ତିନି ଶିଶୁଙ୍କୁ ମନ୍ଦିର ଆଗରେ ଛାଡ଼ି ପଳାଇଲେ

ବଡ଼ବିଲ,୧୧ା୮(ଦେବପ୍ରିୟ ରଣା):ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କୁ ଅନାଥ କରିବାକୁ ପଛାଉନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳରେ ଦେଖିବାକୁ ମିଳିଛି। ଜନ୍ମକଲା ମା’ବାପା ନିଜର ୩ ଶିଶୁଙ୍କୁ ବଡ଼ବିଲସ୍ଥିତ ହରିହର ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ ଶିଶୁଙ୍କ କ୍ରନ୍ଦନ ଶୁଣି ମନ୍ଦିରର କର୍ମଚାରୀ ସଞ୍ଜିତ ସେମାନଙ୍କ ପରିଚୟ ପଚାରି ବୁଝିଥିଲେ। ୩ ଶିଶୁଙ୍କ ମଧ୍ୟରୁ ୨ ଜଣ ୯ ଓ ୬ବର୍ଷର ଶିଶୁକନ୍ୟା ଏବଂ ୩ ବର୍ଷୀୟ ପୁତ୍ର ସନ୍ତାନ ରହିଛନ୍ତି। ସେମାନଙ୍କ ଘର ପାଲହଟିଂ ଅଞ୍ଚଳରେ କହିଥିବା ବେଳେ ସେମାନଙ୍କ ମା’ ସତୀ ଏବଂ ବାପା ମୁନ୍ନା ସିଂ ସେମାନଙ୍କୁ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛାଡ଼ିଦେଇ ପଳାଇଥିବା କହିଥିଲେ। ଗଲାବେଳେ ଶିଶୁମାନଙ୍କ ସହ ଏକ ଲୁଗା ଭର୍ତ୍ତି ବ୍ୟାଗ ମଧ୍ୟ ଛାଡ଼ିଯାଇଥିବା ଜଣାପଡ଼ିଛି। ଶିଶୁମାନଙ୍କୁ ନିଷ୍ଠୁରତାର ସହ ଘରକୁ ନ ଫେରିବାକୁ ତାଗିଦା କରିବା ସହ ଫେରିଲେ ହତ୍ୟା ଧମକ ଦେଇଥିବା ଶିଶୁମାନେ କହିଥିଲେ। ତେବେ ମନ୍ଦିର କର୍ମଚାରୀ ୩ ଶିଶୁଙ୍କୁ ମନ୍ଦିର ଭିତରକୁ ନେଇ ଖାଇବାକୁ ଦେଇ ସକାଳ ହେବା ପର୍ଯ୍ୟନ୍ତ ମା’ବାପାଙ୍କ ଆସିବା ନିମନ୍ତେ ଅପେକ୍ଷା କରିଥିଲେ। ଗୁରୁବାର ସକାଳେ କେହି ନେବାକୁ ନ ଆସିବାରୁ ମନ୍ଦିର କର୍ତ୍ତୃପକ୍ଷ ବଡ଼ବିଲ ପୋଲିସକୁ ଅବଗତ କରିଥିଲେ। ପୋଲିସ ପହଞ୍ଚତ୍ ୩ ଶିଶୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଚାଇଲ୍ଡ ଲାଇନକୁ ଖବର ଦେବା ସହ ନିଷ୍ଠୁର ମା’ବାପାଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ବଡ଼ବିଲ ଥାନା ଇନ୍ସପେକ୍ଟର ପ୍ରମୋଦିନୀ ସାହୁ କହିଛନ୍ତି, ପାଲହଟିଂରେ ସେହି ନାମଧାରୀ କେହି ବ୍ୟକ୍ତି ନ ଥିବା ଜଣାପଡ଼ିଛି। ଚାଇଲ୍ଡ ଲାଇନ୍‌କୁ ଶିଶୁମାନଙ୍କ ଉଦ୍ଧାର ନେଇ ଖବର ଦିଆଯାଇଛି। ସେମାନେ ଆସି ନ ଥିବାରୁ ଶିଶୁଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତିରେ ଦିନକ ପାଇଁ ରଖାଯାଇଛି। ଶିଶୁମାନଙ୍କ ମା’ବାପାଙ୍କର କିଛି ଖୋଜ ଖବର ମିଳିପାରିନାହିଁ। ମା’ବାପାଙ୍କର କୌଣସି ପତ୍ତା ନ ମିଳିଲେ ଶୁକ୍ରବାର ସିଡବ୍ଲ୍ୟୁସି (ଚାଇଲ୍ଡ ୱେଲଫେୟାର କମିଟି)କୁ ହସ୍ତାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri