Posted inଖେଳ

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ଚାରି ପଦକ

ଚାଟେରକ୍ସ, ୩୦।୮: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସର ଦ୍ୱିତୀୟ ଦିବସରେ ଭାରତକୁ ୪ଟି ପଦକ ମିଳିଛି। ମହିଳା ଶୁଟିଂ ତାରକା ଅଭନି ଲେଖରା ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଥିବାବେଳେ ରୌପ୍ୟ ପଦକ ହାସଲ କରିଛନ୍ତି ଅନ୍ୟତମ ପୁରୁଷ ଶୁଟର ମନୀଷ ନରଓ୍ବାଲ। ସେହିପରି ମହିଳା ଶୁଟର ମୋନା ଅଗ୍ରଓ୍ବାଲ ଓ ଆଥଲେଟ୍‌ ପ୍ରୀତି ପାଲ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଟୋକିଓ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଶୁଟର ମନୀଷ ନରଓ୍ବାଲ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଆଥ୍‌ଲେଟିକ୍ସ ଟି୩୫ ବର୍ଗ ୧୦୦ ମିଟର ଇଭେଣ୍ଟରେ ପ୍ରୀତି ପାଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ୧୦ ମିଟର ଏୟାର ପିସ୍ତଲ (ଏସ୍‌ଏଚ୍‌୧) ଇଭେଣ୍ଟରେ ମନୀଷ ଏହି ସଫଳତା ପାଇଛନ୍ତି। ଟୋକିଓରେ ୫୦ ମିଟର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିବା ୨୨ ବର୍ଷୀୟ ନରଓ୍ବାଲ ଏଠାରେ ଭଲ ପ୍ରଦର୍ଶନ କରି ଅନେକ ସମୟ ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲେ ମଧ୍ୟ ଶେଷ ଭାଗରେ କ୍ରମାଗତ ଦୁର୍ବଳ ସ୍କୋର କରି ଦ୍ୱିତୀୟକୁ ଖସି ଆସିଥିଲେ। ଦକ୍ଷିଣ କୋରିଆର ଭେଟେରାନ ଶୁଟର ଜୋ ଜୋଙ୍ଗଡୁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଭାରତୀୟ ପିସ୍ତଲ ଶୁଟର ଶିବା ନରଓ୍ବାଲଙ୍କ ସାନଭାଇ ମନୀଷ ୨୩୪.୯ ପଏଣ୍ଟରେ ରହିଥିବାବେଳେ ଜୋଙ୍ଗଡୁ ୨୩୭.୪ ପଏଣ୍ଟ ସ୍କୋର କରିଥିଲେ। ଚାଇନାର ୟାଙ୍ଗ୍‌ ଚାଓ ୨୧୪.୩ ପଏଣ୍ଟ ସହିତ ବ୍ରୋଞ୍ଜ ପଦକ ପାଇଥିଲେ।

୧୦୦ ମିଟରରେ ପ୍ରୀତି ୧୪.୨୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ଥିଲା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ। ପ୍ୟାରିସ୍‌ ପାରା ଆଥ୍‌ଲେଟିକ୍ସରେ ଭାରତର ଏହା ହେଉଛି ପ୍ରଥମ ପଦକ। ଚାଇନାର ଝୋଉ ଜିଆ (୧୩.୫୮) ଓ ଗୁଓ କ୍ୱିଆନକ୍ୱିଆନ (୧୩.୭୪) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri