ପୁଅର ଚିକିତ୍ସା ପାଇଁ ମା’ବାପାଙ୍କ ନିବେଦନ

କାଏମା,୧।୧୧ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡ଼ା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ତରାଇ(୨୦) ବଜ୍ରପାତରେ ଗୁରୁତର ହୋଇ ୪୦ଦିନରୁ ଅଧିକ ହେବ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟକାର୍ଡରେ ଥିବା ଟଙ୍କା ସରିଲାଣି। ହେଲେ ତାଙ୍କ ଦେହ ଠିକ୍‌ ହୋଇ ପାରୁନାହିଁ। ତେଣୁ ବାପା ବଟକୃଷ୍ଣ ଓ ମା’ ବାସନ୍ତୀ ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ନିକଟରେ ନିବେଦନ କରିଛନ୍ତି।
ସେପ୍ଟେମ୍ବର ୧୮ତାରିଖ ଅପରାହ୍ନ ୫ଟାରେ ବର୍ଷା ଛାଡ଼ିଯିବା ପରେ ମନୋଜ ଓ ତାଙ୍କ ସାଙ୍ଗ ମନୋରଞ୍ଜନ ନାୟକ ଗ୍ରାମ ପାଖ ବିଲ ପାଟ ଆଡ଼କୁ ଯାଇ ବସି କଥା ହେଉଥିଲେ। ଏହି ସମୟରେ ଅଚାନକ ବଜ୍ରପାତ ହୋଇଥିଲା। ଫଳରେ ଉଭୟେ ସେଠାରେ ପଡ଼ି ଯାଇଥିଲେ। ଏହାଦେଖି ଜଣେ ସ୍ଥାନୀୟ ବାସିନ୍ଦା ଦୌଡ଼ି ଯାଇ ସେମାନଙ୍କ ପାଖରେ ପହଞ୍ଚିଥିଲେ। ମନୋଜଙ୍କ ମୁଣ୍ଡ ଫାଟି ରକ୍ତ ବହୁଥିଲା। ମନୋରଞ୍ଜନ ଅଚେତ ଅବସ୍ଥାରେ ଥିଲେ। ପାଖରେ ସେମାନଙ୍କ ମୋବାଇଲ ଫୋନ୍‌ ଭାଙ୍ଗିରୁଜି ପଡ଼ିଥିଲା। ସମ୍ପୃକ୍ତ ବ୍ୟକ୍ତି ଏହା ଦେଖି ଲୋକଙ୍କୁ ଡାକ ପକାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଭୟଙ୍କୁ ମେଡିକାଲକୁ ନିଆଯାଇଥିଲା। ମେଡିକାଲରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇ ଯାଇଥିଲା। ମନୋଜଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେବେଠୁ ମନୋଜ ଚିକିତ୍ସାଧୀନ ଅଛନ୍ତି। ମନୋଜଙ୍କ ବାପା ବଟକୃଷ୍ଣ ଜଣେ ଦିନ ମଜୁରିଆ। ତାଙ୍କର ତିନି ଝିଅ ଓ ଜଣେ ପୁଅ। କିଛି ଦିନ ହେବ ଜଣେ ଝିଅଙ୍କ ବାହାଘର ହୋଇଛି। ବଟକୃଷ୍ଣ ଧାରଉଦ୍ଧାର କରି ଝିଅ ବାହାଘର କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଧାର ଟଙ୍କା ସୁଝିପାରିନାହାନ୍ତି ବୋଲି କହିଛନ୍ତି। ସେହିପରି ପୁଅକୁ ଝୁରିଝୁରି ବାସନ୍ତୀଙ୍କ ଦେହ ଠିକ ରହୁନାହିଁ। ତେଣୁ ପୁଅର ଚିକିତ୍ସା ପାଇଁ ବଟକୃଷ୍ଣ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଗଲେ ପୁଅର ଚିକିତ୍ସା ହୋଇ ପାରିବ ବୋଲି ବଟକୃଷ୍ଣ ଓ ବାସନ୍ତୀ କହିଛନ୍ତି। ତେଣୁ ଏ ଦିଗରେ ଜିଲାପାଳ ଦୃଷ୍ଟିଦେବାକୁ ସେମାନେ ନିବେଦନ କରିଛନ୍ତି। ସେହିପରି ଏହି ପରିବାରକୁ ପ୍ରଶାସନ ସହାୟତା ଯୋଗାଇକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri