Posted inUncategorized

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା ସହ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିନ୍ତ କରିଛନ୍ତି ନୀତେଶ କୁମାର। ନୀତେଶ ଜାପାନର ଫୁଜିହାରା ଡାଇସୁକେଙ୍କୁ ୨୧-୧୬ ଓ ୨୧-୧୨ ସେଟରେ ପରାସ୍ତ କରିବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲ ମ୍ୟାଚ୍‌ଟି ମାତ୍ର ୪୮ ମିନିଟ ଧରି ଚାଲିଥିଲା।

ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ଭେଟିବେ ନୀତେଶ। ଅନ୍ୟ ପକ୍ଷରେ ଏସ୍‌ୟୁ ୫ ବର୍ଗରେ ଭାରତର ମନୀଷା ରାମଦାସ ଓ ତୁଳସୀମତି ମୁରୁଗାସେନ୍‌ ସେମି ଫାଇନାଲରେ ପ୍ରବେଶ କରିବା ସହ ଭାରତ ପାଇଁ ବ୍ୟାଡମିଣ୍ଟନରୁ ଦ୍ୱିତୀୟ ପଦକ ସୁନିଶ୍ଚିତ କରିଛନ୍ତି। ୧୯ ବର୍ଷୀୟ ମନୀଷା ଜନ୍ମରୁ ଇଆରବିସ ପାଲ୍‌ସିରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ଡାହାଣ ହାତ ଅଚଳ। କ୍ୱାର୍ଟର ଫାଇନାଲରେ ଜାପାନର ମାମିକୋ ଟୋୟୋଡାଙ୍କୁ ୨୧-୧୩, ୨୧-୧୬ରେ ପରାସ୍ତ କରିଥିଲେ ମନୀଷା।

ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ମନୀଷା ସେମି ଫାଇନାଲରେ ଅନ୍ୟତମ ଭାରତୀୟ ତଥା ଟପ୍‌ସିଡ୍‌ ତୁଳସୀମତି ମୁରୁଗାସେନ୍‌ଙ୍କୁ ଭେଟିବେ। ତୁଳସୀମତି ଶନିବାର ପର୍ତ୍ତୁଗାଲର ବିଟ୍ରିଜ ମଣ୍ଟେରିଓଙ୍କୁ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚି ଥିଲେ। ପୂର୍ବରୁ ଏସ୍‌ଏଲ୍‌-୪ ବର୍ଗରେ ସୁହାସ ୟଥିରାଜ ଓ ସୁକାନ୍ତ କଦମ ସେମି ଫାଇନାଲରେ ପହଞ୍ଚି ଭାରତ ପାଇଁ ପଦକ ପକ୍କା କରିଥିଲେ।

ତେବେ ଏସ୍‌ଏଲ୍‌-୩ ମହିଳା ବର୍ଗରେ ମନଦୀପ୍‌ କୌର ଓ ଏସଏଲ୍‌-୪ ମହିଳା ବର୍ଗରେ ପଲକ କୋହଲି ପରାଜିତ ହୋଇଛନ୍ତି। ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ନାଇଜେରିଆର ବୋଲାଜି ମରିୟମ ଏନିଓଲାଙ୍କ ନିକଟରୁ ମାତ୍ର ୨୩ ମିନଟ ସମୟରେ ୮-୨୧ ଓ ୯-୨୧ରେ ପରାଜିତ ହୋଇଥିଲେ ମନଦୀପ। ଅନ୍ୟ ପକ୍ଷରେ ପଲକ ୨୧-୧୯ ଓ ୨୧-୧୫ ସେଟରେ ଇଣ୍ଡୋନେସିଆର ଖଲିମାତୁସ ସାଦିୟାଙ୍କୁ ନିକଟରୁ ହାରି ଯାଇଥିଲେ । ଏହି ମ୍ୟାଚଟି ମାତ୍ର ୨୮ ମିନିଟ ଧରି ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri