ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ: ଧର୍ମେନ୍ଦ୍ର

ପାରାଦୀପ, ୨୪।୧୨(ଶରତ ରାଉତ):ପୂର୍ବୋଦୟରୁ ଭାରତର ବିକାଶ ହେବ। ଏହାର ପ୍ରକୃଷ୍ଟ ସ୍ଥାନ ହେଉଛି ପାରାଦୀପ। ରାଜ୍ୟ ଓ ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ। ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ପାରାଦୀପର ନାମ ଅଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ପାରାଦୀପର ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଛନ୍ତି। ସ୍ଥାନୀୟ ଜୟଦେବ ସଦନ ଆଗରେ ପାରାଦୀପ ଭାଜପା ପକ୍ଷରୁ ଆୟୋଜିତି ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ସବୁ ଆଗଧାଡ଼ିର ନେତା ଓ କର୍ମୀମାନେ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ, ଏକଦା ଜଗତ୍‌ସିଂହପୁର ଜିଲାର ଅନ୍ୟ ଦଳ ନେତାମାନେ କହୁଥିଲେ, ଲୁଣି ପାଣିରେ ପଦ୍ମ ଫୁଟିବ ନାହିଁ। ଏ କଥା କହିବା ପରେ ପ୍ରଥମେ ଆମେ ଦୁଇଟି ଜିଲା ପରିଷଦ ଜିତିଥିଲୁ। ଏବେ ପାରାଦୀପର ବିଧାୟକ ହୋଇଛନ୍ତି ଏ ଅଞ୍ଚଳର ପୁଅ ସମ୍ପଦ ଚନ୍ଦ୍ର ସ୍ବାଇଁ। ଡବଲ୍‌ ଇଞ୍ଜିନ ସରକାରରେ ସେ ଡ୍ରାଇଭର ଭଳି କାମ କରୁଛନ୍ତି। ଶିଳ୍ପାୟନକୁ ବଢାଇବା ପାଇଁ ସମ୍ପଦ କାର୍ଯ୍ୟ କରିବେ। ଏକଦା ତିର୍ତ୍ତୋଲ ସୂତାକଳ ରାଜ୍ୟର ପ୍ରମୁଖ ଥିଲା। ତାହା ବନ୍ଦ ଅଛି। ଏବେ ପାରାଦୀପରୁ ସୂତା ଉତ୍ପାଦନ ହେବ ଏବଂ ତାହା ଭାରତକୁ ଯୋଗାଇବ। ୬୧ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୫୦୦ ଉଦ୍ୟୋଗ ତିଆରି ହେବ। ଓଡ଼ିଆ ଯୁବକ କାରଖାନାର ମାଲିକ ସାଜିବେ। ପାରାଦୀପ ହେବ ଓଡ଼ିଶାର ପ୍ରୟୋଗଶାଳା। ଓଡ଼ିଶାର ଦରିଦ୍ରତା ସରକାରଙ୍କୁ ସୁହାଉଥିଲା। ଏବେ ଡବଲ୍‌ଇଞ୍ଜିନ ସରକାର ଦାରିଦ୍ର୍ୟ ଦୂରୀକରଣ କରିବ। ଏଥିପାଇଁ ଜଗତ୍‌ସିଂହପୁର ଜିଲାର ୩ ଜଣ ଲୋକ ପ୍ରତିନିଧି ନିଷ୍ଠାର ସହିତ କାମ କରିବେ ବୋଲି ଦୃଢ଼ ବିଶ୍ୱାସ ରହିଛି। ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କା ରଖାଯାଇଛି। ଆମେ ଜଗତ୍‌ସିଂହପୁର ଜିଲାରୁ ଦୁଇଟି ଆସନ ପାଇଛୁ। ବାଲିକୁଦା-ଏରସମା ଓ ତିର୍ତ୍ତୋଲରୁ ଅଳ୍ପକେ ବଞ୍ଚତ୍ତ ହୋଇଗଲୁ। ଆରଥରକୁ ନିଶ୍ଚିତ ଜିତିବୁ। ଏଥିପାଇଁ ନେତା ଓ କର୍ମୀ ପୁରୁଣାଙ୍କ ପ୍ରତି ସମ୍ମାନ ଦେବା ସହ ନୂତନ କର୍ମୀ ସୃଷ୍ଟି କରନ୍ତୁ। ଦଳ ପାଇଁ ଆଦର୍ଶ ନୂଆ କର୍ମୀ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସ୍ବାଇଁଙ୍କ ସମେତ ଜଗତ୍‌ସିଂହପୁର ଏମ୍‌ପି ବିଭୁପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାଶ, ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ସତ୍ୟସାରଥି ମହାନ୍ତି, ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା, ଜିଲା ଭାଜପା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ରାଜ୍ୟରେ ଭାଜପା ସରକାର ଆସିବା ପରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି ଏବଂ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଦିଗ୍‌ଦର୍ଶନରେ ବିକାଶର ଧାରା ଆରମ୍ଭ ହୋଇଛି ବୋଲି ନେତା ଓ କର୍ମୀମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?