ପାଣ୍ଟାଲୁନ୍ସ ଶହୀଦନଗର ଷ୍ଟୋର ପୁନଃ ଉଦ୍‌ଘାଟିତ

ଭୁବନେଶ୍ୱର,୧୮।୯:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ରିଟେଲ ୟୁନିଟ୍‌ ପାଣ୍ଟାଲୁନ୍ସର ସ୍ଥାନୀୟ ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋରର ନବକଳେବର ସହ ଷ୍ଟୋରର ପୁନଃ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାଣ୍ଟାଲୁନ୍ସ ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋର ସ୍ବତ୍ୱାଧିକାରୀ (ମାଲିକ) ବିଶ୍ୱମୋହନ ପଟ୍ଟନାୟକ ଏବଂ ଜୟଶ୍ରୀ ପଟ୍ଟନାୟକଙ୍କ ସମେତ ପାଣ୍ଟାଲୁନ୍ସର ସିଓଓ କରନ୍‌ ମେହେଟା ପ୍ରମୁଖ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ପାଣ୍ଟାଲୁନ୍ସର ସିଓଓ ମେହେଟା କହିଛନ୍ତି, ଶହୀଦନଗର ଜନପଥ ରୋଡ୍‌ସ୍ଥିତ ସୁରୁଚି ପ୍ଲାଜାଠାରେ ଅବସ୍ଥିତ ପାଣ୍ଟାଲୁନ୍ସ ଷ୍ଟୋରର ପୁନଃ ଶୁଭାରମ୍ଭ ନେଇ ଆମେ ବେଶ୍‌ ଆନନ୍ଦିତ। ବିଶେଷକରି ଏହାର ଆକର୍ଷଣୀୟ ଡିଜାଇନ ଓ ସୌନ୍ଦର୍ଯ୍ୟ ସାଙ୍ଗକୁ ଗୁଣବତ୍ତା ସାମଗ୍ରୀର ସମ୍ଭାର ଏବଂ ସେବା ସମସ୍ତଙ୍କ ହୃଦୟକୁ ଜିତିପାରିଛି। ଚଳିତ ପାର୍ବଣ ଋତୁର ଆଗମନ ସହ ଉକ୍ତ ଷ୍ଟୋରରେ ଆମେ ଅଧିକ ଗ୍ରାହକଙ୍କ ଆଗମନ ଆଶା କରୁଛୁ। ଫଳରେ ଗ୍ରାହକଙ୍କ ଅଭିଳାଷ ପୂରା କରିବା ଲାଗି ଏଠାରେ ଆମେ ସମସ୍ତ ପ୍ରକାରର ସାମଗ୍ରୀ ଉପଲବ୍ଧ କରାଇଛୁ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ମାସରେ ସୋନାଲିକାର ୧ଲକ୍ଷ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୪।୧୨: ଦେଶର ପ୍ରମୁଖ ଟ୍ରାକ୍ଟର କମ୍ପାନୀ ତଥା ସର୍ବବୃହତ୍‌ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଆଉ ଏକ ସଫଳତା ସହ ଲକ୍ଷ୍ୟ ପୂରଣ କରିଛି। ଏପରିକି...

କର୍ଫ୍ୟୁ ପାଇଁ ବନ୍ଦ ରହିବ ପାସେଞ୍ଜର ଟ୍ରେନ

ନୂଆଦିଲ୍ଲୀ,୨୧-୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତ କର୍ଫ୍ୟୁ ଆହ୍ବାନରେ ରବିବାର ପାସେଞ୍ଜର ଟ୍ରେନ ସେବା ବନ୍ଦ ରହିବ। ଶନିବାର ମଧ୍ୟରାତ୍ରଠାରୁ ରବିବାର ରାତି ୧୦ଟା ଯାଏ...

ସୁଧାର ପଥରେ ଅର୍ଥ ବ୍ୟବସ୍ଥା: ଅର୍ଥ ସଚିବ

ନୂଆଦିଲ୍ଲୀ: ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ପରୋକ୍ଷ ଟିକସ ସଂଗ୍ରହ ବଢିଛି। କୋଭିଡ-୧୯ ଯୋଗୁ ଦେଶ ମଧ୍ୟରେ ଉପୁଜିଥିବା ସମସ୍ୟା...

ଅଂଶଧନ ଗ୍ରହଣ କରିବ ଆମାଜନ

ନୂଆଦିଲ୍ଲୀ,୨୩।୧୨: କାଟାମାରାନ୍‌ ଓ ଆମାଜନର ଯୌଥ ଉଦ୍ୟୋଗ ‘ପ୍ରିଓନି ବିଜନେସ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ସମସ୍ତ ଆବଶ୍ୟକୀୟ ନିୟାମକ ମଂଜୁରି ହାସଲ ସହ ଆମାଜନ୍‌ ଏହାକୁ...

ମାଲିକଙ୍କ ଏପରି ନିଷ୍ପତ୍ତି ବଦଳାଇଦେଲା କର୍ମଚାରୀଙ୍କ ଭାଗ୍ୟ, ରାତାରାତି ସବୁ ପାଲଟିଲେ କୋଟିପତି

ଲଣ୍ଡନ,୨୭ା୧୧: ମାଲିକ ହେବ ତ ଏମିତି। ନିଜ କମ୍ପାନୀର ଲାଭ ସହିତ କମର୍ଚାରୀଙ୍କ ଲାଭ କଥା ଯିଏ ଭାବନ୍ତି। ଆଉ କମ୍ପାନୀର ଶେୟାର ବି ଦିଅନ୍ତି...

ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୯।୨: ଆସନ୍ତା ମାର୍ଚ୍ଚ ମାସରେ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ। ମାର୍ଚ୍ଚ ୮ରୁ ୧୫ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ରବିବାର ପଡ଼ୁଥିବା...

ଆର୍‌ବିଆଇ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ;ଏମ୍‌ପିସିର ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିକୁ ସରକାରଙ୍କ ଅଣଦେଖା

ନୂଆଦିଲ୍ଲୀ: ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥ ବ୍ୟବସ୍ଥା କରୋନା ମହାମାରୀ ଯୋଗୁ ସଙ୍କଟ ସ୍ଥିତିକୁ ଚାଲିଯାଇଛି। ମଙ୍ଗଳବାରଠାରୁ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି(ଏମ୍‌ପିସି) ବୈଠକ...

ଆସୋଟେକ୍‌ର ନୂଆ ଟାଉନଶିପ ପ୍ରୋଜେକ୍ଟ

ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ କମ୍ପାନୀ ଆସୋଟେକ୍‌ ଗ୍ରୁପ୍‌ ପକ୍ଷରୁ ସ୍ଥାନୀୟ ରୁଦ୍ରପୁରଠାରେ ନୂଆ ଟାଉନଶିପ ପ୍ରୋଜେକ୍ଟ ବିକଶିତ କରାଯାଉଛି। କମ୍ପାନୀ ନଭେମ୍ବର ୨୦୧୯ରୁ ଏହାର ଶୁଭାରମ୍ଭ...

Advertisement
Archives

Model This Week