ଗାଡ଼ି ଯାଞ୍ଚରୁ ମିଳିଲା ୟୁପି ବିଧାନସଭାର ପାସ୍‌, ୪ ବୋମା, ୫୦କେଜି ଗଞ୍ଜେଇ

ସମ୍ବଲପୁର,୧୩।୨(ବ୍ୟୁରୋ): ସମ୍ବଲପୁର ଜିଲା ଠେଲକୋଲି ଥାନା ଅଧୀନ ଖିଣ୍ଡା ଛକରେ ପୋଲିସ ଗାଡ଼ି ଯାଞ୍ଚ ବେଳେ ଏକ କାରରୁ ୪ଟି ବୋମା, ୫୦ କେଜି ଗଞ୍ଜେଇ ସହ ଉତ୍ତରପ୍ରଦେଶ ବିଧାନସଭା ପ୍ରବେଶ ପାଇଁ ପାସ୍‌ ଓ ଏକାଧିକ ନମ୍ବର ପ୍ଳେଟ ଜବତ କରିଛି। ହେଲେ ଘଟଣାସ୍ଥଳରୁ ୨ଜଣ ଦୁର୍ବୃତ୍ତ ଫରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ରବିବାର ବିଲମ୍ବିତ ରାତିରେ ଠେଲକୋଲି ଥାନା ଖିଣ୍ଡା ନିକଟରେ ପୋଲିସର ଏମ୍‌ଭି ଚେକିଂ ଚାଲିଥିଲା । ସେତିକିବେଳେ ଓଆର୍‌୦୨ଆର୍‌-ବିଆର୍‌-୭୦୭୦ ନମ୍ବର ଥିବା ଏକ ଗାଡ଼ି ପୋଲିସ ଟିମ୍‌କୁ ଦେଖି ଅଟକିଥିଲା। ହେଲେ ପରବର୍ତ୍ତୀ ସମୟରେ ଗାଡି ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୋଲିସ ସନ୍ଦେହ କରି ଗାଡିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡିରୁ ଗଞ୍ଜେଇ, ୪ଟି ବୋମା ଓ ଏକାଧିକ ନମ୍ବରପ୍ଳେଟ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିଲା।

ଅନ୍ୟପକ୍ଷେ ଗଞ୍ଜେଇ ଭର୍ତ୍ତି ଗାଡିରୁ ୟୁପି ବିଧାନସଭାର ପାସ୍‌ ଏବଂ ବୋମା ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ବୃତ୍ତମାନେ ଉକ୍ତ ଗାଡିରେ ଭୟଭୀତ କରିବା ପାଇଁ ବୋମା ରଖିଥିଲେ ନା ଚାଲାଣ କରୁଥିଲେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଗାଡି ଛାଡି ଚାଲିଯିବା ସମୟରେ ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ ନ କରିବା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ସନ୍ଦେହ ହେଉଛି। ଗାଡିରେ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ଜାଣି ଶୁଣି ଗାଡି ଛାଡି ଦେଇଥିବା ଆଲୋଚନା ହେଉଛି। ଏସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ରାତିରେ ପୋଲିସ ଟିମ୍‌ର ଯାଞ୍ଚ ଚାଲିଥିଲା। ସେତିକିବେଳେ ଗାଡ଼ିକୁ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୋଲିସ ଯାଞ୍ଚ କରିବା ପରେ ଗଞ୍ଜେଇ ସହ ବୋମା ଜବତ ହୋଇଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri