Posted inଜାତୀୟ

ଯେଉଁ ପାର୍ଟି ଜୀବନ ସାରା ସମ୍ମାନ ଦେଲା, ଶେଷରେ ତାପ୍ରତି ବିଶ୍ୱାସଘାତକତା କଲ: ଗୁଲାମ ନବୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସର ବରିଷ୍ଠ ନେତା ସୈଫୁଦ୍ଦିନ ସୋଜ ମଙ୍ଗଳବାର ଗୁଲାବ ନବୀ ଆଜାଦଙ୍କୁ ପାଲଟା ଜବାବ ଦେଇଛନ୍ତି। ସୋଜ କହିଛନ୍ତି, ଆଜାଦ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରି ପାରିବେ ନାହିଁ ଯେ ଦଳ ପ୍ରତି ତାଙ୍କର ଅବିଶ୍ୱାସ ଯଥାର୍ଥ ଅଟେ। ନିର୍ବାଚନ ଆସିବା ମାତ୍ରେ ଗୁଲାମ ନବୀ ଭାଜପାର ନିକଟତର ହୋଇ ଯାଇଥାନ୍ତି।

ନିକଟରେ ଆଜାଦ ଗାନ୍ଧୀ ପରିବାର ବିଷୟରେ କହିଥିଲେ, ରାହୁଲଙ୍କ ସମେତ ତାଙ୍କ ପରିବାରର ବେଆଇନ ବ୍ୟବସାୟୀଙ୍କ ସହ ସମ୍ପର୍କ ରହିଛି। ମୁଁ ଆପଣଙ୍କୁ ୧୦ ଟି ଉଦାହରଣ ଦେଇପାରେ ସେ ଯେଉଁଆଡେ ଦେଶ ବାହାରକୁ ଯାଆନ୍ତୁ ଏଭଳି ବ୍ୟବସାୟୀଙ୍କୁ ଭେଟିଥାନ୍ତି। ଆଜାଦଙ୍କ ବିବୃତ୍ତିର ଉତ୍ତରରେ ସୋଜ କହିଛନ୍ତି, ଦିନକୁ ଦିନ ଗୁଲାମ ନବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଦୁଃଖିତ, ଗୁଲାମ ନବୀ ନିଜ ରାଜନୈତିକ କ୍ୟାରିୟରର ଶେଷ ପର୍ଯ୍ୟାୟରେ ନିଜକୁ ଏକ ଅଦରକାରୀ ଉପାୟରେ ଉପସ୍ଥାପନ କରୁଛନ୍ତି । ଆଜାଦ ତାଙ୍କର ଶେଷ ପର୍ଯ୍ୟାୟରେ ଦଳ ଛାଡିଥିଲେ। ଦଳ ତାଙ୍କୁ ସାରା ଜୀବନ ସମ୍ମାନୀତ କରିଥିଲା। କଶ୍ମୀରବାସୀଙ୍କ ସମେତ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସମ୍ମାନ କରୁଥିଲେ।

ଗୁଲାମ ନବୀଙ୍କୁ ପୂର୍ବରୁ ଅନେକ ଥର ଭାଜପାର ନିକଟତର ହେବା ଦେଖିବାକୁ ମିଳିଥିଲା। ନିର୍ବାଚନ ରାଜନୀତିରେ ତାଙ୍କର ଅଂଶଗ୍ରହଣ ଭୋଟ ବିଭାଜନ କରିବ। ଏହା ଜମ୍ମୁ-କଶ୍ମୀର ଅଞ୍ଚଳରେ ଭାଜପା ପାଇଁ ଲାଭଦାୟକ ହେବ। ତେବେ କଂଗ୍ରେସ ପାଇଁ ଏହା ଯୋଗୁ କୌଣସି ଫରକ ପଡ଼ିବ ନାହିଁ, ଜନସାଧାରଣ ଜାଣନ୍ତି ଯେ ଆଜାଦ ଦଳ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଜନସାଧାରଣ ଜାଣନ୍ତି ଯେତେବେଳେ ଦଳ ଫାସିବାଦୀ ଚିନ୍ତାଧାରା ସହିତ ଲଢୂଥିଲା ସେତେବେଳେ ଗୁଲାମ ନବୀ କଂଗ୍ରେସ ଛାଡିଥିଲେ। ସାଧାରଣ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କଂଗ୍ରେସ ଛାଡିବା ପରେ ଗୁଲାମ ନବୀ ତାଙ୍କର ଗଣତାନ୍ତ୍ରିକ ପ୍ରଗତିଶୀଳ ଆଜାଦ ପାର୍ଟି ଗଠନ କରିଥିଲେ। ଏହା କଂଗ୍ରେସ ପ୍ରତି ବିଶ୍ୱାସଘାତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri