ଅରୁନ୍ଧତୀ ଜୁଏଲର୍ସର ପାର୍ବଣ କଲେକ୍ସନ ‘ଅର୍କ’

ଭୁବନେଶ୍ୱର,୨୯।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲେରି ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ନୂତନ କଲେକ୍ସନ ‘ଅର୍କ’ର ଉନ୍ମୋଚନ କରାଯାଇଛି। ଏପରିକି ବୁଧବାର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଏକ ହୋଟେଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଏହାର ଅନାବରଣ କରିଛନ୍ତି। ଏହି ଅବସରରେ ରାଜ୍ୟ ଜଣାଶୁଣା ମହିଳା ଉଦ୍ୟୋଗୀ ଓ ଅରୁନ୍ଧତୀ ପରିବାରର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ରାଜ୍ୟର କଳା, ସ୍ଥାପତ୍ୟ ଓ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରୟାସ ଜାରି ରହିବ। ସେହିଭଳି ଅରୁନ୍ଧତୀ ଜୁଏଲର୍ସ ସବୁ ସମୟରେ ତା’ର ପ୍ରିୟ ଗ୍ରାହକମାନଙ୍କ ପସନ୍ଦ ଓ ଚାହିଦାକୁ ଦୃଷ୍ଟିରେ ରଖି ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଛି। ଆମର ‘ଗ୍ରାହକମାନଙ୍କର ସନ୍ତୋଷରେ ଆମର ଆମତ୍ସନ୍ତୋଷ’ ମନ୍ତ୍ରରେ ଦୀର୍ଘ ୨୩ ବର୍ଷ ଧରି ପ୍ରତିଶ୍ରୁତିବଦ୍ଧ ଭାବେ ବ୍ୟବସାୟ କରିବା ସହ ସମୟ ସହ ତାଳ ଦେଇ ଅନନ୍ୟ ଗ୍ରହଣା ଡିଜାଇନ କରିବାରେ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଚଳିତ ବର୍ଷ ପାର୍ବଣ ଋତୁ ଅବସରରେ ଗ୍ରାହକ ସେବାରେ ଆଉ ଏକ ପାଦ ଆଗକୁ ଯାଇ ରାଜ୍ୟର ଗର୍ବ ଓ ଗୌରବ କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା, ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଓ ପ୍ରସ୍ତର ଖୋଦେଇ କାରୁକାର୍ଯ୍ୟକୁ ସ୍ଥାନ ଦେଇ ନୂତନ ଗହଣା ‘ଅର୍କ’ର ଶୁଭାରମ୍ଭ କରାଯାଇଛି।

ଅପରପକ୍ଷରେ ଅରୁନ୍ଧତୀ ଗ୍ରୁପ୍‌ର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ନୂତନ ଗହଣା ଉନ୍ମୋଚନ ସହ ପାର୍ବଣ ଋତୁର ଆକର୍ଷଣୀୟ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରିଥିଲେ। ଗ୍ରାହକମାନେ ସୁନାଗହଣା ଉପରେ ୫୦% ପର୍ଯ୍ୟନ୍ତ ଗଢ଼ା ମଜୁରି ଏବଂ ୩୦% ପର୍ଯ୍ୟନ୍ତ ହୀରା ମୂଲ୍ୟ ଓ ୫୦% ପର୍ଯ୍ୟନ୍ତ ରୁପା ଗହଣାର ଗଢ଼ା ମଜୁରି ରିହାତି ପାଇପାରିବେ। ଏଥି ସହିତ ଅରୁନ୍ଧତୀକୁ ଓଡ଼ିଶାର ସର୍ବବୃହତ୍‌ ବ୍ରାଣ୍ଡ୍‌ ଭାବେ ତିଆରି କରିଥିବାରୁ ସମସ୍ତ ଗ୍ରାହକବନ୍ଧୁଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରିବା ସହ ନୂତନ କେଲକ୍ସନ ‘ଅର୍କ’ର ଆନନ୍ଦ ନେବା ପାଇଁ ସାଦର ନିମନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ଏସବୁ ପାସଓ୍ବାର୍ଡ ରଖିଛନ୍ତି କି, ତୁରନ୍ତ ବଦଳାନ୍ତୁ: ନଚେତ୍‌…

ନୂଆଦିଲ୍ଲୀ,୨୦।୧୧: ୨୦୨୦ର ସବୁଠୁ ଦୁର୍ବଳ ପାସୱାର୍ଡର ତାଲିକା ପ୍ରକାଶ ପାଇଛି। ଏଥିରେ କେତେଥର ପାସୱାର୍ଡ ଲିକ ହୋଇଛି କିମ୍ବା କେତେ ଥର ବ୍ୟବହାର କରାଯାଇଛି ସେ...

ଅକ୍ସିଜେନ କନସେନ୍‌ଟ୍ରେଟର ଉପରେ ଲାଗିପାରେ ୧୨% ଜିଏସ୍‌ଟି

ନୂଆଦିଲ୍ଲୀ: ଆସନ୍ତା ୨୮ରେ ବସିବାକୁ ଥିବା ଜିଏସ୍‌ଟି କାଉନସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ଆମଦାନୀ ହେଉଥିବା ଅକ୍ସିଜେନ କନସେନ୍‌ଟ୍ରେଟର ଉପରେ ୧୨%...

ବିଶ୍ୱରେ ୨ୟ ସର୍ବବୃହତ୍‌ ସିଇ ମାର୍କେଟ୍‌ ହେବ ଭାରତ

ଭୁବନେଶ୍ୱର,୭ା୪: କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ବୁଧବାର ସିଆଇଆଇଏକ୍ସକନ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏ ନେଇ ମଧ୍ୟ ସହରରେ ଏକ ରୋଡ୍‌ଶୋ’ର ଆୟୋଜନ...

ଭାରତୀୟ କମ୍ପାନୀରେ ଅଂଶଧନ କିଣୁଛି ଚାଇନା ବ୍ୟାଙ୍କ

ମୁମ୍ବାଇ,୮।୭ : ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଭାରତରେ ଚାଇନା...

ପଣ୍ୟ ବୋଝେଇରୁ ୨୦,୬୩୫ କୋଟି ଆୟ

ଭୁବନେଶ୍ୱର,୭।୨: ଭାରତୀୟ ରେଲଓ୍ବେର ଏକ ପ୍ରମୁଖ ଜୋନ ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ଶେଷ ପୂର୍ବରୁ ରେଳ ମନ୍ତ୍ରଣାଳୟର ଲକ୍ଷ୍ୟ ଧାର୍ଯ୍ୟ ପୂରଣ...

ଆକ୍ସିସ ବ୍ୟାଙ୍କ-ଫ୍ଲିପ୍‌କାର୍ଟର ସହଯୋଗିତା

ନୂଆଦିଲ୍ଲୀ,୨୩।୧୧: ଆକ୍ସିସ ବ୍ୟାଙ୍କ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗିତା ସ୍ଥାପନ କରାଯାଇଛି। ସୁପର ଇଲାଇଟ୍‌ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ ଲାଗି ଏହି...

ଶିକ୍ଷା ହିଁ ସମାଜର ମେରୁଦଣ୍ଡ

ଜୀବନରେ ଶିକ୍ଷାର ଭୂମିକାକୁ କିଭଳି ଦେଖୁଛନ୍ତି? ଶିକ୍ଷା ସମସ୍ତଙ୍କ ପାଇଁ ସବୁକିଛି କହିଲେ ଅତ୍ୟୁକ୍ତି ହେବନି। ବ୍ୟକ୍ତି ପାଇଁ ଶିକ୍ଷାର ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଯେ...

ଦେଶରେ କମୁଛି ଇନ୍ଧନ ଚାହିଦା

ଭୁବନେଶ୍ୱର, ୧୪ା୩: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧି ଯୋଗୁ ଏହାର ବ୍ୟବହର ବ୍ୟାପକ ମାତ୍ରାରେ କମିଛି। ଫଳରେ ପ୍ରତି ମାସ ଏହାର ଚାହିଦା...

Advertisement
Archives

Model This Week