ପାଣି ପାଇଁ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ; ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପାଣି ସମସ୍ୟା

ଗଜପତି,୪।୩(ଗିରିଧାରୀ ପରିଛା): ସରକାର ଘରେ ଘରେ ପାଇପ୍‌ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ହେଲେ ଦୀପତଳ ଅନ୍ଧାର ଭଳି ଦେଖିବାକୁ ମିଳିଛି ଗଜପତି ଜିଲା ଗୁମ୍ମା ପଞ୍ଚାୟତ ଅଧିନସ୍ତ ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଥିବା କୃଷ୍ଣଚନ୍ଦ୍ର ପୁର ଗ୍ରାମରେ। ମାସମାସ ହେଲା ପାଇପ୍‌ଯୋଗେ ପାନୀୟଜଳ ଯୋଗାଣରେ ସମସ୍ୟା ଯୋଗୁଁ ଗ୍ରାମବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେଣୁ ମଙ୍ଗଳବାର କୃଷ୍ଣଚନ୍ଦ୍ର ପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଲୋକେ ଗରା, ମାଠିଆ ଧରି ରାସ୍ତାରେ ବସି ରହିବାରୁ ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ଅଟକି ରହିଥିଲା ଯାହାଫଳରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା।

ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଗ୍ରାମରେ ଦୁଇଟି ପାଣି ଟେଙ୍କ ଦ୍ଵାରା ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ କରାଯାଉଛି। କିନ୍ତୁ କିଛି ମାସ ହେଲା ଜଳ ଯୋଗାଣ ସଠିକ୍‌ ଭାବେ ହେଉନାହିଁ। କେଉଁଦିନ ଅଳ୍ପ ସମୟ ପାଇଁ ପାଣି ଆସୁଛି ତ ଆଉ କେଉଁଦିନ ଆଦୌ ପାଣି ଆସୁନାହିଁ। ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସକାଳେ ରାସ୍ତା ଅବରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri