ଜଳ ସଂରକ୍ଷଣରେ ଉଦାହରଣ ପାଲଟିଛି ପାରସତରାଇ

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା): ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇ ଚାଲିଥିବାବେଳେ ଏହା ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏପରି ସ୍ଥିତିରେ ଛତିଶଗଡ଼ ଧାମତାରୀ ଜିଲାର ଏକ ଛୋଟ ଗାଁ ପାରସତରାଇ ଜଳ ସଂରକ୍ଷଣ କ୍ଷେତ୍ରରେ ଉଦାହରଣ ପାଲଟିଛି। ମରୁଡ଼ି ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ ଦ୍ୱାରା କୃଷି କ୍ଷେତ୍ର ଶସ୍ୟ ଶ୍ୟାମଳା ହୋଇପାରୁଛି। ରାୟପୁରରୁ ୮୦ କିମି ଦକ୍ଷିଣରେ ଅବସ୍ଥିତ ଏହି ଗାଁର କୃଷକ କେବଳ ଜଳସଂରକ୍ଷଣ ନୁହେଁ, ବରଂ ବର୍ଷକରେ ଏକାଧିକ ଫସଲ ଉପତ୍ାଦନ କରି ସବୁଜ ବିପ୍ଳବ କ୍ଷେତ୍ରରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ସ୍ଥାନୀୟ କୃଷକଙ୍କ କୃତିତ୍ୱକୁ ନେଇ ଅକ୍ଟୋବର ୫ ଓ ୬ ତାରିଖରେ ଛତିଶଗଡ଼ର ରବିଶଙ୍କର ସାଗର ବା ଗ୍ୟାଙ୍ଗରେଲ୍‌ ଡ୍ୟାମ୍‌ ଅଞ୍ଚଳରେ ୨ ଦିନିଆ ଅନ୍ତର୍ଜାତୀୟ ଜଳ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି।
୨୦୨୨ ମସିହାରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ସମ୍ପୃକ୍ତ ଅଞ୍ଚଳରେ ଜଳ ଅଭାବ ଚିହ୍ନଟ ହୋଇଥିଲା। ୪ଟି ଡ୍ୟାମ୍‌ ଘେରି ରହିଥିଲେ ମଧ୍ୟ ସମ୍ପୃକ୍ତ ସ୍ଥାନରେ ଜଳସ୍ତର ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଉଭୟ ରବି ଓ ଖରିଫ ଋତୁରେ କେବଳ ଧାନ ଚାଷ ପରିବର୍ତ୍ତେ ଅନ୍ୟ ଫସଲ କରିବାକୁ ଧାମତରୀ ପ୍ରଶାସନ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ କୃଷକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଫଳରେ କୃଷକମାନେ ଖରିଫ ଋତୁରେ ଧାନଚାଷ ଓ ରବି ଋତୁରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ କରିବା ଆରମ୍ଭ କରିଥିଲେ। ଏହି ଚାଷରେ ଅପେକ୍ଷାକୃତ କମ୍‌ ଜଳର ଆବଶ୍ୟକତା ହେଉଥିବାରୁ ଜଳ ସଂରକ୍ଷଣର ଏହା ଅନ୍ୟତମ ମାଧ୍ୟମ ପାଲଟିଥିଲା। ଏହାସହ ନଳକୂପ ଖନନ ହ୍ରାସ କରାଯିବା ସହ ବର୍ଷାଜଳ ଅମଳକୁ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ବେଆଇନ ଗଛ କଟା ରୋକିବା ପାଇଁ ଗଛଗୁଡିକୁ ନମ୍ବରିଂ କରାଯିବା ସହ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କ ସରକାର ଜଳ ଜାଗର ଅଭିଯାନକୁ ତ୍ୱରାନ୍ବିତ କରିଥିଲା।
ସୂଚନା ଥାଉକି, ପରାସତରାଇ ଗ୍ରାମରେ ୩୦୦ ପରିବାରର ପ୍ରାୟ ୧୫୦୦ ଲୋକ ବସବାସ କରନ୍ତି। ସରକାରୀ ଯୋଜନା ଲାଭ ଉଠାଇବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଦ୍ୱାରା ପ୍ରୋତ୍ସାହିତ କରାଯାଉଛି। ସେହିପରି ରବି ଋତୁରେ କୌଣସି କୃଷକ ଧାନ ଚାଷ କଲେ ତାଙ୍କୁ ଏକର ପିଛା ୨୭ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ସେହିପରି ରବି ଋତୁରେ ଧାନବିଲରୁ ପାଣି ଯାଇ କୌଣସି ଚାଷୀଙ୍କ ତୈଳବୀଜ କିମ୍ବା ଡାଲିଜାତୀୟ ଫସଲ ବିଲରେ ପ୍ରବେଶ କଲେ ଅତିରିକ୍ତ ୩୭ ହଜାର ଟଙ୍କା ଜରିମାନା ହୋଇଥାଏ। ପରାସତରାଇର ଏପରି ଜଳସଂକ୍ଷଣ ଓ ଚାଷପ୍ରକିୟାକୁ ଆଖପାଖର ରଣଓ୍ବା, ଖରତୁଳି, ପୋଟିୟାଡିହ, ଲୋହର୍ସି, ବାଗତରାଇ ଆଦି ଗାଁ ଅନୁସରଣ କରୁଥିବା ସ୍ଥାନୀୟ ସରପଞ୍ଚ ପରମାନନ୍ଦ ଆଦିଲ କହିଛନ୍ତି। ପରାସତରାଇର ଏହି ସଫଳତା ଶ୍ରେୟ ସମ୍ପୂର୍ଣ୍ଣ ଭାବେ ଗ୍ରାମବାସୀଙ୍କର ବୋଲି ଧାମତାରୀ ଜିଲାପାଳ ନମ୍ରତା ଗାନ୍ଧୀ କହିଛନ୍ତି। ବର୍ତ୍ତମାନ ଏହି ଗାଁରେ ମା’ ପାଇଁ ଗଛଟିଏ ଅଭିଯାନରେ ଚାରାରୋପଣକୁ ବ୍ୟାପକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri