ମା’ ପାର୍ବତୀଙ୍କୁ ଚୋରିକଲେ ପଞ୍ଚମହାଦେବ

ପୁରୀ ଅଫିସ, ୨୪।୫: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ପୀଠରେ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି। ପରମ୍ପରା ମୁତାବକ, ପଞ୍ଚମହାଦେବ ପାର୍ବତୀଙ୍କୁ ଚୋରି କରିଛନ୍ତି। ବୁଧବାର ରୀତିନୀତି ଅନୁଯାୟୀ, ମା ପାର୍ବତୀଙ୍କୁ ମହାଦେବ ବିବାହ କରିବେ। ଗୁରୁବାର ପବିତ୍ର ଶୀତଳ ଷଷ୍ଠୀ ପାଳନ କରାଯିବ। କନ୍ୟାଚୋରୀ ଏବଂ ଶିବ ବିବାହ ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ଭାବେ ପ୍ରଭୁ ଯମେଶ୍ୱର, ଶ୍ରୀଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଏବଂ ନୀଳକଣ୍ଠେଶ୍ୱରଙ୍କୁ ବିବେଚନା କରାଯାଇଥାଏ। ପରମ୍ପରା ଅନୁସାରେ, ପଞ୍ଚମହାଦେବ ନିଜ ନିଜ ଶ୍ୱଶୁର ଘର ନିକଟକୁ ଯାଇ ପାର୍ବତୀଙ୍କୁ ଚୋରି କରି ସାଙ୍ଗରେ ନେଇ ବିବାହ କରିଥାନ୍ତି। ଏଭଳି ପରମ୍ପରା କେବେଳ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳି ନ ଥାଏ। ଏହି କନ୍ୟାଚୋରି ନୀତି ସମ୍ପନ୍ନ ହେବା ପରେ ପ୍ରତ୍ୟେକ ଠାକୁର ସ୍ବମନ୍ଦିରକୁ ବିଜେ କରିଥିଲେ। ସେଠାରେ ଠାକୁରଙ୍କ ମାଘସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ପରେ ସନ୍ଧ୍ୟାଧୂପ ଏବଂ ବଡ଼ସିଂହାର ନୀତି ସରି ପହୁଡ଼ ନୀତି ହୋଇଥିଲା। କନ୍ୟାଚୋରି ନୀତି ସମ୍ପର୍କରେ ଲୋକନାଥ ମନ୍ଦିରର ସେବକ କହନ୍ତି କନ୍ୟାଚୋରି ଏକମାତ୍ର ପର୍ବ, ଯାହାକି କେବଳ ଶ୍ରୀକ୍ଷେତ୍ରରେ ପାଳନ ହୁଏ। ଏଥିରେ ଭଗବାନ ଶଙ୍କର ମା’ ପାର୍ବତୀଙ୍କୁ ଚୋରି କରି ବିବାହ କରିଥାନ୍ତି। ଶ୍ରୀଲୋକନାଥଙ୍କ ପୀଠରେ କନ୍ୟାଚୋରି ଦିନ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଶ୍ରୀଲୋକନାଥଙ୍କ ମଙ୍ଗନହାଣ୍ଡି ଶ୍ରୀମନ୍ଦିର କୋଠଭୋଗ ସୁଆରମାନେ ରାନ୍ଧିଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ବଢିବା ପରେ କୋଠଭୋଗ ସୁଆରମାନେ ଶ୍ରୀଲୋକନାଥଙ୍କ ମନ୍ଦିରକୁ ଯାଇ ସନ୍ଧ୍ୟାଧୂପ ଓ ବଡ଼ସିଂହାର ନିମନ୍ତେ କୋଠଭୋଗ ପ୍ରସ୍ତୁତ କରିଥାନ୍ତି। ଶ୍ରୀଲୋକନାଥ ମହାପ୍ରଭୁ ପାର୍ବତୀଙ୍କୁ ଚୋରି କରିନେଇ ମନ୍ଦିରକୁ ଫେରିବା ପରେ ଠାକୁର ଠାକୁରାଣୀ ମାଘସ୍ନାନ ହୋଇ ସନ୍ଧ୍ୟାଧୂପ ଓ ବଡ଼ସିଂହାର ଭୋଗ ଲାଗି ହୋଇଥାଏ। ସେହିପରି ଗୁରୁବାର ଶୀତଳଷଷ୍ଠୀ ଅବସରରେ ନବ ବିବାହିତ ଦେବଦମ୍ପତି ନଗର ପରିକ୍ରମା କରି ପନ୍ତିଭୋଗ ଖାଇବା ପରେ ଶ୍ରୀମନ୍ଦିରକୁ ବିଜେ କରିବେ। ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ସମେତ ବିଭିନ୍ନ ସାହିରେ ଥିବା ମହାଦେବମାନଙ୍କ ପକ୍ଷରୁ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri