Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସ: ଚାଇନାକୁ ପ୍ରଥମ ସ୍ବର୍ଣ୍ଣ ପଦକ

ପ୍ୟାରିସ୍‌, ୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ର ପଦକ ଇଭେଣ୍ଟ ଶନିବାର ଆରମ୍ଭ ହୋଇଛି। ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି ଚାଇନା। ଚାଟେଉରକ୍ସଠାରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲରେ ଦକ୍ଷିଣ କୋରିଆକୁ ୧୬-୧୨ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି ଚାଇନା ପ୍ରତିଯୋଗୀ। ଫାଇନାଲରେ ଚାଇନା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ହ୍ବାଙ୍ଗ ୟୁଟିଙ୍ଗ୍‌ ଓ ଶେଙ୍ଗ ଲିହାଓ। ଏହି ଯୋଡ଼ି ଫାଇନାଲରେ କୋରିଆର କେଉମ ଜିହ୍ୟୁନ ଓ ପର୍କ ହାଜୁନଙ୍କୁ ପରାସ୍ତ କରିଥିଲେ।

କେଉମ ଓ ପର୍କ ପ୍ରଥମ ରାଉଣ୍ଡରେ ୨୦.୬-୨୦.୩ ପଏଣ୍ଟ ସ୍କୋର କରି ଅଗ୍ରଣୀ ହାସଲ କରିଥିଲେ। ମାତ୍ର ହ୍ବାଙ୍ଗ ଓ ଶେଙ୍ଗ ପରବର୍ତ୍ତୀ ୩ ରାଉଣ୍ଡ ଜିତି ୬-୨ରେ ଅଗ୍ରଣୀ ନେଇଥିଲେ। ତେବେ କୋରିଆ ଶୁଟରମାନେ ସଫଳ ପ୍ରତ୍ୟାବର୍ତ୍ତନ କରିବାରୁ ସ୍କୋର ଏକଦା ୮-୧୪ ହୋଇଯାଇଥିଲା। ତେବେ ଚାଇନିଜ୍‌ ଯୋଡ଼ି ଧୈର୍ଯ୍ୟର ସହ ଶୁଟ୍‌ କରି ୧୬-୧୨ରେ ବିଜୟ ହାସଲ କରିଥିଲେ।

ଟୋକିଓ ଅଲିମ୍ପିକ୍ସରେ ଚାଇନିଜ୍‌ ଯୋଡ଼ି ୟାଙ୍ଗ କ୍ୱାନ ଓ ୟାଙ୍ଗ ହାଓରାନ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେଣୁ ଅଲିମ୍ପିକ୍ସର ଏହି ଇଭେଣ୍ଟରେ ଚାଇନା ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇଛି। ପ୍ୟାରିସ୍‌-୨୦୨୪ରେ ପ୍ରଥମ ପଦକ କିନ୍ତୁ ଜିତିଥିଲା କାଜାଖସ୍ତାନ। କାରଣ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲ ପୂର୍ବରୁ ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଆଲେକକ୍ସାଣ୍ଡ୍ରା ଲୀ ଓ ଇସ୍‌ଲାମ ସତପେଭ ଜର୍ମାନୀର ଆନା ଜାନସେନ ଓ ମାକ୍ସିମିଲିଆନ ଉଲବ୍ରିଚ୍‌ଙ୍କୁ ୧୭-୫ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri