ବସ୍ତା,୨୨ା୯(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମହାଦେବସରାଇ ଗ୍ରାମରେ ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମା-ବାପାଙ୍କ ମୃତ୍ୟୁ ହେବା ସହ ଝିଅ ଗୁରୁତର ହେବା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନାନୁସାରେ, ରବିବାର ରାତିରେ ଖାଇସାରିବା ପରେ ଶୋଇବାକୁ ଯାଇଥିବା ବେଳେ ହଠାତ୍ ପ୍ରାୟ ରାତି ଗୋଟାଏ ସମୟରେ କାନ୍ଥ ଭୁଶୁଡ଼ି ସ୍ବାମୀ ପିଠ ମୁର୍ମୁ ଏବଂ ସ୍ତ୍ରୀ ମିନତୀ ମୁର୍ମୁଙ୍କ କାନ୍ଥ ତଳେ ଚାପି ହୋଇ ଯାଇଥିବାବେଳେ ଝିଅ ଲକ୍ଷ୍ମୀ ମୁର୍ମୁ ୧୨ ବର୍ଷ ଗୁରୁତର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ସ୍ବାମୀ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି।