ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ।
ସୂଚନାନୁଯାୟୀ, ଆଜି ଦିନ ବେଳେ ମହାରାଣୀ ସାଗର ଜଳାଶୟ କେହି ଜଣେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପାଣିରେ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ମହାରାଣୀ ସାଗର (ପୋଖରୀ)ରୁ ଅଜଣା ବ୍ୟକ୍ତିଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅଜଣା ମୃତଙ୍କ ଏ ଯାଏ ପରିଚୟ ମିଳିପାରିନାହିଁ। ସେ କେଉଁଠୁ ଆସିଥିଲେ କେମିତି ପାଣି ଭିତରକୁ ଗଲେ ଲୋକେ କେହି ଦେଖି ନ ଥିବା ବେଳେ ଏବେ ସନ୍ଦେହଜନକ ମୃତ୍ୟୁକୁ ନେଇ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଚର୍ଚ୍ଚା ଚାଳିଛି। ଅଜଣା ବ୍ୟକ୍ତିଙ୍କ ପ୍ୟାଣ୍ଟ ଶର୍ଟ ମହାରାଣୀ ସାଗର ପୋଖରୀ ଆଡ଼ି ଉପରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି। ଟାଉନ ପୋଲିସ ପକ୍ଷରୁ ଏ ନେଇ ତଦନ୍ତ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।

