ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କିଂ

ରାୟଗଡ଼ା,୨୩।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଳିକନ୍ଦିଠାରୁ ଆରମ୍ଭକରି ଜାତୀୟ ରାଜପଥର ଅର୍ଦ୍ଧାଧିକ ରାସ୍ତା ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏଭଳିକି ଜାତୀୟ ରାଜପଥରେ ନୋ ପାର୍କିଂ ବୋର୍ଡ ଲାଗିଥିଲେ ମଧ୍ୟ ଗାଡ଼ି ପାର୍କିଂ କରାଯାଉଛି। ଏହାଦ୍ବାରା ସହରରେ ଟ୍ରାଫିକ ସମସ୍ୟା ବିଗିଡ଼ିବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ସେହିଭଳି ସହରର କପିଳାସ ଛକଠାରୁ ଆରମ୍ଭକରି ଆକ୍ସିସ ବ୍ୟାଙ୍କ, ସ୍ବାଗତ ହୋଟେଲ ଓ ମାରୁତି ହୋଟେଲ ଗଳିରେ ମଧ୍ୟ ବ୍ୟବସାୟୀମାନେ ପାର୍କିଂ ବ୍ୟବସ୍ଥା କରି ନ ଥିବାରୁ ଗ୍ରାହକମାନେ ରାସ୍ତା ଉପରେ ଗାଡି ପାର୍କିଂ କରୁଛନ୍ତି। ଏଭଳିକି କପିଳାସ ହୋଟେଲ ଗଳିରେ ଥିବା ଷ୍ଟେଟ୍‌ ବ୍ୟାଙ୍କ କୃଷି ଉନ୍ନୟନ ଶାଖା ସମ୍ମୁଖରେ କୌଣସି ପାର୍କିଂ ନ ଥିବା ବେଳେ ଅତ୍ୟଧିକ ଗହଳି କାରଣରୁ ଲୋକେ ରାସ୍ତା ଉପରେ ଗାଡି ରଖିଛନ୍ତି। ବେଆଇନ ପାର୍କିଂ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଅଣ ଓସାରିଆ ହେବା ଯୋଗୁ ଉକ୍ତ ରାସ୍ତା ଦେଇ କୌଣସି ଚାରିଚକିଆ ଯାନ ଯାତାୟାତ କଲେ ଟ୍ରାଫିକ ସମସ୍ୟା ଦେଖାଦେଉଛି।
ରାୟଗଡ଼ା ସହର ମଧ୍ୟଭାଗ ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି। ଜିଲା ଗଠନର ୨୫ ବର୍ଷ ପରେ ୨୦୧୭ରେ ଜାତୀୟ ରାଜପଥରେ ଯାତ୍ରା କରିବାର ସୁଯୋଗ ଜିଲାବାସୀ ପାଇଥିଲେ। ହେଲେ ଏବେ କେତେଜଣ ବ୍ୟବସାୟୀ ନିଜ ସ୍ବାର୍ଥ ପାଇଁ ରାଜପଥକୁ କବ୍‌ଜା କରିଥିବାରୁ ଦିନକୁ ଦିନ ଏହା ସଙ୍କୁଚିତ ହେବାରେ ଲାଗିଛି । ସହରର ସବୁଠି ଅଧିକ ବ୍ୟସ୍ତବହୁଳ ସ୍ଥାନ କପିଳାସ ଛକଠାରୁ ଷ୍ଟେଶନ ଛକ ରାସ୍ତାରେ ସମସ୍ତ ପ୍ରକାର ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଓ ଦୋକାନ ରହିଛି। ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଏବଂ ସେଠାକାର କର୍ମଚାରୀମାନେ ରାସ୍ତା ଉପରେ ଗାଡ଼ି ରଖିଥାନ୍ତି। ଏହା ଦେଖି ଗ୍ରାହକ ମଧ୍ୟ ସେହି ପଥକୁ ଅନୁକରଣ କରୁଛନ୍ତି । ଟ୍ରାଫିକ ପଏଣ୍ଟର ଅତି ନିକଟରେ ରାଜପଥକୁ ଏଭଳି ଅବରୋଧ କରାଯାଉଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିଲେ ମଧ୍ୟ ପୋଲିସ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହିଁ। ଅନ୍ୟପକ୍ଷେ ଏହି ରାସ୍ତା ବାଣିଜ୍ୟକର କାର୍ଯ୍ୟାଳୟ ଛକଠାରୁ ଖଲିଗୁଡା ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ୱରେ ୪ ଥାକିଆ ରାସ୍ତା ମଧ୍ୟରୁ ୨ ଥାକିଆ ରାସ୍ତାକୁ ଟ୍ରକ୍‌ ମାଲିକ ଓ ଚାଳକମାନେ ମାଡ଼ି ବସିଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପୌର ପରିଷଦର ଅନୁମୋଦିତ ପ୍ଲାନ ଅନୁଯାୟୀ ପାର୍କିଂ ବ୍ୟବସ୍ଥା ନ କରି ଇଚ୍ଛା ମୁତାବକ କୋଠା ନିର୍ମାଣ କରି ବ୍ୟବସାୟ କରିବା ସହ ରାଜପଥକୁ ଜବରଦଖଲ କରିଛନ୍ତି। ଏହାବ୍ୟତୀତ ଉଠା ଦୋକାନୀ ମଧ୍ୟ ରାସ୍ତା ଉପରେ ପସରା ମେଲାଇ ବ୍ୟବସାୟ କରୁଛନ୍ତି। ଫଳରେ ଜାତୀୟ ରାଜପଥ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିବା ସହ ଟ୍ରାଫିକ୍‌ ସମସ୍ୟା ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏ ନେଇ ଆଇଆଇସି କେକବିକେ କହଁରଙ୍କୁ ପଚାରିବାରୁ ସେ କହିଥିଲେ, ରାସ୍ତାକଡ଼ରେ ରହିଥିବା ଦୋକାନ ଘର ମାଲିକମାନେ ପାର୍କିଂ ପାଇଁ କିଭଳି ଟାଉନ ପ୍ଲାନିଂ ବ୍ୟବସ୍ଥା କରିଛନ୍ତି ସେ ବିଷୟରେ ତଥ୍ୟ ମାଗିଛନ୍ତି। ଏଥିସହ ସହରରେ ଲାଗିଥିବା ସିସି କ୍ୟାମେରା ଆଧାରରେ ବେପରୁଆ ଗାଡ଼ି ପାର୍କିଂ ପାଇଁ ଲୋକଙ୍କୁ ଚାଲାଣ କଟାଯାଉଛି। ଏପରିକି ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ମଧ୍ୟ ଫାଇନ ବ୍ୟବସ୍ଥା କରାଯାଉଥିବା ଆଇଆଇସି କହଁର କହିଛନ୍ତି। ତେବେ ପୋଲିସ ଓ ପୌର ପ୍ରଶାସନ ଏଥିପ୍ରତି ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସହରର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri