ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କିଂ

ରାୟଗଡ଼ା,୨୩।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଳିକନ୍ଦିଠାରୁ ଆରମ୍ଭକରି ଜାତୀୟ ରାଜପଥର ଅର୍ଦ୍ଧାଧିକ ରାସ୍ତା ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଏଭଳିକି ଜାତୀୟ ରାଜପଥରେ ନୋ ପାର୍କିଂ ବୋର୍ଡ ଲାଗିଥିଲେ ମଧ୍ୟ ଗାଡ଼ି ପାର୍କିଂ କରାଯାଉଛି। ଏହାଦ୍ବାରା ସହରରେ ଟ୍ରାଫିକ ସମସ୍ୟା ବିଗିଡ଼ିବା ସହ ଦୁର୍ଘଟଣା ମଧ୍ୟ ଘଟୁଛି। ସେହିଭଳି ସହରର କପିଳାସ ଛକଠାରୁ ଆରମ୍ଭକରି ଆକ୍ସିସ ବ୍ୟାଙ୍କ, ସ୍ବାଗତ ହୋଟେଲ ଓ ମାରୁତି ହୋଟେଲ ଗଳିରେ ମଧ୍ୟ ବ୍ୟବସାୟୀମାନେ ପାର୍କିଂ ବ୍ୟବସ୍ଥା କରି ନ ଥିବାରୁ ଗ୍ରାହକମାନେ ରାସ୍ତା ଉପରେ ଗାଡି ପାର୍କିଂ କରୁଛନ୍ତି। ଏଭଳିକି କପିଳାସ ହୋଟେଲ ଗଳିରେ ଥିବା ଷ୍ଟେଟ୍‌ ବ୍ୟାଙ୍କ କୃଷି ଉନ୍ନୟନ ଶାଖା ସମ୍ମୁଖରେ କୌଣସି ପାର୍କିଂ ନ ଥିବା ବେଳେ ଅତ୍ୟଧିକ ଗହଳି କାରଣରୁ ଲୋକେ ରାସ୍ତା ଉପରେ ଗାଡି ରଖିଛନ୍ତି। ବେଆଇନ ପାର୍କିଂ ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଅଣ ଓସାରିଆ ହେବା ଯୋଗୁ ଉକ୍ତ ରାସ୍ତା ଦେଇ କୌଣସି ଚାରିଚକିଆ ଯାନ ଯାତାୟାତ କଲେ ଟ୍ରାଫିକ ସମସ୍ୟା ଦେଖାଦେଉଛି।
ରାୟଗଡ଼ା ସହର ମଧ୍ୟଭାଗ ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି। ଜିଲା ଗଠନର ୨୫ ବର୍ଷ ପରେ ୨୦୧୭ରେ ଜାତୀୟ ରାଜପଥରେ ଯାତ୍ରା କରିବାର ସୁଯୋଗ ଜିଲାବାସୀ ପାଇଥିଲେ। ହେଲେ ଏବେ କେତେଜଣ ବ୍ୟବସାୟୀ ନିଜ ସ୍ବାର୍ଥ ପାଇଁ ରାଜପଥକୁ କବ୍‌ଜା କରିଥିବାରୁ ଦିନକୁ ଦିନ ଏହା ସଙ୍କୁଚିତ ହେବାରେ ଲାଗିଛି । ସହରର ସବୁଠି ଅଧିକ ବ୍ୟସ୍ତବହୁଳ ସ୍ଥାନ କପିଳାସ ଛକଠାରୁ ଷ୍ଟେଶନ ଛକ ରାସ୍ତାରେ ସମସ୍ତ ପ୍ରକାର ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଓ ଦୋକାନ ରହିଛି। ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଏବଂ ସେଠାକାର କର୍ମଚାରୀମାନେ ରାସ୍ତା ଉପରେ ଗାଡ଼ି ରଖିଥାନ୍ତି। ଏହା ଦେଖି ଗ୍ରାହକ ମଧ୍ୟ ସେହି ପଥକୁ ଅନୁକରଣ କରୁଛନ୍ତି । ଟ୍ରାଫିକ ପଏଣ୍ଟର ଅତି ନିକଟରେ ରାଜପଥକୁ ଏଭଳି ଅବରୋଧ କରାଯାଉଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥିଲେ ମଧ୍ୟ ପୋଲିସ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନାହିଁ। ଅନ୍ୟପକ୍ଷେ ଏହି ରାସ୍ତା ବାଣିଜ୍ୟକର କାର୍ଯ୍ୟାଳୟ ଛକଠାରୁ ଖଲିଗୁଡା ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ୱରେ ୪ ଥାକିଆ ରାସ୍ତା ମଧ୍ୟରୁ ୨ ଥାକିଆ ରାସ୍ତାକୁ ଟ୍ରକ୍‌ ମାଲିକ ଓ ଚାଳକମାନେ ମାଡ଼ି ବସିଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପୌର ପରିଷଦର ଅନୁମୋଦିତ ପ୍ଲାନ ଅନୁଯାୟୀ ପାର୍କିଂ ବ୍ୟବସ୍ଥା ନ କରି ଇଚ୍ଛା ମୁତାବକ କୋଠା ନିର୍ମାଣ କରି ବ୍ୟବସାୟ କରିବା ସହ ରାଜପଥକୁ ଜବରଦଖଲ କରିଛନ୍ତି। ଏହାବ୍ୟତୀତ ଉଠା ଦୋକାନୀ ମଧ୍ୟ ରାସ୍ତା ଉପରେ ପସରା ମେଲାଇ ବ୍ୟବସାୟ କରୁଛନ୍ତି। ଫଳରେ ଜାତୀୟ ରାଜପଥ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିବା ସହ ଟ୍ରାଫିକ୍‌ ସମସ୍ୟା ଯୋଗୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏ ନେଇ ଆଇଆଇସି କେକବିକେ କହଁରଙ୍କୁ ପଚାରିବାରୁ ସେ କହିଥିଲେ, ରାସ୍ତାକଡ଼ରେ ରହିଥିବା ଦୋକାନ ଘର ମାଲିକମାନେ ପାର୍କିଂ ପାଇଁ କିଭଳି ଟାଉନ ପ୍ଲାନିଂ ବ୍ୟବସ୍ଥା କରିଛନ୍ତି ସେ ବିଷୟରେ ତଥ୍ୟ ମାଗିଛନ୍ତି। ଏଥିସହ ସହରରେ ଲାଗିଥିବା ସିସି କ୍ୟାମେରା ଆଧାରରେ ବେପରୁଆ ଗାଡ଼ି ପାର୍କିଂ ପାଇଁ ଲୋକଙ୍କୁ ଚାଲାଣ କଟାଯାଉଛି। ଏପରିକି ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଲେ ମଧ୍ୟ ଫାଇନ ବ୍ୟବସ୍ଥା କରାଯାଉଥିବା ଆଇଆଇସି କହଁର କହିଛନ୍ତି। ତେବେ ପୋଲିସ ଓ ପୌର ପ୍ରଶାସନ ଏଥିପ୍ରତି ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ସହରର ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri