ଭାଜପା ରାଜ୍ୟ ପରିଷଦକୁ ପରେଶ ମନୋନୀତ

ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦକୁ ଦିଗପହଣ୍ଡି ସହରର ଜଣାଶୁଣା ବରିଷ୍ଠ ଆଇନଜୀବୀ ପରେଶ ଚନ୍ଦ୍ର ରଥ ମନୋନୀତ ହୋଇଥିବା ଜଣାପଡ଼ିଛି। ସେ ପୂର୍ବରୁ ଭାଜପା ଗଞ୍ଜାମ ଜିଲା ଉପସଭାପତି ପଦବୀରେ ରହିବା ସହ ଜିଲା ପ୍ରମୁଖ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ତାଙ୍କର ସାଙ୍ଗଠନିକ ଦକ୍ଷତା ଆଧାରରେ ପାର୍ଟି ପକ୍ଷରୁ ତାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି। ଭାଜପା ରାଜ୍ୟ ପରିଷଦ ନିର୍ବାଚିତ ହେବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ସେ ରାଜ୍ୟ କାର୍ଯ୍ୟକର୍ତ୍ତା ଏବଂ ନବ ନିର୍ବାଚିତ ଜିଲା ସଭାପତି ସରୋଜ ସାବତ ଓ ଅନ୍ୟ କାର୍ଯ୍ୟକତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।