ଲଷ୍ମୀ ବସ ଚଳାଚଳ ଦାବି: ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଦୀର୍ଘ ଦୁଇବର୍ଷ ହେଲା ଲଷ୍ମୀ ବସ ଚଳାଚଳ କରୁଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ବିଜେଡି ସରକାର ଥିବା ସମୟରେ ଏହି ଲଷ୍ମୀ ବସ ଚଳାଚଳ କରିଥିଲେ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ସଂଯୋଗ କରିବାକୁ ଲୋକଙ୍କ ପାଇଁ ସୁବିଧା କରିଥିଲେ। ଗତ ୨୦୨୩ରେ ଏହି ବସ ଚଳାଚଳ ପାଇଁ ତତ୍କାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଗୋଟିଏ ଦିନ ବସ ଚାଲିଥିଲା। ଆଜିକ ଦୁଇ ବର୍ଷ ହେଲା ଆଉ ବସ ଚାଲୁ ନାହିଁ। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ କାଣ୍ଡେଲ ଗ୍ରାମରେ ଲଷ୍ମୀ ବସ ଷ୍ଟପେଜ ନିର୍ମାଣ କାମ ହୋଇଥିଲା । ବସ ଷ୍ଟପେଜ ନିର୍ମାଣ ପାଇଁ ୫ ଲକ୍ଷ ୨୨ ହଜାର ୩୧୦ ଟଙ୍କା ବ୍ୟୟ ଅଟକଳ ନିର୍ମାଣ ହୋଇଛି। ଯାତ୍ରୀଙ୍କ ପ୍ରତୀକ୍ଷା ପାଇଁ ନିର୍ମାଣ ହୋଇଥିବା ଏହି ବସ ଷ୍ଟପ ଏବେ ଖତ ଖାଉଛି। ପୂର୍ବ ସରକାର ଜନସାଧାରଣଙ୍କ ଯାତାୟାତ ପାଇଁ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଥିଲେ ।
ଏହାଦ୍ୱାରା ଲୋକମାନେ ଗାଁରୁ ସିଧାସଳଖ ବ୍ଲକ ପର୍ଯ୍ୟନ୍ତ ଯାତାୟତ କରିପାରିବେ। ଖୁବ କମ ମୂଲ୍ୟ ଦେଇ ସହଜରେ ଯାତାୟାତର ସୁବିଧା ପାଇପାରିବେ । ତେବେ ଯାତ୍ରୀଙ୍କ ପ୍ରତୀକ୍ଷା ପାଇଁ ସ୍ଥାନେ ସ୍ଥାନେ ଲକ୍ଷ୍ମୀ ବସ ଷ୍ଟପ ର୍ନିମାଣ ହୋଇଛି । ହେଲେ ର୍ନିମାଣ ହୋଇଥିଲେ ବି ତାହା ଏବେ ବ୍ୟବହାର ଅନୁପୋଯୋଗୀ ହୋଇପଡିଛି। କେସିଙ୍ଗା ବ୍ଳକର ତୁର୍ଲା, କରଲାଖୁଣ୍ଟା, କାଣ୍ଡେଲ, ଗ୍ରାମ ଦେଇ ଲଇତରା, ଜୋଲକୋଦେଇ କେସିଙ୍ଗା ବ୍ଲକକୁ ଏକ ନୂତନ ବସ ଚଳାଚଳ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଗ୍ରାମବାସୀଙ୍କୁ ସୁଲଭମୂଲ୍ୟରେ ଏହି ବସ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହା ଆରମ୍ଭ କରିଛନ୍ତି। ତେବେ ଯେଉଁ ଉଦେଶ୍ୟ ନେଇ ଏହା ଆରମ୍ଭ କରାଯାଇଛି ତାହାର ଉଦ୍ଦେଶ୍ୟ ସାଧିତ ହୋଇ ପାରୁନି।
ବିଶେଷ କରି କାଣ୍ଡେଲ ରେ ବର୍ତ୍ତମାନ +୨ କଲେଜ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଖୋଲା ଯାଇଛି। ଏହି କଲେଜ ରେ ଶହେ ରୁ ଉଦ୍ଧର୍‌ବ ଛାତ୍ରୀଛାତ୍ର ନାମ ଲେଖାଇଥିବା ବେଳେ ଦୁର ଦୁରାନ୍ତ ରୁ ଆସୁଥିବା ଛାତ୍ରୀଛାତ୍ର ଙ୍କୁ ଏହା ଫଳପ୍ରଦ ହୋଇପାରନ୍ତା । ହେଲେ ତାହା ହୋଇପାରି ନାହିଁ ।
ଏହା ବ୍ୟତୀତ ଗ୍ରାମାଞ୍ଚଳରେ ଉତ୍ପାଦିତ କୃଷି ଜାତ ଦ୍ରବ୍ୟ ଠାରୁ ଆରମ୍ଭ କରି ସହରକୁ କାମ କରିବାକୁ ଆସୁଥିବା ଦିନ ମଜୁରିଆ, ଶ୍ରମିକ , ଛାତ୍ରଛାତ୍ରୀ, କର୍ମଚାରୀ ଓ ମହିଳା ମାନେ ସ୍ବଳ୍ପ ମୂଲ୍ୟରେ ସହରକୁ ଆସି ପାରିବେ।
ତେବେ ଶୁଭାରମ୍ଭ ଦିନ କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ମୁହଁ ମାରିଥିବା ବସ ଆଉ କାଣ୍ଡେଲକୁ ଆସିଲା ନାହିଁ.। ଶେଷରେ ଲୋକଙ୍କ ଆଶା ଆଶାରେ ରହିଯାଇଛି। ସବୁଠୁ ବଡ଼ କଥା ହେଉଛ ଏକଥା ପ୍ରଶାସନ ଜାଣିଥିଲେ ସୁଦ୍ଧା ଏହି ପଞ୍ଚାୟତ ବାସୀଙ୍କୁ ବସ ସେବା ଦେଉ ନାହାନ୍ତି। କେସିଙ୍ଗାରୁ ଚାଲୁଥିବା ଳଷ୍ମୀ ବସ ପୋଢ଼ଖମ୍ଭ, ପରାଲସିଙ୍ଗା, ଦେଇ ରେଙ୍ଗାଲି, ବାଲସି,ମଶାଣିବନ୍ଧ ଗ୍ରାମକୁ ଚାଲିଥିବା ବସ କାଣ୍ଡେଲକୁ ଯିବା ସୁବିଧା ହେଉ ନାହିଁ। କାଣ୍ଡେଲ ପଞ୍ଚାୟତ ଅଞ୍ଚଳକୁ ନ ଆସିବାରୁ ଅଞ୍ଚଳବାସୀ ଜିଲା ପ୍ରଶାସନକୁ ବସର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତ। ଲକ୍ଷ୍ୟାଧିକ ଟଙ୍କାରେ ନିର୍ମାଣ ହୋଇଥିବା ବସ ଷ୍ଟାଣ୍ଡ ବର୍ତ୍ତମାନ ଭାଙ୍ଗିରୁଜି ଯିବା ସହିତ ତାର ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି ସବୁଠାରୁ ବଡ଼ କଥା ହେଉଛି ଏହା ଏବେ ବୁଲା କୁକୁର, ଏବଂ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ହେବାକୁ ବସିଲାଣି । ଏ ସଂକ୍ରାନ୍ତରେ ସ୍ଥାନୀୟ ସରପଞ୍ଚ ପାର୍ବତୀ ଶର୍ମାଙ୍କୁ ପଚାରିବାରୁ ମୁଁ ବହୁ ବାର ବିଙ୍କୁ ଜଣାଇଛି,କିନ୍ତୁ କିଛି କାର୍ଯ୍ୟକାରୀ ହେଉ ନାହିଁ ବୋଲି ପ୍ରକାଶ କରିଥିଲେ। ଏ ନେଇ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁସ୍‌ଙ୍କୁ ପଚାରିବାରୁ ମୁଁ ତ ନୂତନ ଭାବେ ବ୍ଲକରେ ଯୋଗଦାନ କରିଛି। ପୂର୍ବରୁ ଯାହା ନିର୍ଦ୍ଧାରିତ ହୋଇଛି, ତାକୁ ମୁଁ କଣ କରିବି ବୋଲି ପ୍ରକାଶ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?