ପ୍ରମାଣ ଅଭାବରୁ ମା’ବାପା ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୫ା୧୧: ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମରେ ହୋଇଥିବା ଏକ ବହୁଚର୍ଚ୍ଚିତ ଅନର କିଲିଂ ମାମଲାର ସୋମବାର ଶୁଣାଣି ହୋଇଥିଲା। ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ)-୧ ସଂଘମିତ୍ରା ଶର୍ମା ପ୍ରମାଣ ଅଭାବରୁ ଉକ୍ତ ମାମଲାରୁ ବାପାମା’ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ନିର୍ଦ୍ଦୋଷ ବ୍ୟକ୍ତି ହେଲେ ବାପା ସେରା ଜେନା ଓ ମା’ ରୁନୁ ଜେନା ବୋଲି ତାଙ୍କ ଓକିଲ ପ୍ରଭାକର ସାବତ କହିଛନ୍ତି।
ଅନୁସାରେ, ସଦର ଥାନା ଅନ୍ତର୍ଗତ କାଉଖତ କେନାଲରୁ ୨୦୧୬ ଅଗଷ୍ଟ ୪ରେ ଜଣେ ନାବାଳିକାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଥିଲା। ଏ ନେଇ ପୋଲିସ ନଂ.୧୪/୧୬ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଗୌତମୀ ଗ୍ରାମର ସେରାଙ୍କ ଝିଅ ସନ୍ତୋଷିନୀ ଜେନା(୧୬) କିଛିଦିନ ହେଲା ଘରୁ ନିଖୋଜ ଥିବା ପୋଲିସ ଖବର ପାଇଥିଲା। ଅଧିକ ତଦନ୍ତ ପରେ ତାହା ସନ୍ତୋଷିନୀଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା। ପରିବାରବର୍ଗ ମଧ୍ୟ ମୃତଦେହ ଚିହ୍ନଟ କରିଥିଲେ। ପୋଲିସ ଏ ନେଇ ଅଧିକ ଖୋଳତାଡ଼ କରିବା ପରେ ସନ୍ତୋଷିନୀ ଅନର କିଲିଂର ଶିକାର ହୋଇଥିବା ଜଣାପଡ଼ିଥିଲା। ପରିବାରବର୍ଗ ତାଙ୍କ ବାହାଘର ଠିକ୍‌ କରିଥିବା ବେଳେ ସେ ବାହା ହେବାପାଇଁ ମନା କରିଥିଲେ। ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ସନ୍ଦେହକରି ସେରା ଓ ରୁନୁ ନିଜ ଝିଅକୁ ହତ୍ୟାକରି କେନାଲରେ ଫିଙ୍ଗି ଦେଇଥିଲେ।
ଘଟଣାରେ ପୋଲିସ ଉଭୟଙ୍କୁ ମାମଲା ନମ୍ବର ୧୪୬/୨୨ରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ପ୍ରାୟ ୧ ବର୍ଷ ପରେ ସେରାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ରୁନୁଙ୍କୁ ମଧ୍ୟ ବ୍ରହ୍ମପୁରର ତତ୍କାଳୀନ ଏଡିଜେ-୧ ସଞ୍ଜୟ କୁମାର ସାହୁ ଜାମିନ ଦେଇଥିଲେ। ସୋମବାର ଏହି ମାମଲାର ବିଚାର ବେଳେ ସେରା ଓ ରୁନୁଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମାମଲାର ବିଚାର ବେଳେ ୩୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ପ୍ରମାଣ ଅଭାବରୁ ଏଡିଜେ-୧ ଉଭୟଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଜ୍ଞାନେନ୍ଦ୍ର ନାଥ ଜେନା ଓ ମୁଦାଲାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଭାକର ସାବତ ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri