Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସ: ଚାଇନାକୁ ପ୍ରଥମ ସ୍ବର୍ଣ୍ଣ ପଦକ

ପ୍ୟାରିସ୍‌, ୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ର ପଦକ ଇଭେଣ୍ଟ ଶନିବାର ଆରମ୍ଭ ହୋଇଛି। ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି ଚାଇନା। ଚାଟେଉରକ୍ସଠାରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲରେ ଦକ୍ଷିଣ କୋରିଆକୁ ୧୬-୧୨ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି ଚାଇନା ପ୍ରତିଯୋଗୀ। ଫାଇନାଲରେ ଚାଇନା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ହ୍ବାଙ୍ଗ ୟୁଟିଙ୍ଗ୍‌ ଓ ଶେଙ୍ଗ ଲିହାଓ। ଏହି ଯୋଡ଼ି ଫାଇନାଲରେ କୋରିଆର କେଉମ ଜିହ୍ୟୁନ ଓ ପର୍କ ହାଜୁନଙ୍କୁ ପରାସ୍ତ କରିଥିଲେ।

କେଉମ ଓ ପର୍କ ପ୍ରଥମ ରାଉଣ୍ଡରେ ୨୦.୬-୨୦.୩ ପଏଣ୍ଟ ସ୍କୋର କରି ଅଗ୍ରଣୀ ହାସଲ କରିଥିଲେ। ମାତ୍ର ହ୍ବାଙ୍ଗ ଓ ଶେଙ୍ଗ ପରବର୍ତ୍ତୀ ୩ ରାଉଣ୍ଡ ଜିତି ୬-୨ରେ ଅଗ୍ରଣୀ ନେଇଥିଲେ। ତେବେ କୋରିଆ ଶୁଟରମାନେ ସଫଳ ପ୍ରତ୍ୟାବର୍ତ୍ତନ କରିବାରୁ ସ୍କୋର ଏକଦା ୮-୧୪ ହୋଇଯାଇଥିଲା। ତେବେ ଚାଇନିଜ୍‌ ଯୋଡ଼ି ଧୈର୍ଯ୍ୟର ସହ ଶୁଟ୍‌ କରି ୧୬-୧୨ରେ ବିଜୟ ହାସଲ କରିଥିଲେ।

ଟୋକିଓ ଅଲିମ୍ପିକ୍ସରେ ଚାଇନିଜ୍‌ ଯୋଡ଼ି ୟାଙ୍ଗ କ୍ୱାନ ଓ ୟାଙ୍ଗ ହାଓରାନ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେଣୁ ଅଲିମ୍ପିକ୍ସର ଏହି ଇଭେଣ୍ଟରେ ଚାଇନା ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇଛି। ପ୍ୟାରିସ୍‌-୨୦୨୪ରେ ପ୍ରଥମ ପଦକ କିନ୍ତୁ ଜିତିଥିଲା କାଜାଖସ୍ତାନ। କାରଣ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲ ପୂର୍ବରୁ ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଆଲେକକ୍ସାଣ୍ଡ୍ରା ଲୀ ଓ ଇସ୍‌ଲାମ ସତପେଭ ଜର୍ମାନୀର ଆନା ଜାନସେନ ଓ ମାକ୍ସିମିଲିଆନ ଉଲବ୍ରିଚ୍‌ଙ୍କୁ ୧୭-୫ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?