Posted inଜାତୀୟ

ସଂସଦ କୌଣସି କୁସ୍ତିଯୁଦ୍ଧର ସ୍ଥାନ ନୁହେଁ, ଯଦି ଆମ ନେତାମାନେ ରାହୁଲଙ୍କୁ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ଚାଲିଥିବା କଳହକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାର ଦୁଇ ଏମ୍‌ପିଙ୍କୁ ଠେଲି ଦେଇଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ତେବେ କଂଗ୍ରେସ ଭାଜପାର ଅଭିଯୋଗକୁ ଭୁଲ୍‌ ବୋଲି କହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କଂଗ୍ରେସ ନେତା ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କୁସ୍ତି ଏବଂ ସ୍ମାର୍ଟସିଟି ଦେଖାଇବା ପାଇଁ ସଂସଦ ଏକ ପ୍ଲାଟ୍‌ଫର୍ମ ନୁହେଁ।

ସେ କହିଛନ୍ତି, ‘ରାହୁଲ ଶାରୀରିକ ଶକ୍ତି ପ୍ରଦର୍ଶନ କରିଥିଲେ। ରାହୁଲ ଆମର ଦୁଇ ଏମ୍‌ପଙ୍କୁ ଠେଲି ଦେଇଥିଲେ। ଯଦି ଆମର ଏମ୍‌ପିମାନେ ମଧ୍ୟ ହାତ ଉଠାଇଥାନ୍ତେ ତେବେ କ’ଣ ହୋଇଥାନ୍ତା। ରାହୁଲ ଦୁଇ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଠେଲାପେଲା କରିଥିବା ଗୁରୁତର ଅଭିଯୋଗ ହୋଇଛି।

କିରନ କହିଛନ୍ତି, ଏମ୍‌ପିମାନେ ନିଜ ନିଜ ମତ ପାଇଁ ସଂସଦ କମ୍ପ୍ଲେକ୍ସରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କଂଗ୍ରେସ ଏବଂ ଇଣ୍ଡିଆ ମିଳିତ ମେଣ୍ଟର ଲୋକମାନେ ପ୍ରତିଦିନ ବିରୋଧ କରୁଛନ୍ତି। ଆଜି ଏନ୍‌ଡିଏ ଏମ୍‌ପିମାନେ ଏହାକୁ ବିରୋଧ କରିଛନ୍ତି। କାରଣ କଂଗ୍ରେସ ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସ୍ବାଧୀନତାର ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଅପମାନର ପ୍ରକ୍ରିୟା ଜାରି ରଖିଥିଲେ ଏବଂ ପରେ ସଂସଦ ଭିତରେ ଓ ବାହାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭିଡିଓକୁ କାଟି ମିଥ୍ୟା ପ୍ରଚାର କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘କେଉଁ ଆଇନ ରାହୁଲଙ୍କୁ ଅନ୍ୟ ଏମ୍‌ପିଙ୍କୁ ଧକ୍କା ଦେବା ଏବଂ ଆଘାତ ଦେବା ପାଇଁ କ୍ଷମତା ଦେଇଛି? ଯଦି ସମସ୍ତେ ନିଜର ଶକ୍ତି ପ୍ରଦର୍ଶନ କରି ଯୁଦ୍ଧ ଆରମ୍ଭ କରନ୍ତି, ତେବେ ସଂସଦ କିପରି କାର୍ଯ୍ୟ କରିବ? ସେ ଲୋକ ସଭାରେ ବିରୋଧୀ ଦଳର ନେତା। ଆମ ଏମ୍‌ପିମାନଙ୍କୁ ଠେଲି ଦେବେ? ଆମର ନେତାମାନେ ତାଙ୍କ ପ୍ରତି ସଂଯମତା ଦେଖାଇଛନ୍ତି। ଭାଜପା-ଏନ୍‌ଡିଏର କୌଣସି ଏମ୍‌ପି ତାଙ୍କୁ ଧକ୍କା ମୁଥ ମାରିନାହାନ୍ତି। ସେମାନେ ଗଣତନ୍ତ୍ରର କଥା ରଖିଛନ୍ତି। ସଂସଦରେ କହିବାର ସମସ୍ତଙ୍କର ଅଧିକାର ଅଛି। ଯେଉଁଟାକୁ ଆମ ନେତାମାନେ ମାନିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri