‘ଭୁବନେଶ୍ୱର ଚାଲ’ରୁ ଦୂରେଇ ରହିଲେ ପାରାଦୀପ ନଗର ସଭାପତି

ପାରାଦୀପ,୭।୧(ଶରତ ରାଉତ):ଜଗତ୍‌ସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀରେ ବିଜେଡି ରାଜନୀତି କ୍ରମଶଃ ବିବାଦୀୟ ହେବାରେ ଲାଗିଛି। ୨୦୧୯ରୁ ଚାଲି ଆସିଥିବା ବିବାଦ ୨୦୨୪ ନିର୍ବାଚନ ପରେ ଅଧିକ ହେଲାଣି ବୋଲି ଆଲୋଚନା ହେଉଛି। ସୋମବାର ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ବିଜେଡି ଡାକରା ଦେଇଥିବା ଭୁବନେଶ୍ୱର ଚାଲ ଅଭିଯାନରେ ପାରାଦୀପ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ତାଙ୍କ ସମର୍ଥକମାନେ ଦୂରେଇ ରହିଛନ୍ତି। ସେମାନେ ରାଲିରେ ସାମିଲ ହୋଇନାହାନ୍ତି। ଅପରପକ୍ଷେ ପାରାଦୀପ ବିଜେଡି ରାଲି ନେତୃତ୍ୱ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ କଂଗ୍ରେସରୁ ଆସି ଦଳରେ ମିଶିଥିବା ଅରିନ୍ଦମ ସର୍ଖେଲ (ବାପି)ନେଇଛନ୍ତି। ସମ୍ବିତ କୁହନ୍ତି, ଆମର ନେତା ହେଲେ ନବୀନ ପଟ୍ଟନାୟକ। ତାଙ୍କ ଡାକରାରେ ଆମେ ରାଲିରେ ଯାଉଛୁ। ନିର୍ବାଚନ ପରେ ଏବେ ଦଳ ପ୍ରଥମ କରି ଲୋକଙ୍କ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଛି। ମାତ୍ର ଦଳରେ ଯେଉଁମାନେ ଢୋଲ ଭିତରେ ମୂଷା ଭଳି କାମ କରିଥିଲେ ସେମାନେ ଯାଇନାହାନ୍ତି। ଏ ସମ୍ପର୍କରେ ନଗର ସଭାପତି ବିଶ୍ୱାଳ କୁହନ୍ତି, ଦଳର କାର୍ଯ୍ୟକ୍ରମ ହୋଇଛି। ମୋର ଯିବାର ଥିଲା। ଜରୁରୀ କାମ ଯୋଗୁ ଯାଇ ପାରିନାହିଁ। ସୋମବାର ପାରାଦୀପରୁ ଯାଇଥିବା ଲୋକଙ୍କ ମଧ୍ୟରେ ସର୍ଖେଲଙ୍କ ସମର୍ଥକ ଅଧିକ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri