Posted inଜାତୀୟ

‘ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ’

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରର ଇତିହାସ ଓ ଭାଗ୍ୟ ‘୩ପି’ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ତାହା ହେଲା ନିୟମାବଳୀ, ଜନତା ଓ ସଂସଦ (ପ୍ରିନ୍ସିପଲ୍‌, ପିପୁଲ୍‌, ପାର୍ଲାମେଣ୍ଟ) ବୋଲି ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଶନିବାର କହିଛନ୍ତି। ନିୟମାବଳୀ ଓ ମୂଳ ମୂଲ୍ୟବୋଧ ଭାରତର ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଦେଶର ଜନସାଧାରଣଙ୍କ ଇଚ୍ଛା, ଯାହା ସାର୍ବଭୌମ ଓ ସବୁଠୁ ପ୍ରଭାବଶାଳୀ। ପାର୍ଲାମେଣ୍ଟ ହେଉଛି ଜନସାଧାରଣଙ୍କ ଆସ୍ଥାର ଭଣ୍ଡାର ଏବଂ ଉକ୍ତ ସାର୍ବଭୌମ ଇଚ୍ଛାର ଅଭିବ୍ୟକ୍ତି ବୋଲି ଚନ୍ଦ୍ରା କହିଛନ୍ତି। ଏମ୍‌ପିମାନଙ୍କୁ ‘ସଂସଦ ରତ୍ନ ପୁରସ୍କାର ୨୦୨୨’ ପ୍ରଦାନ ଅବସରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏମ୍‌ପିମାନଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଦାୟିତ୍ୱପୂର୍ଣ୍ଣ ସହକାରେ ସର୍ବସାଧାରଣଙ୍କ ଗୁରୁତ୍ୱ ଥିବା ପ୍ରସଙ୍ଗ ପାର୍ଲାମେଣ୍ଟରେ ଉଠାଇବା ଭଲ ବ୍ୟବସ୍ଥାପିକା ବୋଲି ସିଇସି କହିଥିଲେ। ପାର୍ଲାମେଣ୍ଟରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ କାର୍ଯ୍ୟ ଯୋଗୁ ବହୁ ମୂଲ୍ୟବାନ ସମୟ ବରବାଦ ହେଉଥିବାରୁ ସେ ଚିନ୍ତାବ୍ୟକ୍ତ କରିଥିଲେ। ପାର୍ଲାମେଣ୍ଟରେ ମହିଳା ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ। ଅନ୍ୟପକ୍ଷରେ ବହୁସଂଖ୍ୟାରେ ମହିଳା ମତଦାନ ପାଇଁ ଆଗେଇ ଆସୁଥିବା ଚନ୍ଦ୍ରା କହିଥିଲେ। ଦେଶର ପ୍ରଥମ ଲୋକ ସଭାରେ ୧୫ ମହିଳା ଏମ୍‌ପି ଥିଲେ। ୧୭ତମ ଲୋକ ସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ମହିଳାଙ୍କ ପ୍ରତିନିଧିତ୍ୱରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର। ବାସ୍ତବରେ ପାର୍ଲାମେଣ୍ଟରେ ସବୁ ବର୍ଗଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ ବୋଲି ସିଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୫ ବର୍ଷୀୟା ବାଳିକାଙ୍କୁ ବଳାତ୍କାର କରି ଅଖାରେ ପୂରାଇ ଦେଲେ ଧନେଶ୍ୱର: ଆଉ ତା’ପରେ…

ଦୁର୍ଗ,୧୨ା୪(ପି.ଟି.):ଛତିଶଗଡ଼ର ଦୁର୍ଗ ଜିଲାରେ ଜଣେ ୫ ବର୍ଷୀୟା ବାଳିକାଙ୍କୁ ଜଣେ ଅଭିଯୁକ୍ତ ଅପହରଣ କରିନେଇ ବଳାତ୍କାର କରିବା ପରେ ପୀଡ଼ିତାଙ୍କୁ ଅଖାରେ ଭର୍ତ୍ତିକରି ଏକ କୂଅ ନିକଟରେ…

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri