Posted inଜାତୀୟ

ସଂସଦ କୌଣସି କୁସ୍ତିଯୁଦ୍ଧର ସ୍ଥାନ ନୁହେଁ, ଯଦି ଆମ ନେତାମାନେ ରାହୁଲଙ୍କୁ…

ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ଚାଲିଥିବା କଳହକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାର ଦୁଇ ଏମ୍‌ପିଙ୍କୁ ଠେଲି ଦେଇଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ତେବେ କଂଗ୍ରେସ ଭାଜପାର ଅଭିଯୋଗକୁ ଭୁଲ୍‌ ବୋଲି କହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ କଂଗ୍ରେସ ନେତା ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କୁସ୍ତି ଏବଂ ସ୍ମାର୍ଟସିଟି ଦେଖାଇବା ପାଇଁ ସଂସଦ ଏକ ପ୍ଲାଟ୍‌ଫର୍ମ ନୁହେଁ।

ସେ କହିଛନ୍ତି, ‘ରାହୁଲ ଶାରୀରିକ ଶକ୍ତି ପ୍ରଦର୍ଶନ କରିଥିଲେ। ରାହୁଲ ଆମର ଦୁଇ ଏମ୍‌ପଙ୍କୁ ଠେଲି ଦେଇଥିଲେ। ଯଦି ଆମର ଏମ୍‌ପିମାନେ ମଧ୍ୟ ହାତ ଉଠାଇଥାନ୍ତେ ତେବେ କ’ଣ ହୋଇଥାନ୍ତା। ରାହୁଲ ଦୁଇ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଠେଲାପେଲା କରିଥିବା ଗୁରୁତର ଅଭିଯୋଗ ହୋଇଛି।

କିରନ କହିଛନ୍ତି, ଏମ୍‌ପିମାନେ ନିଜ ନିଜ ମତ ପାଇଁ ସଂସଦ କମ୍ପ୍ଲେକ୍ସରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କଂଗ୍ରେସ ଏବଂ ଇଣ୍ଡିଆ ମିଳିତ ମେଣ୍ଟର ଲୋକମାନେ ପ୍ରତିଦିନ ବିରୋଧ କରୁଛନ୍ତି। ଆଜି ଏନ୍‌ଡିଏ ଏମ୍‌ପିମାନେ ଏହାକୁ ବିରୋଧ କରିଛନ୍ତି। କାରଣ କଂଗ୍ରେସ ବାବାସାହେବ ଭୀମରାଓ ଆମ୍ବେଦକରଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସ୍ବାଧୀନତାର ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଅପମାନର ପ୍ରକ୍ରିୟା ଜାରି ରଖିଥିଲେ ଏବଂ ପରେ ସଂସଦ ଭିତରେ ଓ ବାହାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭିଡିଓକୁ କାଟି ମିଥ୍ୟା ପ୍ରଚାର କରିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘କେଉଁ ଆଇନ ରାହୁଲଙ୍କୁ ଅନ୍ୟ ଏମ୍‌ପିଙ୍କୁ ଧକ୍କା ଦେବା ଏବଂ ଆଘାତ ଦେବା ପାଇଁ କ୍ଷମତା ଦେଇଛି? ଯଦି ସମସ୍ତେ ନିଜର ଶକ୍ତି ପ୍ରଦର୍ଶନ କରି ଯୁଦ୍ଧ ଆରମ୍ଭ କରନ୍ତି, ତେବେ ସଂସଦ କିପରି କାର୍ଯ୍ୟ କରିବ? ସେ ଲୋକ ସଭାରେ ବିରୋଧୀ ଦଳର ନେତା। ଆମ ଏମ୍‌ପିମାନଙ୍କୁ ଠେଲି ଦେବେ? ଆମର ନେତାମାନେ ତାଙ୍କ ପ୍ରତି ସଂଯମତା ଦେଖାଇଛନ୍ତି। ଭାଜପା-ଏନ୍‌ଡିଏର କୌଣସି ଏମ୍‌ପି ତାଙ୍କୁ ଧକ୍କା ମୁଥ ମାରିନାହାନ୍ତି। ସେମାନେ ଗଣତନ୍ତ୍ରର କଥା ରଖିଛନ୍ତି। ସଂସଦରେ କହିବାର ସମସ୍ତଙ୍କର ଅଧିକାର ଅଛି। ଯେଉଁଟାକୁ ଆମ ନେତାମାନେ ମାନିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri