ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ,୩ା୧୧: ସୋମବାର ସକାଳୁ ଏକ ଯାତ୍ରୀବାହୀ ଡଙ୍ଗା ଚିଲିକାରେ ଫସି ରହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ଏହି ଡଙ୍ଗାଟି ୧ ଘଣ୍ଟା ହେଲା ଫସି ରହିଛି। ଫଳରେ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।
ଏହି ଡଙ୍ଗାରେ ୧୦ ବାଇକ୍‌ ସମେତ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଛନ୍ତି।

ଆଜି ସକାଳ ୭ଟାରୁ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା। ତେବେ ମହିଁଷାକୁଦ ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ମେଶିନ୍‌ ସ୍ଲାବ ଫାଟି ଯିବାରୁ ଡଙ୍ଗାଟି ଅଟକି ରହିଥିବାବେଳେ ଚାଳକ ମରାମତିରେ ଲାଗିପଡ଼ିଛନ୍ତି।

Dharitri – Odisha’s No.1 Odia Daily

Share