ପୁରୀ,୮।୧( ଅଜିତ୍ କୁମାର ମହାନ୍ତି ): ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ଗୋଟି ଭକ୍ତ ନିବାସର ପାର୍କି ଫି ବୃଦ୍ଧି କରାଯାଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଏନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇନଥିବା ମଧ୍ୟ କୁହାଯାଉଛି ।
ତେବେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ଅଚାନକ ପାର୍କିଂ ଫିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୃଦ୍ଧିଜୀବୀ । ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ ଗୋଟି ଭକ୍ତ ନିବାସ ଯଥା ନୀଳାଦ୍ରି ଭକ୍ତ ନିବାସ, ନୀଳାଚଳ ଭକ୍ତ ନିବାସ, ପୁରୁଷତମ ଭକ୍ତ ନିବାସ ଓ ଗୁଣ୍ଡିଚା ଭକ୍ତ ନିବାସକୁ ଆସୁଥିବା ଭକ୍ତମାନେ ଏବେ ସେମାନଙ୍କ କାର ପାର୍କିଂ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ି ବ। ପ୍ରଶାସନ ପକ୍ଷରୁ ୫୦୦ ଟଙ୍କା ପାର୍କିଂ ଫି କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ୨୪ ଘଣ୍ଟାକୁ ୧୮ ପ୍ରତିଶତ ଜିଏସଟି ମିଶାଇ ୫୦୦ ଟଙ୍କା ପାର୍କିଂ ଫି ରଖାଯାଇଛି ।