ଟ୍ରକ୍‌କୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍‌: ଡ୍ରାଇଭର, ହେଲ୍‌ପର ମୃତ, ୯ ଗୁରୁତର

ଜଳେଶ୍ୱର,୨୯।୧୦ ( ନବିନ ସାହୁ): ଓଡ଼ିଶାରୁ କଲିକତା ଫେରୁଥିବା ଘରେଇ ଯାତ୍ରୀବାହୀ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲପର ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କୁ ବାଲେଶ୍ୱର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ଆଜି ରାତି ୨ଟା ସମୟରେ ପଶ୍ଚିମବଙ୍ଗର ଏକ ଡଲଫିନ ନାମକ ଘରେଇ ଯାତ୍ରୀବାହୀ ବସ୍‌ ୬0ରୁ ଅଧିକ ପାସେଞ୍ଜରକୁ ନେଇ ଓ କଲିକତା ବାବୁଘାଟ ଫେରୁଥିବା ସମୟରେ ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ ପଛୁକୁ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି କରି ଜଳେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।

 

Dharitri – The Largest & Most Trusted Odia Daily

\

Share
Tags: odisha