ପାର୍ଲେ-ଜି ପ୍ୟାକେଟରୁ ହଟିଲା ପାର୍ଲେ-ଗାର୍ଲର ଫଟୋ!

ନୂଆଦିଲ୍ଲୀ,୨୮।୧୨: ମାର୍କେଟରେ ଅନେକ ବିସ୍କୁଟ ବ୍ରାଣ୍ଡ ଥିଲେ ମଧ୍ୟ ‘ପାର୍ଲେ-ଜି’ର ଚାହିଦା ଅଧିକ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଁଏ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ପାର୍ଲେ-ଜି ବିସ୍କୁଟ ଯେତିକି ପସନ୍ଦ ନୁହେଁ ପ୍ୟାକେଟରେ ଥିବା ପାର୍ଲେ ଗାର୍ଲର ଫଟୋକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ତେବେ ନିକଟରେ ପାର୍ଲେ-ଜି କମ୍ପାନୀ ନିଜର କମ୍ପାନୀର ଫେମ ପାର୍ଲେ ଗାର୍ଲକୁ ହଟାଇ ଜଣେ ଇନଷ୍ଟାଗ୍ରାମ ଇନଫ୍ଲୁଏନସରଙ୍କର ଫଟୋ ସ୍ଥାନିତ କରିଛନ୍ତି। ଯାହାକୁ ନେଇ ପାର୍ଲେ-ଜି ବିସ୍କୁଟ ପ୍ରେମୀ ସମେତ ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନାଥାଉ କି, ପାର୍ଲେ-ଜି ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛି। ଯେଉଁଥିରେ ପାର୍ଲେ-ଗାର୍ଲ ବଦଳରେ କଣ୍ଟେଟ କ୍ରିଏଟର ଜେରବାନ ଜେ ବୁନଶାହଙ୍କ ଫଟୋ ରହିଛି।
ଘଟଣା ହେଉଛି କି, ବୁନଶାହ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ମଜାଦାର ପୋଷ୍ଟ କରିଥିଲେ। ଯେଉଁଥିରେ ସେ ନିଜର ଏକ ଭିଡିଓ କରି ୟୁଜର୍ସଙ୍କୁ ଏକ ପ୍ରଶ୍ନ ପଚାରିଥିଲେ।ସେ ପଚାରିଥିଲେ, ଯଦି ଆପଣମାନେ ପାର୍ଲେର ମାଲିକଙ୍କୁ ଭେଟନ୍ତି, ତେବେ ଆପଣଙ୍କୁ କଣ କହି ସମ୍ବୋଧନ କରିବେ। ପାର୍ଲେ ସାର୍‌, ମିଷ୍ଟର ପାର୍ଲେ ନା ପାର୍ଲେ ଜି? ଭିଡିଓଟି ଖୁବ୍‌ ଭାଇରାଲ ହେବା ସହ ୟୁସର୍ଜ ବିଭିନ୍ନ କମେଣ୍ଟ ମଧ୍ୟ ଦେଇଥିଲେ।

ପରେ ପାର୍ଲେ-ଜି ଅଫିସିଆଲ ହ୍ୟାଣ୍ଡେଲ ବୁନଶାହଙ୍କ ଭିଡିଓରେ କମେଣ୍ଟ ଦେବା ସହ ତାଙ୍କ ଫଟୋ ରଖି ବିସ୍କୁଟ ପ୍ୟାକେଟ ପୋଷ୍ଟ କରିଥିଲା। ଯେଉଁଥିରେ ବୁନଶାହଙ୍କ ହସୁଥିବା ଫଟୋ ସହ ପାର୍ଲେ-ଜି ନାଁ ବଦଳରେ ବୁନଶାହ-ଜି ଲେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri