଟ୍‌ ଥିଲା। ସେହିଭଳି ୨୦୨୨ ଅଗଷ୍ଟରେ ମୋଟାମୋଟି ଗାଡି ବିକ୍ରି ୧୭,୭୦,୧୮୧ ୟୁନିଟ ହୋଇଥିଲାବେଳେ ମାସିକ ବିକ୍ରି ଭିତ୍ତିରେ ୩.୪୯% ଅଧିକ ଗାଡି ୨୦୨୩ ସେପ୍ଟେମ୍ବରରେ ବିକ୍ରି ହୋଇଥିବା ଫାଡା ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ୨୦୨୩ ସେପ୍ଟେମ୍ବରରେ ଦୁଇ ଚକିଆ ଯାନ ବିକ୍ରି ୨୨% ବଢିଥିବାବେଳେ ୩ ଚକିଆ ରିଟେଲ ସେଲିଂ ପ୍ରାୟ ୪୯% ବୃଦ୍ଧି ଘଟିଛି। ଏପରିକି ଯାତ୍ରୀବାହୀ ଯାନର ରିଟେଲ ସେଲିଂ ପ୍ରାୟ ୧୯% ଏବଂ ବାଣିଜି୍ୟକ ଯାନର ରିଟେଲ ସେଲିଂ ପ୍ରାୟ ୫% ଅଭିବୃଦ୍ଧି ହୋଇଛି ବୋଲି ଫାଡା ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୦୨୩ ସେପ୍ଟେମ୍ବରରେ ଟ୍ରାକ୍ଟର ବିକ୍ରି ପ୍ରାୟ ୧୦% ହ୍ରାସ ଘଟିଛି।
ଏ ସମ୍ପର୍କରେ ଫାଡାର ସଭାପତି ମନୀଷ ରାଜ ସିଙ୍ଘାନିଆ କହିଛନ୍ତି, ଆଗକୁ ପାର୍ବଣ ଥିବାରୁ ରିଟେଲ ସେଲିଂରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। କାରଣ ପାର୍ବଣରେ ସମସ୍ତ ଅଟୋମୋବାଇଲ କମ୍ପାନୀ ନୂତନ ଉତ୍ପାଦର ଅନାବରଣ ଓ ବଜାର ପ୍ରବେଶ ସାଙ୍ଗକୁ ଆକର୍ଷଣୀୟ ଅଫର ଓ ସୁବିଧା ଗ୍ରାହକଙ୍କୁ ଯୋଗାଇ ଦେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?