ମାସକର ଝିଅକୁ ବିକିଦେଲେ ବାପା-ମା’: କାରଣ ଜାଣିଲେ ଉଡିଯିବ ହୋଶ୍‌

ଭଣ୍ଡାରିପୋଖରୀ,୧୪।୧(ରାଜେନ୍ଦ୍ର ଶତପଥୀ):ଋଣ ଶୁଝିବା ପାଇଁ ନିଜ ମାସକର ଝିଅକୁ ଅନ୍ୟକୁ ବିକ୍ରି କରିଦେଲେ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବୟାବନାପୁର ଗ୍ରାମରେ। ଏ ସମ୍ପର୍କରେ ଶିଶୁକନ୍ୟାଙ୍କ ଜେଜେମା ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ୩୫ହଜାର ଟଙ୍କାରେ ଝିଅକୁ ବିକ୍ରି କରିଥିବା ନେଇ ଦମ୍ପତି ମଧ୍ୟ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶିଶୁକନ୍ୟାର ଜେଜେମା’ ସାବିତ୍ରୀ ଦାସ ଅଭିଯୋଗରେ
ଦର୍ଶାଇଛନ୍ତି ଯେ, ସୋମବାର ସକାଳ ସାଢ଼େ ୯ଟା ବେଳେ ତାଙ୍କ ପୁଅ ସିପୁ ଓ ବୋହୂ ରୀନା ମାସକର ଶିଶୁକନ୍ୟାକୁ ନେଇ ଘରୁ ବାହାରି ଯାଇଥିଲେ। ରାତି ୮ଟା ବେଳକୁ ପୁଅବୋହୂ ଘରକୁ ଫେରିଥିବା ବେଳେ ତାଙ୍କ ନାତୁଣୀ ସାଙ୍ଗରେ ନ ଥିଲା। ସେ ନାତୁଣୀ ସମ୍ପର୍କରେ ପୁଅବୋହୂଙ୍କୁ ପଚାରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ। ତାଙ୍କ ଘରେ ବୋହୂ ରୀନାଙ୍କ ମା’(ସମୁଦୁଣୀ) ରହୁଛନ୍ତି। ପୁଅବୋହୂ ଓ ସମୁଦୁଣୀ ମିଳିତ ଭାବେ ଷଡ଼ଯନ୍ତ୍ର କରି ନାତୁଣୀକୁ ବିକ୍ରି କରିଛନ୍ତି କିମ୍ବା ମାରି ଦେଇଛନ୍ତି ବୋଲି ସନ୍ଦେହ କରି ସେ ଥାନାରେ ଅଭିଯୋଗ କରିଥିବା ସାବିତ୍ରୀ କହିଛନ୍ତି। ଏନେଇ ଏକ ମାମଲା(ନଂ.୧୭/୨୬) ରୁଜୁ କରାଯାଇ ଶିଶୁକନ୍ୟାକୁ ଉଦ୍ଧାର ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ବୋଲି ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ଭାଜପା ନେତାଙ୍କ ଘରେ ଲାଗିଲା ନିଆଁ: ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୪।୧:ବରିଷ୍ଠ ଭାଜପା ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ଘରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।...

ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେବା ପଡିଲା ମହଙ୍ଗା: ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କଲେ ହାଇକୋର୍ଟ

ମୋହନା, ୧୪ା୧(ମନ୍ମଥ ମିଶ୍ର): ଗତ ପଞ୍ଚାୟତ ନିର୍ବାଚନରେ ଭୁଲ୍‌ ତଥ୍ୟ ଦେଇ ସରପଞ୍ଚ ରୂପେ ନିର୍ବାଚିତ ହୋଇଥିବାରୁ ଏହାର ପ୍ରତିବାଦରେ ପ୍ରତିଦ୍ୱନ୍ଦ୍ୱୀ କୈଳାସି ମାଝୀ ୨୦୨୨ରେ...

ପରିଣାମ ଭୋଗିବ…ଏହି ଦେଶକୁ ଖୋଲା ଧମକ ଦେଲେ ଟ୍ରମ୍ପ, ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୧୪।୧: ଇରାନରେ ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇରାନ ସରକାର ନିଜ...

ଏହି ସ୍ଥାନକୁ ଗଲେ ହୁଏ ସନ୍ତାନପ୍ରାପ୍ତି : ମକର ସଂକ୍ରାନ୍ତିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ କୁଣ୍ଡରେ…

ଖୋର୍ଦ୍ଧା,୧୪।୧(ପ୍ରଭାତ ପାଣିଗ୍ରାହୀ): ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ...

ଖୁସି ଖବର: ଭାରତ ଉପରୁ ଟାରିଫ୍‌ ହଟାଇବେ ଟ୍ରମ୍ପ! ମିଳିଲା ସିଗ୍‌ନାଲ୍‌

ଓ୍ବାଶିଂଟନ୍‌,୧୪।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରୁବିଓଙ୍କ ସହ ଫୋନରେ କଥା ହୋଇଛନ୍ତି। ଏକ ଇମେଲ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି,...

ରାଇକିଆ ରାଜନୀତିରେ ନୂଆ ସମୀକରଣ: ବିଜେଡି ଛାଡି ଭାଜପାରେ ଯୋଗ ଦେଲେ ବ୍ଳକ ଅଧ୍ୟକ୍ଷା, ସରପଞ୍ଚଙ୍କ ସହ…

ରାଇକିଆ, ୧୪।୧(ପ୍ରଦୀପ ବେହେରା): ରାଇକିଆ ରାଜନୀତିରେ ମଙ୍ଗଳବାର ନୂଆ ସମୀକରଣ ଦେଖିବାକୁ ମିଳିଛି । ହରି ଓମ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଆତ୍ମ ନିର୍ଭର ଭାରତ...

ପ୍ରସ୍ତାବିତ ଗ୍ୟାସ୍‌ ପାଇପ୍‌ ଲାଇନକୁ ବିରୋଧ

ନୂଆପଡ଼ା, ୧୪।୧ (ମକାରୁ ବେମାଲ): ଛତିଶଗଡ଼ର ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଏଚ୍‌ପିସିଏଲ୍‌ ଗ୍ୟାସ୍‌ ପାଇପ୍‌ ଲାଇନ ପ୍ରକଳ୍ପକୁ ନୂଆପଡ଼ା ବ୍ଲକରେ ବିରୋଧ କରାଯାଇଛି। ମଙ୍ଗଳବାର ନୂଆପଡା...

ସୋର୍ସ କୋଡ୍‌

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ପ୍ରଯୁକ୍ତିସମ୍ପନ୍ନ ଯୁଗରେ ଡାଟା ବା ତଥ୍ୟ ନୂଆ ଇନ୍ଧନ ଭାବେ ବିବେଚନା କରାଯାଉଛି। କୁହାଯାଉଛି ଯାହା ପାଖରେ ଯେତେ ତଥ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri