Posted inଜାତୀୟ

CJPର ଆନ୍ଦୋଳନ ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ: NEET ପେପର ଲିକ୍‌ ଉପରେ କହିଲେ-ଦୋଷୀଙ୍କୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ସଂସଦ ମାର୍ଚ୍ଚ ପରେ ନିଟ୍‌ (NEET) ପେପର ଲିକ୍‌ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏନଡିଏ (NDA) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାକୁ ଦିଆଯିବ ନାହିଁ। ପେପର ଲିକ୍‌ ଦୋଷୀମାନଙ୍କୁ କଠିନରୁ କଠିନତମ ଦଣ୍ଡ ଦିଆଯିବ।

ଏହା ସହିତ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ‘ମହାପାପ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ସମ୍ବେଦନଶୀଳ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍‌ ନ ହେବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟର ସହଯୋଗ ଲୋଡ଼ିଛନ୍ତି ପିଏମ୍‌ ମୋଦି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ଭୁଲ ରାସ୍ତାରେ ଚାଲିବା ସହଜ ଅଟେ, କିନ୍ତୁ ସଠିକ୍‌ ରାସ୍ତାରୁ ଫେରିଆସିବା ବହୁତ କଷ୍ଟକର, ଏବଂ ଆମକୁ ସେମାନଙ୍କୁ ସଠିକ୍‌ ରାସ୍ତାରୁ ଆଣିବାକୁ ପଡ଼ିବ। ଏହା ଆମର ଦାୟିତ୍ୱ ଅଟେ।’

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ନିଟ-ୟୁଜି (NEET-UG 2026) ପେପର ଲିକ୍‌ ପ୍ରସଙ୍ଗରେ ବିରୋଧୀଙ୍କ ଜୋର୍‌ଦାର ହଙ୍ଗାମା କାରଣରୁ ଲୋକ ସଭା ଏବଂ ରାଜ୍ୟ ସଭା ବାରମ୍ବାର ବାଧାପ୍ରାପ୍ତ ହୋଇଛି। ବିରୋଧୀ ସାଂସଦମାନେ ପରୀକ୍ଷାରେ କଥିତ ଅନିୟମିତତା, ଛାତ୍ରୀଛାତ୍ରଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଉଭୟ ଗୃହରେ ନାରାବାଜି କରିଥିଲେ। ସେପଟେ ସଂସଦ ପରିସର ବାହାରେ ମଧ୍ୟ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତିଧାସ୍ତି ଓ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଲୋକ ସଭାର କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ନାରାବାଜି କରିବାକୁ ଲାଗିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବାକ୍ଷଣି ହୋହଲ୍ଲା ବଢ଼ିବାରୁ ବାଚସ୍ପତି ଓମ ବିର୍ଲା ଗୃହର କାର୍ଯ୍ୟାନୁଷ୍ଠାନ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହାପରେ ମଧ୍ୟ ହଙ୍ଗାମା ଜାରି ରହିଥିଲା ଏବଂ ଗୃହକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡ଼ିଥିଲା। ଶେଷରେ ପ୍ରାୟ ତିନିଟା ସମୟରେ ଦିନକ ପାଇଁ କାର୍ଯ୍ୟ ଶେଷ କରାଯାଇଥିଲା। ସାରା ଦିନରେ ଲୋକ ସଭାର କାର୍ଯ୍ୟାନୁଷ୍ଠାନ ଛଅ ଥର ସ୍ଥଗିତ ହୋଇଥିଲା।

ରାଜ୍ୟସଭାରେ ମଧ୍ୟ ପରିସ୍ଥିତି ଭିନ୍ନ ନଥିଲା। ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ନିଟ-ୟୁଜି (NEET-UG 2026) ପେପର ଲିକ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏହା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା। ସେ ଅଭିଯୋଗ କରିଥିଲେ ଯେ ଜନ୍ତର-ମନ୍ତରରେ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ଲାଠିଚାର୍ଜ କରାଯାଇଛି ଏବଂ ସରକାର ଏହି ପ୍ରସଙ୍ଗକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି। ବିରୋଧୀ ସଦସ୍ୟମାନେ ଛାତ୍ରୀଛାତ୍ରଙ୍କ ସମର୍ଥନରେ ଏବଂ ଅଯୋଧ୍ୟା ରାମ ମନ୍ଦିରରେ କଥିତ ଦାନ ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ନାରାବାଜି କରିଥିଲେ। ଉପସଭାପତି ହରିବଂଶ ସଦସ୍ୟମାନଙ୍କୁ ଗୃହର ଗରିମା ବଜାୟ ରଖିବାକୁ ଏବଂ ଆଲୋଚନା ମାଧ୍ୟମରେ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ହଙ୍ଗାମା ଥମି ନଥିଲା। ରାଜ୍ୟ ସଭାର କାର୍ଯ୍ୟ ମଧ୍ୟ ପାଞ୍ଚ ଥର ସ୍ଥଗିତ ହେବା ପରେ ସାରା ଦିନ ପାଇଁ ସାମାପ୍ତ କରାଯାଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?