ରାଜଧାନୀରେ ୫ ବର୍ଷୀୟା ଝିଅଙ୍କୁ ବିକିଦେଲେ ମା’ ବାପା: ମଧ୍ୟସ୍ଥିଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୨୮ା୧୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ଶିଶୁପାଳଗଡ଼ ବଡ଼ଟାଙ୍ଗୀରେ ରହୁଛନ୍ତି ଶିଶୁକନ୍ୟାଙ୍କ ମା’ ଗୁଡ଼ିଆ ଦେବୀ ଏବଂ ସାବତ ବାପା ସୁବୋଧ ଶର୍ମା। ସେମାନଙ୍କ ଘର ବିହାରରେ ହୋଇଥିବାବେଳେ ଭୁବନେଶ୍ୱରରେ ସୁବୋଧ ଏକ କାଠ କାରଖାନାରେ କାମ କରନ୍ତି। ସେମାନେ ପିପିଲି ଅଞ୍ଚଳର ଦମ୍ପତି ରଘୁନାଥ ବେହେରା ଓ ପ୍ରିୟଦର୍ଶିନୀ ବେହେରାଙ୍କୁ ଶିଶୁକନ୍ୟାଙ୍କୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏଥିରେ ମଧ୍ୟସ୍ଥ ସାଜିଥିଲେ ଧଉଳି ଶିଶୁପାଳଗଡ଼ର ପ୍ରଶାନ୍ତ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ରଶ୍ମିରେଖା ସାହୁ, ଜଲି ଲେଙ୍କା। ଏନେଇ ଅଭିଯୋଗ ହେବାପରେ ବଡ଼ଗଡ଼ ପୋଲିସ ଉପରୋକ୍ତ ୭ଜଣଙ୍କୁ ଗିରଫ କରିଛି। ତେବେ ୫ବର୍ଷ ଶିଶୁକନ୍ୟାଙ୍କୁ କାହିଁକି ମା’ବାପା ବିକ୍ରି କଲେ ତାହାର ଠିକ୍‌ କାରଣ ଜଣାପଡ଼ିଛି। ନ ଥିବାବେଳେ ଅର୍ଥାଭାବ କିମ୍ବା ପାରିବାରିକ କଳହରୁ ଏଭଳି କରାଯାଇଥାଇପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି -୪ କୋର୍ଟକୁ ଚାଲାଣ କରିଥିଲା। ସେଠାରେ ଜାମିନ ନ ମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଚାଇଲ୍‌ଡ ଲାଇନ୍‌ ଜରିଆରେ ଉକ୍ତ ଶିଶୁକନ୍ୟାକୁ ଆଇଗିଣିଆସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ରଖାଯାଇଛି।
ମିଳିଥିବା ସୂଚନାନୁସାରେ, ଗୁଡ଼ିଆଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ସୁବୋଧଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଫଳରେ ସୁବୋଧ ସ୍ତ୍ରୀ ଗୁଡ଼ିଆ ଏବଂ ସାବତ ଝିଅକୁ ନେଇ ବଡ଼ଟାଙ୍ଗୀ ସାହିରେ ଭଡ଼ାରେ ରହୁଥିଲେ। ସୁବୋଧ ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣିରେ ଥିବା ଏକ କାଠ କାରଖାନାରେ କାମ କରି ପରିବାର ଚଳାନ୍ତି। ହେଲେ ଶିଶୁକନ୍ୟାଟି ଗୁଡ଼ିଆଙ୍କ ପ୍ରଥମ ସ୍ବାମୀଙ୍କ ଛୁଆ ହୋଇଥିବାରୁ ସୁବୋଧ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଘରେ ବିଭିନ୍ନ ସମୟରେ କଳହ କରୁଥିଲେ। ଏପରିକି ଝିଅକୁ ଅନାଥାଶ୍ରମରେ ରଖିବାକୁ ସୁବୋଧ ନିଷ୍ପତ୍ତି ନେଇଥିଲେ। ହେଲେ ସେଥିରେ ସଫଳ ହୋଇ ନ ପାରିବାରୁ ସ୍ତ୍ରୀ ଗୁଡ଼ିଆଙ୍କ ପ୍ରରୋଚନାରେ ଝିଅକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଏନେଇ ସେମାନଙ୍କ ଘର ପାଖରେ ରହୁଥିବା ଜଲିଙ୍କୁ କହିଥିଲେ। ଜଲି ସେଇ ସାହିରେ ରହୁଥିବା ରଶ୍ମିରେଖା ଓ ତାଙ୍କ ସ୍ବାମୀ ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରିଥିଲେ। ପରେ ନିଃସନ୍ତାନ ଥିବା ପୁରୀ ଜିଲା ପିପିଲି ଅଞ୍ଚଳର ରଘୁନାଥ ଓ ତାଙ୍କ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲା। ଜଲିଙ୍କ କଥାରେ ପିପିଲିର ରଘୁନାଥ ଏବଂ ତାଙ୍କ ସ୍ତ୍ରୀ ଭୁବନେଶ୍ୱର ଆସିଥିଲେ। ଏପଟେ ପ୍ରଶାନ୍ତ ଓ ତାଙ୍କ ସ୍ତ୍ରୀ ରଶ୍ମିରେଖା ମଧ୍ୟସ୍ଥ ସାଜି ସୁବୋଧ ଏବଂ ଗୁଡ଼ିଆଙ୍କୁ ଶିଶୁ ବିକ୍ରି ନିମନ୍ତେ ପ୍ରବର୍ତ୍ତାଇଥିଲେ। ପ୍ରଶାନ୍ତ, ରଶ୍ମିରେଖା ଏବଂ ଜଲି ପ୍ରଥମେ ରଘୁନାଥଙ୍କୁ ଫୋନ କରି ୬୦ ହଜାରରେ ଝିଅ ବିକ୍ରି ସମ୍ପର୍କରେ କଥା ହୋଇଥିଲେ। ବହୁ ମୂଲଚାଲ ପରେ ୪୦ ହଜାର ଟଙ୍କାରେ ଡିଲ୍‌ ହେବାପରେ ସୁବୋଧ ଏବଂ ଗୁଡ଼ିଆ ପିପିଲିର ଦମ୍ପତିଙ୍କ ହାତକୁ ଶିଶୁକନ୍ୟାକୁ ଟେକି ଦେଇଥିଲେ। ସେମାନେ ଶିଶୁକନ୍ୟାକୁ ନେଇ ପିପିଲି ଯାଉଥିଲେ। ସେପଟେ କାଠ କାରଖାନା ମାଲିକ କୌଣସିମତେ ଖବରପାଇ ସୁବୋଧ ଓ ତାଙ୍କ ସ୍ତ୍ରୀଙ୍କୁ ପଚାରିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ନ ଦେବାରୁ କାଠ କାରଖାନା ମାଲିକ ସନ୍ଦେହ କରି ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ପ୍ରଥମେ ସୁବୋଧ ଓ ତାଙ୍କ ସ୍ତ୍ରୀଙ୍କୁ ଉଠାଇ ଆଣି ପଚରାଉଚରା କରୁଥିବାବେଳେ ଅନ୍ୟ ଏକ ଟିମ୍‌ ତୁରନ୍ତ ପିଛା କରି ପୁରୀ-ପିପିଲି ରାସ୍ତାର ଅଧାବାଟରୁ ଶିଶୁକନ୍ୟାଙ୍କୁ ଉଦ୍ଧାର କରିବା ସହ ପିଲାକୁ ନେଉଥିବା ଦମ୍ପତିଙ୍କୁ ଥାନାକୁ ଆଣିଥିଲା। ଏହାପରେ ଦମ୍ପତିଦ୍ୱୟ ମଧ୍ୟସ୍ଥଙ୍କ ଜରିଆରେ ଏହି କାମ କରିଥିବା କହିବା ପରେ ପୋଲିସ ଜଲି, ପ୍ରଶାନ୍ତ ଓ ରଶ୍ନିରେଖାଙ୍କୁ ମଧ୍ୟ ଥାନାକୁ ଆଣି ଜେରା କରିବାରୁ ସବୁ ଦୋଷ ସେମାନେ ସ୍ବୀକାର କରିଥିଲେ। ପୋଲିସ ସେମାନଙ୍କଠାରୁ ୧୫ ହଜାର ଟଙ୍କା ଓ ବିକ୍ରିର ଏକ କାଗଜପତ୍ର ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri